ETV Bharat / state

Loot and firing in Ganjam: ଲୁଟ ପାଇଁ ଦୁବୃର୍ତ୍ତଙ୍କ ଗୁଳିମାଡ

author img

By

Published : Dec 12, 2021, 8:59 PM IST

ଗଞ୍ଜାମ ଜିଲ୍ଲାର ନୂଆଗଡ଼ ମୁଖ୍ୟ ରାସ୍ତାରେ ଲୁଟ ପାଇଁ ଦୁବୃର୍ତ୍ତଙ୍କ ଗୁଳିମାଡ । ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଗୁରୁତର ଭାବରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ

miscreants loot man and firing in beguniapada of ganjam
Loot and firing in Ganjam: ଲୁଟ ପାଇଁ ଦୁବୁର୍ତ୍ତଙ୍କ ଗୁଳିମାଡ

ବ୍ରହ୍ମପୁର: ଲୁଟ ପାଇଁ ଦୁବୃର୍ତ୍ତଙ୍କ ଗୁଳିମାଡ । ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ନିକଟବର୍ତ୍ତୀ ଅଙ୍ଗାର ଗାଁ ନୂଆଗଡ଼ ମୁଖ୍ୟ ରାସ୍ତାରେ ହୋଇଛି ଏଭଳି ଗୁଳିକାଣ୍ଡ । ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଜିଲ୍ଲାର ହୁମା ଅଞ୍ଚଳର ପୁଷ୍ପ ପ୍ରକାଶ ବେହେରା ।

Loot and firing in Ganjam: ଲୁଟ ପାଇଁ ଦୁବୁର୍ତ୍ତଙ୍କ ଗୁଳିମାଡ

ସୂଚନା ଅନୁଯାୟୀ ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ନିଜର ମୋଟର ସାଇକେଲ ଯୋଗେ ଏକ ସାଙ୍ଗ ଘରକୁ ଯାଉଥିଲେ। ଏହି ସମୟରେ ଅଙ୍ଗାର ଗାଁ ନିକଟରେ ତିନି ଦୁର୍ବୃତ୍ତ ଏକ ରସି ଲଗାଇ ମୋଟର ସାଇକେଲକୁ ତଳେ ପକାଇ ତାଙ୍କୁ ମାଡି ବସି ଟଙ୍କା ମାଗିଥିଲେ । ହେଲେ ଏଥିରେ ଯୁବକ ଜଣଙ୍କ ଟଙ୍କା ନ ଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି ମାଡ଼ କରି ତାର ମନିପର୍ସ ସହ ସୁନା ମୁଦି ୧୦ ହଜାର ଟଙ୍କା ନେଇଯାଇଛନ୍ତି ।

ତେବେ ଏହି ଗୁଳିମାଡ ଘଟଣାରେ ପୁଷ୍ପଙ୍କ ଗୋଡ଼ ଆଉ ଜଙ୍ଘରେ ଗୁଳି ବାଜିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବେଗୁନିଆପଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହି ଖବର ଜଣାପଡ଼ିବା ପରେ ବେଗୁନିଆପଡା ଫାଣ୍ଡି ପୋଲିସ ଘଟଣାର ଆରମ୍ଭ ତଦନ୍ତ କରିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.