ETV Bharat / state

Double Murder In Digapahandi: ରାଜନୈତିକ ଶତ୍ରୁତାରୁ ୨ ଜଣଙ୍କୁ ବୀଭତ୍ସ ହତ୍ୟା

author img

By

Published : Apr 24, 2022, 9:20 AM IST

Updated : Apr 24, 2022, 2:29 PM IST

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଡବଲ୍ ମର୍ଡର । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଚଷାନିମଖଣ୍ଡି ଗ୍ରାମରେ । ଅଧିକ ପଢନ୍ତୁ

Double Murder In Digapahandi: ରାଜନୈତିକ ଶତ୍ରୁତାରୁ ୨ ଜଣଙ୍କୁ ବୀଭତ୍ସ ହତ୍ୟା
Double Murder in Digapahandi: ରାଜନୈତିକ ଶତ୍ରୁତାକୁ ନେଇ ୨ ଜଣଙ୍କୁ ବିଭତ୍ସ ହତ୍ୟା

ବ୍ରହ୍ମପୁର: ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଡବଲ୍ ମର୍ଡର । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଚଷାନିମଖଣ୍ଡି ଗ୍ରାମରେ । ମୃତକ ଦ୍ୱୟ ହେଲେ ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର।

Double Murder In Digapahandi: ରାଜନୈତିକ ଶତ୍ରୁତାରୁ ୨ ଜଣଙ୍କୁ ବୀଭତ୍ସ ହତ୍ୟା

ସୂଚନାଅନୁସାରେ, ରାଜନୈତିକ ଶତ୍ରୁତାରୁ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗତକାଲି(ଶନିବାର) ରାତିରେ ଦୁଇ ଜଣ ଏକ ବାଇକରେ ରାତିରେ ଗାଁକୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ରାସ୍ତାରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପରେ ଉଦ୍ଧାର କରାଯାଇ ତୁରନ୍ତ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ସୁଧୀରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସୁଧୀରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 24, 2022, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.