ETV Bharat / state

ବସ୍ତି ବାସିନ୍ଦା ପାଇବେ ଜମି ଅଧିକାର, ବ୍ରହ୍ମପୁରରେ ଡ୍ରୋନ ସର୍ଭେ ଆରମ୍ଭ

author img

By

Published : Nov 22, 2022, 5:24 PM IST

ବ୍ରହ୍ମପୁରରେ ଡ୍ରୋନ ସର୍ଭେ ଆରମ୍ଭ । ବସ୍ତି ବାସିନ୍ଦା ପାଇବେ ଜମି ଅଧିକାର । ବସ୍ତି ମୁକ୍ତ ଏବଂ ଜାଗା ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ୫ଟି ମହାନଗର ନିଗମର ବସ୍ତି ବାସିନ୍ଦାମାନଙ୍କୁ ଜମି ଅଧିକାର ଦିଆଯାଉଛି । ଏଥିରେ ସାମିଲ ହୋଇଛନ୍ତି ବ୍ରହ୍ମପୁର ମହାନଗର ନିଗମର ବସ୍ତି ବାସିନ୍ଦା । ସହରରେ ଆରମ୍ଭ ହୋଇଛି ଡ୍ରୋନ ସର୍ଭେ । ଏଥିରେ ୨୮ ହଜାର ପରିବାର ଉପକୃତ ହେବେ । ଅଧିକ ପଢନ୍ତୁ

ବ୍ରହ୍ମପୁରେରେ ଡ୍ରୋନ ସର୍ଭେ ଆରମ୍ଭ
ବ୍ରହ୍ମପୁରେରେ ଡ୍ରୋନ ସର୍ଭେ ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁରରେ ଡ୍ରୋନ ସର୍ଭେ ଆରମ୍ଭ । ବସ୍ତି ବାସିନ୍ଦା ପାଇବେ ଜମି ଅଧିକାର । ବସ୍ତି ମୁକ୍ତ ହେବ ବ୍ରହ୍ମପୁର ମହାନଗର ନିଗମ । ସହରର ୪୨ ଗୋଟି ୱାର୍ଡରେ ରହିଥିବା ୧୬୩ ଗୋଟି ବସ୍ତି ଅଞ୍ଚଳକୁ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଚିହ୍ନଟ କରାଯାଇ ପ୍ରଦାନ କରାଯିବ ଜମିର ଅଧିକାର । ସରକାରଙ୍କ ଜାଗା ମିଶନ ଜରିଆରେ ବସ୍ତି ଉଠାଯାଇ ତିଆରି ହେବ ବିଜୁ ଆଦର୍ଶ କୋଲେନୀ ।

ବ୍ରହ୍ମପୁରେରେ ଡ୍ରୋନ ସର୍ଭେ ଆରମ୍ଭ

ବ୍ରହ୍ମପୁର ମହାନଗର ନିଗମର ୧୬୩ ଗୋଟି ବସ୍ତିରେ ରହିଥିବା ପ୍ରାୟ ୨୮ ହଜାର ପରିବାର ଏହାରି ମାଧ୍ୟମରେ ଉପକୃତ ହେବେ । ଆସନ୍ତା ଡିସେମ୍ବର ୨୦୨୩ ସୁଦ୍ଧା ଏହି କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡରେ ରହିଥିବା ବସ୍ତି ଗୁଡିକର କରାଯାଉଛି ଏରିଅଲ୍ ସର୍ଭେ । ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଚାଲିଛି ଗୋଟିଏ ପରେ ଗୋଟିଏ ୱାର୍ଡରେ ରହିଥିବା ବସ୍ତି ଗୁଡିକର ସର୍ଭେ କାର୍ଯ୍ୟ ।


ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଶେଷରେ ସରକାରଙ୍କ ପକ୍ଷରୁ ଏଭଳି ବସ୍ତି ଅଞ୍ଚଳର ବାସିନ୍ଦା ଜମିର ଅଧିକାର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ ନେଇ ବେଶ ଖୁସି ବସ୍ତି ବସିନ୍ଦା । ବର୍ଷ ବର୍ଷ ଧରି ନିଜର ବସ୍ତିରେ ରହିଆସୁଥିବା ପରିବାର ବର୍ଗ ଜମିର ଅଧିକାର ପାଇବା ପାଇଁ ଅନେକ ବାର ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ , ମହାନଗର ନିଗମ କର୍ତ୍ତୁପକ୍ଷଙ୍କୁ ଅବଗତ କରୁଥିବା ବେଳେ ଶେଷରେ ଏପରି ନିଷ୍ପତ୍ତି ନିଆଯାଇଥିବାରୁ ସମସ୍ତେ ବେଶ ଖୁସି ।


୨୦୧୭ରୁ ଆରମ୍ଭ ହୋଇଥିବା ଜାଗା ମିଶନ ଜରିଆରେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ରହିଥିବା କେତେକ ନିର୍ଦ୍ଦିଷ୍ଟ ବସ୍ତି ଅଞ୍ଚଳରେ ରହିଥିବା ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଜମିର ଅଧିକାର ପ୍ରଦାନ କରିଥିଲେ । ବର୍ତ୍ତମାନ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟ ପାଇଁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ସେପଟେ ବ୍ରହ୍ମପୁର ମହାନଗର ନିଗମରେ ଚାଲିଥିବା ଏରିଅଲ୍ ସର୍ଭେ ଏକ ମାସ ଶେଷ ପରେ ପୁଣି ଏକ ସର୍ଭେ କରାଯିବା ବୋଲି କହିଛନ୍ତି ନିଗମର କମିଶନର ।

ଏହା ମଧ୍ୟ ପଢନ୍ତୁ-କୋରେଇ ଷ୍ଟେସନରେ ସ୍ୱାଭାବିକ ହେଲା ରେଳ ଚଳାଚଳ

ବସ୍ତି ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କର ଜମିର ଅଧିକାର ନଥିବାରୁ କେବେ ବସ୍ତି ଉଚ୍ଛେଦ ହେବ ସେମାନେ କେଉଁ ସ୍ଥାନକୁ ଯିବେ ଏହାକୁ ନେଇ ଚିନ୍ତାରେ ବସ୍ତିବାସିନ୍ଦା । ବସ୍ତି ସମୂହର ଭିତ୍ତିଭୂମି ବିକାଶ ପାଇଁ ପୌରସଂସ୍ଥା ବଜେଟ ସହିତ ସରକାରଙ୍କ ଅନୁଦାନରେ ନିର୍ମିତ ହେବାକୁ ଯାଉଛି ଆଦର୍ଶ କଲୋନୀ । ଯାହାର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ବେଶ ଖୁସି ବସ୍ତିବାସିନ୍ଦା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.