ETV Bharat / state

ସଇତାନ ସାଜିଲା ସାବତ ମା’, ୬ ବର୍ଷର ଝିଅକୁ କଲା ହତ୍ୟା !

author img

By

Published : Feb 28, 2022, 1:35 PM IST

୬ ବର୍ଷର ଝିଅକୁ ହତ୍ୟା କଲା ସାବତ ମାଆ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରେ । ଅଧିକ ପଢନ୍ତୁ...

ସାବତ ମାଆ ନା ସଇତାନ, ୬ବର୍ଷର ଝିଅକୁ କଲା ହତ୍ୟା
ସାବତ ମାଆ ନା ସଇତାନ, ୬ବର୍ଷର ଝିଅକୁ କଲା ହତ୍ୟା

ବ୍ରହ୍ମପୁର: ପାରିବାରିକ କଳହର କରୁଣ ପରିଣତି । ୬ ବର୍ଷର ଝିଅକୁ ବାଡ଼େଇ ବାଡ଼େଇ ହତ୍ୟା କଲା ସାବତ ମାଆ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଛଅ ବର୍ଷର ଶିଶୁକନ୍ୟା ଏ.ତପସ୍ୟା ।

ସାବତ ମାଆ ନା ସଇତାନ, ୬ବର୍ଷର ଝିଅକୁ କଲା ହତ୍ୟା

ସୂଚନାଅନୁୟାୟୀ, ଗତ ସାତ ବର୍ଷ ତଳେ ମୃତ ଶିଶୁଙ୍କ ବାପା ଏ.ଦିବାକର କୁକୁଡାଖଣ୍ଡିର କେ.ଶଶୀଙ୍କୁ ବିବାହ କରିଥିଲେ । ହେଲେ ଗତ ତିନି ବର୍ଷ ତଳେ କେ.ଶଶୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଣି ତଅପୋଇଙ୍କୁ ବିବାହ କରିଥିଲେ । ହେଲେ ଗତକାଲି ରାତିରେ କୈାଣସି ପାରିବାରିକ କଳହ କାରଣରୁ ସାବତ ମାଆ ଶିଶୁକନ୍ୟାକୁ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏଭଳି ଘଟଣା ଘଟିଥିବା ବେଳେ କନ୍ୟାଟିର ମୃତ୍ୟୁ ହୋଇଛି ।

ସକାଳୁ ସାବତ ମା ଏବଂ ନିଜ ବାପା ଦୋଷକୁ ଲୁଚାଇବାକୁ ଯାଇ ମୁଣ୍ଡ ଫାଟି ଝିଅ ପ୍ରାଣ ହରାଇଥିବା ବାହାନା କରିଥିଲେ । କିନ୍ତୁ ଗ୍ରାମବାସୀ ମୃତଦେହରେ ମାଡ଼ ଚିହ୍ନ ଦେଖିବାକୁ ପାଇଥିଲେ । ଏହାପରେ ଉଭୟ ବାପା ଓ ସାବତ ମାଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ । ପୋଲିସ ଉଭୟଙ୍କୁ ଅଟକ ରଖି ତଦନ୍ତ କରୁଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.