ETV Bharat / state

ଆଜି ମଧ୍ୟରାତ୍ରରୁ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା

author img

By

Published : Apr 4, 2023, 10:23 PM IST

ଆଜି ମଧ୍ୟରାତ୍ରରୁ ଆରମ୍ଭ ହେବ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଶାନ୍ତିଶୃଙ୍ଖଳାର ସହ ଯାତ୍ରା ପାଇଁ ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ

ଆଜି ମଧ୍ୟରାତ୍ରରୁ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା
ଆଜି ମଧ୍ୟରାତ୍ରରୁ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା

ଆଜି ମଧ୍ୟରାତ୍ରରୁ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁର: ପ୍ରତି ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା ଆଜି ମଧ୍ୟରାତ୍ରରେ ଆୟୋଜିତ ହେବାକୁ ଯାଉଛି । ଯାତ୍ରା ସମୟରେ ମାଆଙ୍କ ଅସ୍ଥାୟୀ ମଣ୍ଡପ ସମେତ ତାହାର ଚତୁଃପାର୍ଶ୍ୱରେ ପରିମଳଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବ୍ୟବସ୍ଥା ଯେପରି ସୂଚାର ରୂପେ ସମ୍ପାଦନ କରାଯିବ ସେନେଇ ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି । ଯାତ୍ରା ପାଇଁ ପୂର୍ବରୁ ଉପଖଣ୍ଡ ସ୍ତରରେ ଏକ ବୈଠକ କରାଯାଇ ସମସ୍ତ ଲାଇନ ଡିପାର୍ଟମେଣ୍ଟକୁ ବିଭିନ୍ନ ପ୍ରକାର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ଆୟୋଜନ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିବା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିଜେ କମିଶନର ଜେ.ସୋନାଲ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Rukuna Ratha Yatra: ଆଜି ଲିଙ୍ଗରାଜଙ୍କ ସ୍ୱର୍ଣ୍ଣାଦି ବିଜେ

ପରିମଳ ବ୍ୟବସ୍ଥା ପାଇଁ ସାନିଟାଇଜର ସୁପରଭାଇଜରଠାରୁ ଆରମ୍ଭ କରି ବିଭିନ୍ନ ପଏଣ୍ଟରେ କର୍ମଚାରୀ ମୁତୟନ କରାଯାଇଥିବା ବେଳେ ଏଥିରେ ଜନସାଧାରଣ ସହଯୋଗ କରିବାକୁ ନିବେଦନ କରାଯାଇଛି । ସେହିପରି ଯାତ୍ରା ସମୟରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ରାସ୍ତା ପାର୍ଶ୍ୱରେ ବିକ୍ରି ହେଉଥିବା ଖାଦ୍ୟ ଷ୍ଟଲ୍‌ଗୁଡିକ ଯେପରି ଖାଦ୍ୟ ପ୍ରସ୍ତୁତି ଏବଂ ବିକ୍ରି ସମୟରେ ସ୍ୱାସ୍ଥ୍ୟକର ବିଷୟକୁ ଗୁରୁତ୍ୱ ଦେବେ ସେନେଇ ଫୁଡ୍ ଭେଣ୍ଡର ଏବଂ ବ୍ରହ୍ମପୁର ବାସିନ୍ଦା ଅଧିକ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି । ଏପରିକି ଏହି ସମୟରେ ଖାଦ୍ୟ ଷ୍ଟଲ୍‌ ଉପରେ ମଧ୍ୟ ନିୟମିତ ବ୍ୟବଧାନରେ ଚଢାଉ ହେବା ସହିତ ଆବଶ୍ୟକ ପଡିଲେ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ ।

ଏହାମଧ୍ୟ ପଢନ୍ତୁ: ବାହାପିଆ ବିଜେଡି ବିଧାୟକ: ଓଡିଶାରେ ଦାଦନ ନାହାଁନ୍ତି କହି ଅଜବ ଯୁକ୍ତି କଲେ ଉମା

ସୂଚନା ଅନୁଯାୟୀ ଆଜି ମଧ୍ୟରାତ୍ରରୁ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହେବ । ଯାହାକି ଆସନ୍ତା ମେ' ମାସ ପହିଲା ପର୍ଯ୍ୟନ୍ତ ଆୟୋଜିତ ହେବ । ଚଳିତ ବର୍ଷ ମାଆଙ୍କ ଯାତ୍ରା 28 ଦିନ ଧରି ଚାଲିବ । ଏହି ସମୟରେ ମାଆଙ୍କ ବାପଘର କୁହାଯାଉଥିବା ବ୍ରହ୍ମପୁର ସହରର ଦେଶୀବେହେରା ସାହିରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ନେଇ ଆଶା କରାଯାଉଛି । ଏହାର ପ୍ରସ୍ତୁତି ବାବଦକୁ ଆସି ସୂଚନା ଦେଇଛନ୍ତି ବ୍ରହ୍ମପୁର ମ୍ୟୁନିସିପାଲ କମିଶନର ଜେ ସୋନାଲ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.