ETV Bharat / state

ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା, ମାଆଙ୍କ ଦର୍ଶନ କଲେ ଜିଲ୍ଲାପାଳ ଓ BeMC କମିଶନର

author img

By

Published : Apr 6, 2023, 9:30 PM IST

ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା ଆରମ୍ଭ । ଅସ୍ଥାୟୀ ମଣ୍ଡପରେ ମାଙ୍କୁ ଦର୍ଶନ କଲେ ଜିଲ୍ଲାପାଳ ଓ ନିଗମ କମିଶନର । ଚଳିତ ବର୍ଷ ପାରମ୍ପରିକ ରୀତିନୀତିରେ ଆୟୋଜିତ ହୋଇଛି ଯାତ୍ରା । ଅଧିକ ପଢ଼ନ୍ତୁ

ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା ଆରମ୍ଭ
ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା ଆରମ୍ଭ

ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା ଆରମ୍ଭ । ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା ହୋଇଥାଏ । ଚଳିତ ବର୍ଷ ମା’ଙ୍କ ଏହି ଦ୍ୱି-ବାର୍ଷିକ ଯାତ୍ରାରେ ଚଳିତଥର ପାରମ୍ପାରିକ ରୀତିନୀତି ସହ ମହାଆଡମ୍ୱର ସହକାରେ ଆୟୋଜନ କରାଯାଇଛି । ଗୁରୁବାର ମା’ଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ କମିଶନର। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ କମିଶନର ଜେ.ସୋନାଲ ମା’ ଙ୍କ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କିପରି ବ୍ୟବସ୍ଥା କରାଯାଇଛି ତାହାକୁ ମଧ୍ୟ ଅନୁଧ୍ୟାନ କରିଥିଲେ । ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ଚଳିତବର୍ଷର ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ପ୍ରତ୍ଯେକ ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ, ବ୍ରହ୍ମପୁର ମହାନଗର ନିଗମ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜିଲ୍ଲାପାଳ କହିଛନ୍ତି, "ଯାତ୍ରାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ଏବଂ ଉପଜିଲ୍ଲାପାଳଙ୍କ ପକ୍ଷରୁ ସଂପୂର୍ଣ୍ଣ ଭାବରେ ଦୃଷ୍ଟି ରଖାଯାଇଛି । ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ବ୍ରହ୍ମପୁରର ଆରାଧ୍ୟଦେବୀ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ଗତବର୍ଷ କୋଭିଡ କଟକଣା ଯୋଗୁଁ ପାଳନ କରାଯାଇ ପାରିନଥିଲା । ତେବେ ହଜାର ହଜାର ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ଶୃଙ୍ଖଳିତ ଦର୍ଶନ ପର୍ଯ୍ଯନ୍ତ ସମସ୍ତ ବ୍ଯବସ୍ଥା କରାଯାଇଛି ।"

ଅଧିକ ପଢ଼ନ୍ତୁ: ପଶ୍ଚିମାଝଡ଼ରେ ବେହାଲ ସିଲଭରସିଟି

ଚଳିତବର୍ଷ ମା'ଙ୍କ ଏହି ଯାତ୍ରା ଏପ୍ରିଲ ୪ ତାରିଖ ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ବେଳେ ମେ ମାସର ୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଯାତ୍ରାରେ ପ୍ରଥମ ଦିନ ମା’ଙ୍କୁ ନିମନ୍ତ୍ରଣ କରାଯାଇ ମାଁ ଙ୍କ ଆଜ୍ଞାମାଳ ମିଳିବା ପରେ ଯାତ୍ର ଆରମ୍ଭ ହୋଇଥିଲା । ଯାତ୍ରାର ଦ୍ୱିତୀୟ ଦିନରେ ମା’ ବିଶ୍ରାମ ନେଇଥିବା ବେଳେ ଆଜି ତୃତୀୟ ଦିନ ମା’ଙ୍କ ଆଜ୍ଞାମାଳ ଘଟରେ ରୂପାନ୍ତରିତ ହୋଇ ମାଁ ସନ୍ଧ୍ୟା ଆଳତୀ ହୋଇଥିଲା । ମାଁ ଙ୍କ ଘଟ ଅସ୍ଥାୟୀ ମନ୍ଦିରରୁ ବାହାରି ପ୍ରଥମେ ମହୁରୀ ରାଜବାଟିରେ ପହଞ୍ଚିବା ସହିତ ରାଜାଙ୍କ ଘରେ ଆଳତୀ ସହ ଭୋଗ ଦେବା ପରେ ପୁଣି ଦେଶୀବେହେରା ସାହି ଶେଷ ପର୍ଯ୍ୟନ୍ତ ପରିକ୍ରମା କରି ମା’ ଅସ୍ଥାୟୀ ମନ୍ଦିରକୁ ଫେରିଥାନ୍ତି ।

ଇଟିଭି ଭାରତ ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.