ETV Bharat / state

ଜାତୀୟ ମାନବାଧିକାର କମିଶନରରେ ପହଞ୍ଚିଲା ଭୀମସାରରେ ଏମକେସିଜି ଛାତ୍ରଙ୍କୁ ଆକ୍ରମଣ ଘଟଣା

author img

By

Published : Jul 5, 2023, 10:47 PM IST

MKCG ବିଦ୍ୟାର୍ଥୀଙ୍କୁ ଆକ୍ରମଣ ଘଟଣା ଉପରେ ଜାତୀୟ ମାନବାଧିକାର କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବ୍ରହ୍ମପୁରର ମାନବଧିକାର କର୍ମୀ ରବୀନ୍ଦ୍ର ମିଶ୍ର। । ଡାକ୍ତରୀ ବିଦ୍ୟାର୍ଥୀଙ୍କ ଏପରି କାର୍ଯ୍ୟକଳାପ ଘଟଣାର ପୁଙ୍ଖନାପୁଙ୍ଖ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି।

ଜାତୀୟ ମାନବାଧିକାର କମିଶନରଙ୍କ ଦୃଷ୍ଟି ଆକର୍ଷଣ
ଜାତୀୟ ମାନବାଧିକାର କମିଶନରଙ୍କ ଦୃଷ୍ଟି ଆକର୍ଷଣ

ଜାତୀୟ ମାନବାଧିକାର କମିଶନରଙ୍କ ଦୃଷ୍ଟି ଆକର୍ଷଣ


ବ୍ରହ୍ମପୁର: MKCG ବିଦ୍ୟାର୍ଥୀଙ୍କୁ ଆକ୍ରମଣ ଘଟଣା ଉପରେ ଜାତୀୟ ମାନବାଧିକାର କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବ୍ରହ୍ମପୁରର ମାନବଧିକାର କର୍ମୀ । ଯେଉଁଭଳି ଭାବରେ ବୁର୍ଲା ମେଡିକାଲ କଲେଜ ଛାତ୍ର ମାନେ ବ୍ରହ୍ମପୁର ଏମକେସିଜିର ବିଦ୍ୟାର୍ଥୀଙ୍କୁ ସ୍ୱାଗତ ବଦଳରେ ଆକ୍ରମଣ କରିଛନ୍ତି ତାହାର ତଦନ୍ତ ପାଇଁ ସେ ନିବେଦନ କରିଛନ୍ତି। ସ୍ୱାଗତ କରିବା ନାମରେ ହିଂସା ଭିଆଇବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବା ଦେଖିବାକୁ ମିଳିଛି। ତେବେ ଡାକ୍ତରୀ ବିଦ୍ୟାର୍ଥୀଙ୍କ ଏପରି କାର୍ଯ୍ୟକଳାପ ଘଟଣାର ପୁଙ୍ଖନାପୁଙ୍ଖ ତଦନ୍ତ କରିବାକୁ ଜାତୀୟ ମାନବାଧିକାର କମିଶନରଙ୍କ ନିକଟରେ ଜଣାଇଛନ୍ତି ମାନବାଧିକାର କର୍ମୀ ରବୀନ୍ଦ୍ର ମିଶ୍ର।

ବୁର୍ଲାର ଛାତ୍ରମାନେ ଯେଉଁଭଳି ଭାବେ ଅଗ୍ନି ନିର୍ବାପକ ଯନ୍ତ୍ର ଖୋଲି ଗ୍ୟାସ ପ୍ରୟୋଗ କରିଛନ୍ତି ତାହାକୁ ନିନ୍ଦା କରିବା ସହିତ ଡାକ୍ତରୀ ବିଦ୍ୟାର୍ଥୀଙ୍କ ଏପରି କାର୍ଯ୍ୟକଳାପ ଘଟଣାର ପୁଙ୍ଖନାପୁଙ୍ଖ ତଦନ୍ତ କରିବାକୁ ସେ ଜାତୀୟ ମାନବାଧିକାର କମିଶନରଙ୍କ ନିକଟରେ ନିଜର ଅଭିଯୋଗ ଜଣାଇଛନ୍ତି । ଏହି ଘଟଣାକୁ କେତେ ଗୁରୁତର ସହ ନିଆଯାଇ ଆଗାମୀ ଦିନରେ ଏହିପରି ଘଟଣାର ଯେପରି ପୁନଃରାବୃତ୍ତି ନ ଘଟିବ ସେନେଇ ସମସ୍ତ ମେଡିକାଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

ସୂଚନା ଅନୁସାରେ, ବ୍ରହ୍ମପୁର ଏମକେସିଜି କଲେଜର ୫୦ ଜଣ ବିଦ୍ୟାର୍ଥୀ ଟ୍ରେନ ଯୋଗେ ସମ୍ବଲପୁରରେ ପହଞ୍ଚିଥିଲେ। ସକାଳ ସମୟରେ ସେଠାରେ ପହଞ୍ଚିବା ପରେ ଷ୍ଟେସନରେ ପ୍ରାୟ ଦୁଇ ଘଣ୍ଟା ଧରି ଅପେକ୍ଷା କରିବା ପରେ ବୁର୍ଲା ମେଡିକାଲ କଲେଜରେ ପହଞ୍ଚିଥିଲେ। କୌଣସି ଏକ ଘଟଣାକୁ ନେଇ ଉଭୟ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଏମକେସିଜି ମେଡିକାଲର ଆଥଲେଟିକ୍ ଟିମ୍ ଫେରି ଆସିଥିବା ଜଣାପଡିଛି। ତେବେ ଭୀମସାର ଓ ବ୍ରହ୍ମପୁର ଏମକେସିଜି ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପରେ ଭୀତଦମସାର ନିର୍ଦ୍ଦେଶକ, ଡିନ ଏବଂ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା।

ସେପଟେ ଘଟଣା ପରେ ବିଦ୍ୟାର୍ଥୀମାନେ ଫେରିକି ଆସିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ ଏମକେସିଜି କର୍ତ୍ତୃପକ୍ଷଙ୍କ ପକ୍ଷରୁ ବସ୍ ପଠାଯାଇଥିବାବେଳେ ଆଜି ସେମାନେ ଫେରିକି ଆସିଛନ୍ତି ବୋଲି କହିଛନ୍ତି ଏମକେସିଜି ମେଡିକାଲର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମିଶ୍ର। ମଙ୍ଗଳବାର ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଏମକେସିଜି ମେଡିକାଲର ଅଧ୍ୟକ୍ଷ। ତେବେ ଗଣ୍ଡଗୋଳରେ କିଛି ବିଦ୍ୟାର୍ଥୀ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି । ଏହାକୁ ନେଇ ଏମକେସିଜି ମେଡିକାଲର ଅଧ୍ୟକ୍ଷ ବୁର୍ଲା ଭିମସାର ମେଡିକାଲର ଅଧ୍ୟକ୍ଷ ଓ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଥିବା କହିଛନ୍ତି ।


ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.