ETV Bharat / state

+2 ରେଜଲ୍ଟ: ଦକ୍ଷିଣାଞ୍ଚଳରେ ବିଜ୍ଞାନ 70.95% ଓ ବାଣିଜ୍ୟରେ 70.73% ପାସ ହାର

author img

By

Published : Jun 1, 2023, 9:19 AM IST

ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଦକ୍ଷିଣାଞ୍ଚଳରେ ବିଜ୍ଞାନରେ 70.95 ପ୍ରତିଶତ ଏବଂ ବାଣିଜ୍ୟରେ 70.73 ପ୍ରତିଶତ ପାସ ହାର ରହିଛି। ଅଧିକ ପଢନ୍ତୁ

science and commerce result in south odisha
science and commerce result in south odisha

science and commerce result in south odisha

ବ୍ରହ୍ମପୁର: ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଚଳିତ ବର୍ଷ ଦକ୍ଷିଣାଞ୍ଚଳରେ ଯୁକ୍ତ ଦୁଇ ବିଜ୍ଞାନରେ 70.95 ପ୍ରତିଶତ ଏବଂ ବାଣିଜ୍ୟରେ 70.73 ପ୍ରତିଶତ ପାସ ହାର ରହିଛି । ରାଜ୍ୟର ଦକ୍ଷିଣାଞ୍ଚଳ ଅଧିନସ୍ଥ ଆଠଟି ଜିଲ୍ଲା ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ଫଳକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।

ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ପାଇଁ ସର୍ବମୋଟ 18,983 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ସେଥି ମଧ୍ୟରୁ 18,774 ଜଣ ପରୀକ୍ଷା ଦେଇଥିବା ବେଳେ 14,343 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଯାହାର ପାସ ହାର ରହିଛି 70.95 ପ୍ରତିଶତ l ଏମାନଙ୍କ ମଧ୍ୟରୁ 5889 ଜଣ ପ୍ରଥମ, 4831 ଜଣ ଦ୍ବିତୀୟ ଓ 3633 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସେହିପରି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଦକ୍ଷିଣାଞ୍ଚଳ ଆଠଟି ଜିଲ୍ଲାରେ ସର୍ବମୋଟ 4,792 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ 4,723 ଜଣ ପରୀକ୍ଷା ଦେଇଥିଲେ l ସେଥିମଧ୍ୟରୁ 3568 ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପାସ ହାର ରହିଛି 70.73 ପ୍ରତିଶତ l ବାଣିଜ୍ୟ ପରୀକ୍ଷାରେ 1259 ଜଣ ପ୍ରଥମ, 790 ଜଣ ଦ୍ବିତୀୟ ଓ 1363 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଗଞ୍ଜାମରେ ଯୁକ୍ତ ଦୁଇ ପରୀକ୍ଷା ଫଳ: ଗଞ୍ଜାମ ଜିଲ୍ଲାରେ ଯୁକ୍ତ ବିଜ୍ଞାନ ପରୀକ୍ଷାରେ ମୋଟ 9601ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ । ସେଥି ମଧ୍ୟରୁ 9467 ଜଣ ପରୀକ୍ଷା ଦେଇଥିବା ବେଳେ 7,771 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଯାହାର ପାସ ରହିଛି 82.08 ପ୍ରତିଶତ l ଏମାନଙ୍କ ମଧ୍ୟରୁ 3864 ଜଣ ପ୍ରଥମ, 2473 ଜଣ ଦ୍ବିତୀୟ 1401 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 33 ଜଣ କମ୍ପାଟମେଣ୍ଟରେ ପାସ କରିଛନ୍ତି l ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ମୋଟ 2220 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିବା ବେଳେ 2193 ଜଣ ପରୀକ୍ଷା ଦେଇଥିଲେ l ସେଥି ମଧ୍ୟରୁ 1792 ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହାର ପାସ ହାର ରହିଛି 81.71 ପ୍ରତିଶତ l 868 ଜଣ ପ୍ରଥମ, 370 ଜଣ ଦ୍ବିତୀୟ, 547 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଗଜପତିରେ ଯୁକ୍ତ ଦୁଇ ପରୀକ୍ଷା ଫଳ: ଗଜପତି ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ 982 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ସେଥି ମଧ୍ୟରୁ 965 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 594 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 61.55 ପ୍ରତିଶତ l ଏମାନଙ୍କ ମଧ୍ୟରୁ 68 ଜଣ ପ୍ରଥମ, 204 ଜଣ ଦ୍ବିତୀୟ ଓ 310 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ପରୀକ୍ଷାରେ ମୋଟ 104 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ 101 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 76 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । 11 ଜଣ ପ୍ରଥମ, 17 ଜଣ ଦ୍ବିତୀୟ, 48 ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି।

ମାଲକାନଗିରିରେ ଯୁକ୍ତ ଦୁଇ ପରୀକ୍ଷା ଫଳ: ମାଲକାନଗିରି ଜିଲ୍ଲାରେ ଯୁକ୍ତ ବାଣିଜ୍ୟ ପରୀକ୍ଷାରେ ମୋଟ 1142 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ସେଥି ମଧ୍ୟରୁ 1126 ଜଣ ପରୀକ୍ଷା ଦେଇଥିଲେ । 839 ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପାସ ହାର 74.51 ପ୍ରତିଶତ ରହିଛି । ଏମାନଙ୍କ ମଧ୍ୟରୁ 259 ଜଣ ପ୍ରଥମ, 322 ଜଣ ଦ୍ବିତୀୟ ଓ 255 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ପରୀକ୍ଷାରେ ମୋଟ 353 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ସେଥି ମଧ୍ୟରୁ 346 ଜଣ ପରୀକ୍ଷା ଦେଇବା ବେଳେ 232 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ ହାର 67.05 ପ୍ରତିଶତ ରହିଛି l 32 ଜଣ ପ୍ରଥମ, 67 ଜଣ ଦ୍ବିତୀୟ, 132 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ନବରଙ୍ଗପୁର ଜିଲ୍ଲାରେ ଯୁକ୍ତ ଦୁଇ ପରୀକ୍ଷା ଫଳ: ଜିଲ୍ଲାରେ ବିଜ୍ଞାନ ପରୀକ୍ଷାରେ ମୋଟ 1737 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ସେମାନଙ୍କ ମଧ୍ୟରୁ 1718 ଜଣ ପରୀକ୍ଷା ଦେଇବା ବେଳେ କୃତକାର୍ଯ୍ୟ ହୋଇଛନ୍ତି 1297 ଜଣ। ପାସ ହାର ରହିଛି 75.49 ପ୍ରତିଶତ l ଏମାନଙ୍କ ମଧ୍ୟରୁ 325 ଜଣ ପ୍ରଥମ, 455 ଜଣ ଦ୍ବିତୀୟ ଓ 510 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ପରୀକ୍ଷାରେ ମୋଟ 347 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିବା ବେଳେ 344 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 249 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। 67 ଜଣ ପ୍ରଥମ, 61 ଜଣ ଦ୍ବିତୀୟ, 121 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ରାୟଗଡ଼ାରେ ଯୁକ୍ତ ଦୁଇ ପାସ ହାର: ରାୟଗଡ଼ାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ମୋଟ 1881 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ 1857 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 1344 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 72.37 ପ୍ରତିଶତ l ଏମାନଙ୍କ ମଧ୍ୟରୁ 619 ଜଣ ପ୍ରଥମ, 458 ଜଣ ଦ୍ବିତୀୟ ଓ 260 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାଣିଜ୍ୟ ପରୀକ୍ଷାରେ ମୋଟ 683 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିବା ବେଳେ 672 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 455 ଜଣ ପାସ କରିଛନ୍ତି ।128 ଜଣ ପ୍ରଥମ, 94 ଜଣ ଦ୍ବିତୀୟ, 222 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।


ବୌଦ୍ଧ ଜିଲ୍ଲାରେ ଯୁକ୍ତ ଦୁଇ ପରୀକ୍ଷା ଫଳ: ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ମୋଟ 168 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିବା ବେଳେ 165 ଜଣ ପରୀକ୍ଷା ଦେଇଥିଲେ l 112 ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପାସ ହାର ରହିଛି 67.87 ପ୍ରତିଶତ l ଏମାନଙ୍କ ମଧ୍ୟରୁ 36 ଜଣ ପ୍ରଥମ, 36 ଜଣ ଦ୍ବିତୀୟ ଓ 40 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାଣିଜ୍ୟ ପରୀକ୍ଷାରେ ମୋଟ 9 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 5 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 100 ପ୍ରତିଶତ l 3 ଜଣ ପ୍ରଥମ, 2 ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l

କୋରାପୁଟ ଜିଲ୍ଲାରେ ଯୁକ୍ତ ଦୁଇ ପରୀକ୍ଷା ଫଳ: ବିଜ୍ଞାନ ପରୀକ୍ଷାରେ ମୋଟ 2734 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ 2991 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 1886 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 70.08 ପ୍ରତିଶତ l ଏମାନଙ୍କ ମଧ୍ୟରୁ 633 ଜଣ ପ୍ରଥମ, 613 ଜଣ ଦ୍ବିତୀୟ ଓ 633 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ପରୀକ୍ଷାରେ ମୋଟ 855 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 603 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । 118 ଜଣ ପ୍ରଥମ, 127 ଜଣ ଦ୍ବିତୀୟ, 286 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।


କନ୍ଧମାଳରେ ଯୁକ୍ତ ଦୁଇ ପରୀକ୍ଷା ଫଳ: ବିଜ୍ଞାନ ପରୀକ୍ଷାରେ 810 ଫର୍ମ ପୂରଣ କରିଥିଲେ ଏବଂ 785 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 500 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 63.69 ପ୍ରତିଶତ l ଏମାନଙ୍କ ମଧ୍ୟରୁ 85 ଜଣ ପ୍ରଥମ, 180 ଜଣ ଦ୍ବିତୀୟ ଓ 224 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ପରୀକ୍ଷାରେ ମୋଟ 209 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିବା ବେଳେ 203 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 156 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି 76.84 ପ୍ରତିଶତ l 32 ଜଣ ପ୍ରଥମ, 52 ଜଣ ଦ୍ବିତୀୟ, 72 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ କୁ ନେଇ ବିଦ୍ୟାର୍ଥୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.