ETV Bharat / state

କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

author img

By

Published : Oct 6, 2019, 1:53 PM IST

କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ସୋରଡା ଥାନା ପଙ୍କାଳ ଜଙ୍ଗଲରୁ ଉଦ୍ଧାର କଲା ପୋଲିସ ।

ଡିଜାଇନ ଫଟୋ

ଭଞ୍ଜନଗର: କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ସୋରଡା ଥାନା ପଙ୍କାଳ ଜଙ୍ଗଲରୁ ଉଦ୍ଧାର କଲା ପୋଲିସ । ମୃତକ ଜଣଙ୍କ ସୋରଡା ତହସିଲର କର୍ମଚାରୀ ଜୟନ୍ତ କୁମାର ଗୌଡ ବୋଲି ଜଣାପଡିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଜୟନ୍ତ ଦୁଇ ଦିନ ହେବ ଘରୁ ନିଖୋଜ ଥିଲେ । ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ତେବେ ତାଙ୍କ ମୃତଦେହ କାଜୁ ଜଙ୍ଗଲରୁ ମିଳିବା ପରେ ପୋଲିସ ପଞ୍ଚନାମାକରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପଙ୍କାଳ କାଜୁ ଜଙ୍ଗଲରୁ ଯୁବକର ମୃତ ଦେହ ଉଦ୍ଧାର ମୃତକ ଜଣକହେଲେ ଜୟନ୍ତ କୁମାର ଗୌଡ଼ ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଶବକୁ ଜବତ କରି ପଞ୍ଚନାମାକରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ସୂଚନା ପ୍ରକାରେ ଜୟନ୍ତ ସୋରଡ଼ା ତହସିଲର କାର୍ଯ୍ୟରତ ପ୍ରୋସେସ ସର୍ଭର କର୍ମଚାରୀ ଅଟନ୍ତି ସେ ଘରୁ ଦୁଇଦିନ ହେଲା ନିଖୋଜଥିଲେ ପରିବାର ବହୁ ଖୋଜାଖୋଜି କରିଥିଲେ ହେଲେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା ଆଜି ତାଙ୍କର ଶବ ମିଳିଛି ପୋଲିସ ଅନୁସନ୍ଧାନ ଜାରିରଖିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ପ୍ରକୃତ କାରଣ ଜଣାପଡିବ Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.