ETV Bharat / state

ନିଖୋଜ ବୃଦ୍ଧାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର,ଗୁଣି ସନ୍ଦେହରେ ହତ୍ୟା ସନ୍ଦେହ

author img

By

Published : Nov 24, 2020, 3:02 AM IST

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ନିଖୋଜ ବୃଦ୍ଧାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର । ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ । ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରଛି । ଅଧିକ ପଢନ୍ତୁ...

dead body rescue missing old women in digapahandi
ନିଖୋଜ ବୃଦ୍ଧାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର,ଗୁଣି ସନ୍ଦେହରେ ହତ୍ୟା ସନ୍ଦେହ

ବ୍ରହ୍ମପୁର: ଦୀର୍ଘ ଦେଢମାସ ଧରି ନିଖୋଜ ରହିଥିବା ଜଣେ ୭୦ ବର୍ଷୀୟ ଭିନ୍ନକ୍ଷମ ବୃଦ୍ଧା ସାଇବାଣୀ ଓରଫ ଶିବାନୀ ମଲିକଙ୍କ ଗଳିତ ମୃତଦେହ ଶେଷରେ ଦୁର୍ଗମ ଜଙ୍ଗଲରୁ ପୋତା ଯାଇଥିବା ବେଳେ ଉଦ୍ଧାର କରାଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ବଡଡୁମ୍ବୁଳା ପଞ୍ଚାୟତ ଅନ୍ତର୍ଗତ ଛଣବଗଡ ଗ୍ରାମରେ ।

dead body rescue missing old women in digapahandi
ନିଖୋଜ ବୃଦ୍ଧାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର,ଗୁଣି ସନ୍ଦେହରେ ହତ୍ୟା ସନ୍ଦେହ

ସୂଚନାନୁଯାୟୀ ଦିଗପହଣ୍ଡି ଥାନା ଅଧିନସ୍ଥ ଆଦିବାସୀ ଗ୍ରାମ ଛଣବଗଡରେ ଭିନ୍ନକ୍ଷମ ବୃଦ୍ଧା ସାଇବାଣୀ ରହୁଥିଲେ । ଏହାରି ଭିତରେ ୨୦୧୬ ପର ଠାରୁ ଗ୍ରାମର କିଛି ଲୋକଙ୍କ ସହ ଏହି ବୃଦ୍ଧାଙ୍କ ଶତ୍ରୁତା ଲାଗି ରହିଥିଲା । ଯାହାଫଳରେ କିଛି ଦିନ ତଳେ ହେମଲତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦିଆଯାଉଥିଲା । ଏହାପରେ ହେମଲତା ବୃଦ୍ଧା ନିଖୋଜ ହେବାର ଏକ ମାସ ପୂର୍ବରୁ ନିଜ ଗ୍ରାମ ନୂଆବନ୍ଧପଲ୍ଲୀ ଯାଇଥିଲେ । ଏହି ସମୟରେ ମଝିରେ ନିଜ ପିଉସୀ ସାଇବାଣୀଙ୍କ ଖବର ବୁଝିବା ପାଇଁ ଆସୁଥିଲେ । ତେବେ ଅକ୍ଟୋବର ୧୨ ତାରିଖ ଦିନ ସକାଳ ୭ ଟାରେ ପୁତୁରା ସୁଶାନ୍ତ ମଲିକ ଉକ୍ତ ଗ୍ରାମରେ ପହଞ୍ଚି ଦେଖିବା ସମୟରେ ଘରର କବାଟ ଖୋଲା ରହିଥିବା ବେଳେ ଆସବାବପତ୍ର ସାମଗ୍ରୀ ଏଣେ ତେଣେ ପଡ଼ିଥିଲା ହେଲେ ସାଇବାଣୀଙ୍କ ଦେଖାନଥିଲା । ଏହା ପରେ ହେମଲତା ଖବର ପାଇ ଗ୍ରାମରେ ପହଞ୍ଚି ନିଜ ପିଉସୀଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୈାଣସି ସନ୍ଧାନ ମିଳିନଥିଲା । ଏ ନେଇ ହେମଲତା ଅକ୍ଟୋବର ୨୭ ତାରିଖ ଦିନ କିଛି ବ୍ୟକ୍ତିବିଶେଷଙ୍କ ସହାୟତାରେ ସ୍ଥାନୀୟ ଦିଗପହଣ୍ଡି ଥାନାରେ ପହଞ୍ଚି ନ୍ୟାୟ ଦାବିରେ ଏକ ସ୍ମାରକପତ୍ର ଦେବା ସହ ଏତଲା ଦେଇଥିଲେ । ଏନେଇ ଦିଗପହଣ୍ଡି ପୋଲିସ ଥାନା ମାମଲା ୨୭୮/୨୦ ଅନୁସାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଉକ୍ତ ଦିନ ଠାରୁ ପୋଲିସର ନିଦ ହଜାଇ ଗ୍ରାମରେ ଘୁରି ବୁଲୁଥିବା ଧ୍ରୃବ ମଲିକ ଉପରେ ପୋଲିସର ସନ୍ଦେହ ବଢିବାରୁ ଜେରା କରାଯିବାରୁ ସେ କିଭଳି ହତ୍ୟା ରଚିଥିଲା ଧ୍ରୃବ ପୋଲିସ ସମ୍ମୁଖରେ ନିଜର ସତ ଘଟଣା ପ୍ରକାଶ କରିଥିଲା । ପୂର୍ବରୁ ମୃତକଙ୍କ ପରିବାର ଗୁଣିଗାରେଡିକୁ ହତ୍ୟା ହୋଇଥିବା ସନ୍ଦେହ କରୁଥିବା ବେଳେ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଧ୍ରୃବ ମଲିକ ଓ ତାର ସମ୍ପର୍କୀୟ ଅନିଲ ମଲ୍ଲିକ ମିଳିତ ଭାବରେ ହତ୍ୟା କରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ।

ନିଖୋଜ ବୃଦ୍ଧାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର,ଗୁଣି ସନ୍ଦେହରେ ହତ୍ୟା ସନ୍ଦେହ

ମୃତକଙ୍କ ପରିବାର ବର୍ଗ ଗୁଣିଗାରେଡି ହତ୍ୟା ହୋଇଥିବା ସନ୍ଦେହ କରୁଥିବା ବେଳେ ହତ୍ୟାକାରୀକୁ ଧରି ପୋଲିସ ଟିମ୍ ଙ୍କ ସମେତ ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ , ଗଞ୍ଜାମ ଜିଲ୍ଲା ଛତ୍ରପୁର ପୋଲିସ ମୁଖ୍ୟାଳୟର ସାଇଣ୍ଟିଫିକ ଟିମ୍ , ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଗ୍ରାମ ଠାରୁ ସାଢ଼େ ୨ କି.ମି ପାହାଡ଼ ରାସ୍ତାରେ ଚାଲି ଘଟଣାସ୍ଥଳରେ ପୋତା ହୋଇଥିବା ବୃଦ୍ଧା ସାଇବାଣୀଙ୍କ ମୃତ ଦେହକୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିଥିଲା । ଘଟଣା ପରେ ଦିଗପହଣ୍ଡି ପୋଲିସ ପକ୍ଷରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ପଠାଇଥିବା ବେଳେ ଏହାର ତଦନ୍ତ ଜାରି ରହିଥିବା ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ସୂଚନା ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.