ETV Bharat / state

ପୂର୍ବତନ ମେୟରଙ୍କୁ ବୋମାମାଡ଼ ଘଟଣା: ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଚାଲିଛି ତଦନ୍ତ

author img

By ETV Bharat Odisha Team

Published : Sep 30, 2023, 9:53 PM IST

ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣା । ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ

miscreants hurled bomb
ପୂର୍ବତନ ମେୟରଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାର ତଦନ୍ତ

ପୂର୍ବତନ ମେୟରଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାର ତଦନ୍ତ

ବ୍ରହ୍ମପୁର: ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣା। ବୋମାମାଡ଼ରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଶୁକ୍ରବାର ବୋମାମାଡ଼ ସମ୍ପର୍କରେ ସୂଚନା ପାଇବା ପରେ ବ୍ରହ୍ମପୁର ଏସଡିପିଓଙ୍କ ସମେତ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ । ତେବେ ପୋଲିସ ତଦନ୍ତ କରି ଫେରିଥିବାବେଳେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏପରି ବୋମାମାଡ଼ କଲେ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ କହିଛନ୍ତି, "ପୋଲିସ ପକ୍ଷରୁ ଏକ ସାଇଣ୍ଟିଫିକ୍ ଟିମ ମଧ୍ଯ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ କରୁଛି । ପୂର୍ବରୁ ପୂର୍ବତନ ମେୟର ଶିବଶଙ୍କର ଦାଶ ଗିରଫ ହୋଇ ଜେଲରେ ରହି ଫେରିଥିବାରୁ ବିଭିନ୍ନ ଦିଗରୁ ପୋଲିସ ତଦନ୍ତ କରୁଛି। ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତମାନେ ଧରାପଡିବା ପରେ ହିଁ କେଉଁ କାରଣ ପାଇଁ ଏପରି ଘଟଣା ଘଟିଲା ତାହା ସ୍ପଷ୍ଟ ହେବ । ବୋମାମାଡ଼ ଘଟଣାରେ 2 ଜଣ ସଂପୃକ୍ତ ରହିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଅନ୍ଯ କେହି ସଂପୃକ୍ତ ରହିଛନ୍ତି ନାଁ ନାହିଁ ତାହା ଅଧିକ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।"

ଏହା ବି ପଢନ୍ତୁ...ପୁଣି ଅଶାନ୍ତ ପାଲଟିଲା ଗଞ୍ଜାମ, 24 ଘଣ୍ଟାରେ ଗଡ଼ିଲା ଦୁଇଟି ମୁଣ୍ଡ

ଏହା ବି ପଢନ୍ତୁ...ପ୍ରେମିକା ଘରେ ପଶି ହାଣିଲା ପ୍ରେମିକ, ପରିବାର ସଦସ୍ୟ ଗୁରୁତର


ଶୁକ୍ରବାର ରାତିରେ ଏହି ବୋମାମାଡ଼ ହୋଇଥିବାବେଳେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ କରୁଛି। ଏନେଇ ପୂର୍ବତନ ମେୟର ଶିବଶଙ୍କର ଦାଶ କହିଛନ୍ତି, "ସ୍ବାସ୍ଥ୍ୟ ଖରାପ ରହିଥିବାରୁ ମେଡିକାଲ ଯାଇ ଘରକୁ ଫେରୁଥିବା ସମୟରେ ଗୋଷାଣି ନୂଆଗାଁର ବଡ଼ ସାହିଠାରେ ଜଣେ ବୋମାମାଡ କରିଥିଲା। ନିକଟରେ ରହିଥିବା ଅନ୍ୟ ଜଣେ ଯୁବକ ଏକ ବନ୍ଧୁକ ଧରିଥିଲା।" ବୋମାମାଡ ପରେ ସେ ଘରକୁ ଫେରି ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ ବୋଲି କହିଛନ୍ତି ।

ନିଜ ଅଞ୍ଚଳବାସୀଙ୍କ ସମସ୍ଯା ସମ୍ପର୍କରେ ସେ କୋର୍ଟରେ ଅନେକ ବିଷୟକୁ ନେଇ ମାମଲା ରୁଜୁ କରିବା ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ଯାକୁ ନେଇ ସେ ଦାବି ଜଣାଇ ଆସୁଛନ୍ତି। ତେଣୁ ତାଙ୍କର ଅନେକ ଜନସମର୍ଥନ ରହିଥିବାରୁ କେତେକ ଦୁର୍ନୀତିଖୋର ବ୍ଯକ୍ତି ବିଶେଷ ତାଙ୍କ ବିରୋଧରେ ଏଭଳି ଷଡଯନ୍ତ୍ର କରୁଥିବା କହିଛନ୍ତି ପୂର୍ବତନ ମେୟର ତଥା ବର୍ତ୍ତମାନର ବିଜେପି ନେତା ଶିବଶଙ୍କର ଦାଶ ।



ଇଟିଭି, ଭାରତ ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.