ETV Bharat / state

ଘରୋଇ ଜମିରେ ରାସ୍ତା ନିର୍ମାଣ କରି ଭୁଲିଗଲା ପ୍ରଶାସନ, RTO ଅଫିସ୍‌ ରାସ୍ତା ମଝିରେ ମାଟି ପକାଇ ଦେଲେ ଜମି ମାଲିକ

author img

By

Published : Nov 23, 2022, 8:01 PM IST

ସରକାରୀ ଜମି ଥାଉଥାଉ ଘରୋଇ ପଟ୍ଟା ଥିବା ଜମିରେ ରାସ୍ତା ତିଆରି କଲା ପ୍ରଶାସନ(Bhanjanagr RTO road controversy) । ସେପଟେ ପରିବହନ କାର୍ଯ୍ୟାଳୟକୁ ଯାଇଥିବା ରାସ୍ତାକୁ ମାଟି ପକାଇ ବନ୍ଦ କରିଛନ୍ତି ଜମି ମାଲିକ । ଅଧିକ ପଢ଼ନ୍ତୁ

land owner block Bhanjanagr RTO road by putting mud demanding compensation
ପଟ୍ଟା ଜମିରେ ରାସ୍ତା ନିର୍ମାଣ କରି ଭୁଲିଗଲା ପ୍ରଶାସନ, RTO ଅଫିସ୍‌ ରାସ୍ତା ମଝିରେ ମାଟି ପକାଇ ଦେଲେ ମାଲିକ

ଭଞ୍ଜନଗର: ସରକାରୀ ଜମି ଥାଉଥାଉ ପଟ୍ଟା ଥିବା ଘରୋଇ ଜମିରେ ରାସ୍ତା ତିଆରି କଲା ପ୍ରଶାସନ । ଅଭିଯୋଗ କରି ନୟାନ୍ତ ହେବାପରେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଯାଇଥିବା ରାସ୍ତାକୁ ମାଟି ପକାଇ ବନ୍ଦ କରିଛନ୍ତି ଜମି ମାଲିକ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଏଭଳି ଏକ ଘଟଣା ଆଜି ସାମ୍ନାକୁ ଆସିଛି । ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରାସ୍ତା ବନ୍ଦ ଥିବାରୁ ଆଜି ଏଠାକୁ ଆସିଥିବା ଅନେକ ବ୍ୟକ୍ତିଙ୍କୁ ଅଧା ବାଟରୁ ଫେରିବାକୁ ପଡ଼ିଛି ।

RTO ଅଫିସ୍‌ ରାସ୍ତା ମଝିରେ ମାଟି ପକାଇ ଦେଲେ ଜମି ମାଲିକ

ଏହି ଘଟଣା ବିଷୟରେ ଖବର ପାଇବା ପରେ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଜମି ମାଲିକଙ୍କ ସହ ଆଲୋଚନା କରିଛନ୍ତି । ପଟ୍ଟା ଜମିରେ ସରକାରୀ ରାସ୍ତା ତିଆରି ହୋଇଛି । ଏଣୁ ରାସ୍ତାକୁ ଲାଗି ରହିଥିବା ଜମି ପ୍ରଦାନ କରିବାକୁ କ୍ଷତିଗ୍ରସ୍ତ ଦାବି କରିଛନ୍ତି । ମୋଟ ୭ ଜଣ ପଟ୍ଟାଧାରୀଙ୍କ ଜମି ଉପରେ ସରକାରୀ ରାସ୍ତା ତିଆରି ହୋଇଛି । ବାରମ୍ବାର ଦାବି ସତ୍ତ୍ବେ ଏମାନଙ୍କ ଦାବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଜମି ମାଲିକ ।

ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରାସ୍ତା ମାଟି ପକାଇ ବନ୍ଦ କରିଛନ୍ତି ଜମି ମାଲିକ । ଫଳରେ ପରିବହନ ଅଧିକାରୀ ଆଜି କାର୍ଯ୍ୟାଳୟକୁ ଯାଇ ପାରିନାହାନ୍ତି । ଖାଲି ସେତିକି ନୁହଁ ବରଂ ଫିଟ୍‌ନେସ୍‌ ପାଇଁ ଆସୁଥିବା ଗାଡି, ଡ୍ରାଇଭିଂ ଟେଷ୍ଟ୍‌ ପାଇଁ ଆସୁଥିବା ଯୁବକ ଯୁବତୀ ମଧ୍ୟ ଅଧା ବାଟରୁ ଫେରିଛନ୍ତି । ଦୂର ଦୂରାନ୍ତରୁ ଆସିଥିବା ଲୋକେ ନାହିଁ ନଥିବା ହନ୍ତସନ୍ତ ହୋଇଛନ୍ତି ।

ଏହାକୁ ନେଇ ଜଣେ ଜମି ମାଲିକ କହିଛନ୍ତି, "ଆମକୁ ନଜଣାଇ ପ୍ରଶାସନ ଆମ ଜମି ଉପରେ ରାସ୍ତା ନିର୍ମାଣ କରିଛି । ଏହାର ସମାଧାନ କରିବାକୁ ଆମେ ବାରମ୍ବାର ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲୁ । କିନ୍ତୁ କେହି ଆମ କଥା ଶୁଣୁ ନାହାନ୍ତି । ପୂର୍ବରୁ ବି ଆମେ ମାଟି ପକାଇ ରାସ୍ତା ବନ୍ଦ କରିଥିଲୁ । କନ୍ତୁ ସମାଧାନ କରିବୁ କହି ପ୍ରଶାସନ ମାଟି ହଟାଇଥିଲା । ବର୍ତ୍ତମାନ ପୁନଃ ଆମେ ମାଟି ପକାଇଛୁ । ଏହି ସମସ୍ୟାର ସମାଧାନ ନହେବା ଯାଏଁ ଏଠାରୁ ମାଟି ଉଠିବ ନାହିଁ ।"

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.