ETV Bharat / state

ବୃଦ୍ଧ ଦମ୍ପତିଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

author img

By

Published : Apr 23, 2021, 4:11 PM IST

ବୃଦ୍ଧ ଦମ୍ପତିଙ୍କୁ କଟୁରୀରେ ହାଣି ହତ୍ୟା । ଏଭଳି ଜଘନ୍ୟା ହତ୍ୟାକାଣ୍ତ ଘଟିଛି ଗଞ୍ଜାମ ଶିଶୁଣ୍ଡା କାଜୁ ଜଙ୍ଗଲରେ । କାରଣ ଅସ୍ପଷ୍ଟ, ତଦନ୍ତ ଜାରି । ଅଧିକ ପଢନ୍ତୁ...

elderly couple  murder  in ganjam
ବୃଦ୍ଧ ଦମ୍ପତିଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ଭଞ୍ଜନଗର : ବୃଦ୍ଧ ଦମ୍ପତିଙ୍କୁ କଟୁରୀରେ ହାଣି ହତ୍ୟା । ଏଭଳି ଜଘନ୍ୟା ହତ୍ୟାକାଣ୍ତ ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଶିଶୁଣ୍ଡା କାଜୁ ଜଙ୍ଗଲରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ, ହତ୍ୟାକାଣ୍ତର କାରଣ ଅସ୍ପଷ୍ଟ ରହିଛି ।

ବୃଦ୍ଧ ଦମ୍ପତିଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ସୂଚନା ଅନୁସାରେ, ଦମ୍ପତି କାଜୁ ଜଙ୍ଗଲରେ ଦୀର୍ଘବର୍ଷ ହେଲା ଏକାକୀ ରହି କାଜୁ ସଂଗ୍ରହ କରି ସେଥିରେ ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ କିଛି ଦିନ ତଳେ ତାଙ୍କ ପୁଅ ବୋହୂ ଆସି ବାପା ମା ଙ୍କୁ ଦେଖା କରି ଯାଇଥିଲେ। ହେଲେ ଆଜି ଦୁହିଁଙ୍କ ମୃତଦେହ କୁଡିଆ ଘର ନିକଟରେ ପଡିଥିଲା । ଏହା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ କିଏ କେଉଁ କାରଣରୁ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା କଲା ତାହା ବର୍ତମାନ ସୁଦ୍ଧା ଜଣା ପଡିନାହିଁ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.