ETV Bharat / state

ତାନ୍ତ୍ରିକ ସନ୍ଦେହରେ ହତ୍ୟା ଘଟଣା: 5 ଅଭିଯୁକ୍ତ କୋର୍ଟ ଚାଲାଣ

author img

By

Published : Apr 9, 2021, 11:02 PM IST

ଗଞ୍ଜାମ ତାନ୍ତ୍ରିକ ହତ୍ୟାକାଣ୍ଡରେ 5 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ । ଅଧିକ ପଢନ୍ତୁ...

ଗଞ୍ଜାମ ତାନ୍ତ୍ରିକ ସନ୍ଦେହରେ ହତ୍ୟା ଘଟଣା: 5 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଗଞ୍ଜାମ ତାନ୍ତ୍ରିକ ସନ୍ଦେହରେ ହତ୍ୟା ଘଟଣା: 5 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା କଇଠଖଳାଦଣ୍ଡା ଗାଁରେ ଗତ 30 ରାରିଖରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଗାଁ ରାସ୍ତା ପାର୍ଶ୍ୱ ଜମିରୁ ଜଣେ ବୃଦ୍ଧଙ୍କ କ୍ଷତାକ୍ତ ମୃତ୍ୟ ଦେହ ଉଦ୍ଧାର କରିଥିଲା ବଡଗଡ଼ ପୋଲିସ । ମୃତକ ଜଣକ ଥିଲେ ଢ଼ିମିରିପଙ୍କାଳ ଗାଁର ଧର୍ମା ନାୟକ । ସେ ଜଳଖିଆ ଖାଇବାକୁ ଦୋକାନକୁ ଯାଇ ଆଉ ଫେରି ନଥିଲେ । ପରେ ଘର ଲୋକ ତାଙ୍କ ମୃତ ଦେହ ରାସ୍ତା ପାର୍ଶ୍ବରେ ପଡିଥିବା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଠାରୁ ଜାଣିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ବଡଗଡ଼ ପୋଲିସ ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ ।

ଗଞ୍ଜାମ ତାନ୍ତ୍ରିକ ସନ୍ଦେହରେ ହତ୍ୟା ଘଟଣା: 5 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଏହାକୁ ଆଧାର କରି ପୋଲିସ ତନାଘନା ଜାରି ରଖିଥିଲା । ଶନିବାର ଏହି ହତ୍ୟା କାଣ୍ଡରେ ଜଡ଼ିତ 5 ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଢ଼ିମିରିପଙ୍କାଳ ଗାଁରେ ଧର୍ମା ଗତ କିଛି ବର୍ଷ ହେବ ତାନ୍ତ୍ରିକ ବିଦ୍ୟା କରୁଥିବା ଗାଁର ଲୋକେ ସନ୍ଦେହ କରୁଥିଲେ।ଏପରିକି ଗିରଫ ହୋଇଥିବା ପାଞ୍ଚ ଜଣ ବୁଦ୍ଧିଆ ନାୟକ,ଧୋବା ନାୟକ,ବୁଲୁ ନାୟକ,ରୋହିତ ନାୟକ ଓ ଦାସ ନାୟକଙ୍କ ଘର ଆଗରେ ମୃତ ଧର୍ମା ନାୟକ ଚାଉଳ ଓ କିଛି ଫୁଲ ପକାଉଥିଲେ । ଯାହା ଫଳରେ ଆସାମୀ ପାଞ୍ଚ ଜଣଙ୍କ ଘରର ଲୋକେ ସବୁ ସମୟରର ନାନା ପ୍ରକାରର ରୋଗରେ ପଡୁଥିବା ଅଭିଯୋଗ ହେଉଥିଲା । ତେଣୁ ଏହି ପାଞ୍ଚ ଜଣ ଧର୍ମାଙ୍କୁ ଗୁଣିଗାରେଡି ସନ୍ଦେହ କରି ତାଙ୍କୁ ରାସ୍ତାରୁ ହଟେଇବାକୁ ଯୋଜନା କରିଥିଲେ।

30 ତାରିଖ ଦିନ ଧର୍ମା ନିକଟସ୍ଥ ଏକ ଗାଁକୁ ଯାଉଥିବା ସମୟରେ ପୂର୍ବ ଯୋଜନା ଅନୁଯାୟୀ ତାଙ୍କୁ ଆକ୍ରମଣ କରାଯାଇଥିଲା । ପଥରରେ ଛେଚି ଛେଚି ତାଙ୍କୁ ହତ୍ୟା କରିଥିବା କଥା ପୋଲିସ ଆଗରେ ସ୍ବୀକାର କରିଛନ୍ତି ସମସ୍ତ ଅଭିଯୁକ୍ତ। ଗିରଫ ଅଭିଯୁକ୍ତଙ୍କଠାରୁ ପୋଲିସ ଦୁଇଟି ମଟର ସାଇକେଲ ଓ ମୋବାଇଲ ଫୋନ ମଧ୍ୟ ଜବତ କରିଛି । ଶନିବାର ଏମାମଙ୍କୁ କୋର୍ଟ ଚାଲାଣ କରିଥିବା କଥା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା SDPO ସୂର୍ଯ୍ୟମଣୀ ପ୍ରଧାନ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.