ETV Bharat / state

ଶୀତଳାପଲ୍ଲୀ ସେପ୍ଟେଜ୍‌ ପ୍ଲାଣ୍ଟର ପରିଚାଳନାର ଦାୟିତ୍ବ ନେବେ କିନ୍ନର SHG ଗ୍ରୁପ

author img

By

Published : Jul 16, 2023, 4:44 PM IST

ଏଣିକି ବ୍ରହ୍ମପୁର ଶୀତଳାପଲ୍ଲୀ ସେପ୍ଟେଜ ପ୍ଲାଣ୍ଟର ପରିଚାଳନା ଦାୟିତ୍ବ ନେବେ କିନ୍ନର SHG ଗ୍ରୁପ୍‌ । ବ୍ରହ୍ମପୁର ମହାନଗର ନିଗମ ଓ ଗ୍ରୁପ ମଧ୍ୟରେ ହେଲା ଚୁକ୍ତି ସ୍ବାକ୍ଷରିତ । ଅଧିକ ପଢନ୍ତୁ

Etv Bharat
Etv Bharat

ସେପ୍ଟେଜ୍‌ ପ୍ଲାଣ୍ଟର ପରିଚାଳନାର ଦାୟିତ୍ବ ନେବେ କିନ୍ନର SHG ଗ୍ରୁପ

ବ୍ରହ୍ମପୁର: ଶୀତଳାପଲ୍ଲୀ ସେପ୍ଟେଜ୍‌ ପ୍ଲାଣ୍ଟ୍‌ର ପରିଚାଳନା ପାଇଁ କିନ୍ନର SHGଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କଲେ ବ୍ରହ୍ମପୁର ମହାନଗର ନିଗମ । ଏନେଇ କିନ୍ନର SHGଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରିଛି ବ୍ରହ୍ମପୁର ମହାନଗର ନିଗମ । ଆଗାମୀ ଦିନରେ ଏହାର ପରିଚାଳନା କିପରି ସୂଚାର ରୂପେ ହୋଇପାରିବ ଏବଂ ଏଥିସହ ଏହାର ରକ୍ଷଣାବେକ୍ଷଣା ହେବ ତାହାର ଦାୟିତ୍ବ ଏବେ କିନ୍ନର ସମାଜ ବୁଝାସୁଝା କରିବ ।

ଏହି ଅବସରରେ ଶୀତଳାପଲ୍ଲୀଠାରେ ନିର୍ମିତ ସେପ୍ଟେଜ ପ୍ଲାଣ୍ଟ୍‌କୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଉକ୍ତ SHG ଗ୍ରୁପଙ୍କୁ ହସ୍ତାନ୍ତର କରାଯାଇଛି । ଆଗାମୀ ଦିନରେ ଏହାର ପରିଚାଳନା କିପରି ସୂଚାରୁ ରୂପେ ହୋଇପାରିବ ଏବଂ ଏଥିସହ ଏହାର ରକ୍ଷଣାବେକ୍ଷଣା ହେବ ସେନେଇ ଗୁରୁତ୍ବାରୋପ କରାଯାଇଥିଲା । ଶୀତଳାପଲ୍ଲୀ ଟାଟା କଲୋନୀଠାରେ ନିର୍ମିତ ଏହି ସେପ୍ଟେଜ୍‌ ପ୍ଲାଣ୍ଟ୍‌ ଦୈନିକ ୬୦ କେଏଲଡି ମଳ ବିଶୋଧନ କରିବାର କ୍ଷମତା ରଖୁଥିବା ବେଳେ ସରକାରଙ୍କ ଯୋଜନା ଅନୁଯାୟୀ ଏହାକୁ ପରିଚାଳନା ପାଇଁ ସହରର ଏକ କିନ୍ନର SHG ଗ୍ରୁପକୁ ହସ୍ତାନ୍ତର କରାଯାଇଛି।

ଏହା ବି ପଢନ୍ତୁ- ୪ଟି ସହରରେ ହେବ ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ; ପରିଚାଳନା କରିବେ ଏସଏଚଜି ମହିଳା

୩.୫ କୋଟି ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟ ଆଗାମୀ ଦିନରେ ସହରର ବର୍ଜ୍ୟବସ୍ତୁ ପରିଚାଳନା ବେଶ ସହାୟକ ହେବ ବୋଲି ଆଶା କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ମହାନଗର ନିମଗର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ନିଗମ କମିଶନର ଜେ.ସୋନାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ତେବେ ଏନେଇ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରର ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରିଥିଲେ । ତାହା ସୂଚାରୁରୂପେ ଚାଲିଛି । ଏଠାରେ ମଳକୁ ବିଶୋଧିତ କରାଯାଇଛି ଉତ୍କୃଷ୍ଟମାନର ସାର ପ୍ରସ୍ତୁତ କରାଯାଉଛି । ଯାହାକି ଚାଷକାର୍ଯ୍ୟରେ ବ୍ୟବହୃତ ହେଉଥିବା ବେଳେ ଚାଷୀମାନେ ଉପକୃତ ହେଉଛନ୍ତି । ଏହା ଏକ ସୁନ୍ଦର ପ୍ରକ୍ରିୟା । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.