ETV Bharat / state

ପୈତୃକ ସମ୍ପତ୍ତିକୁ ନେଇ 2 ପରିବାର ମଧ୍ୟରେ ସଂଘର୍ଷ, 3 ଆହତ

author img

By

Published : Nov 22, 2020, 3:20 PM IST

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ନିକଟରେ ଦୁଇ ଭାଇଙ୍କ ମଧ୍ୟରେ ପୈତୃକ ସମ୍ପତ୍ତିକୁ ନେଇ ସଂଘର୍ଷ ହୋଇଛି । ଅଧିକ ପଢନ୍ତୁ...

Clashes between 2 families over ancestral property, 3 injured
ପୈତୃକ ସମ୍ପତ୍ତିକୁ ନେଇ 2 ପରିବାର ମଧ୍ୟରେ ସଂଘର୍ଷ, 3 ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପାରିବାରିକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ରକ୍ତାକ୍ତ ସଂଙ୍ଘର୍ଷ ଘଟିଛି । ସଂଘର୍ଷରେ ଗୋଟିଏ ପରିବାରର ବାପା, ପୁଅ ଓ ବୋହୂ ଗୁରୁତର ଆହତ ହୋଇଛନ୍ତି ।

ସୂଚନାନୁଯାୟୀ ଗ୍ରାମର ରାମ ତରେଇ ଓ ବିନୋଦ ତରେଇ ଦୁଇ ଭାଇଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦୀର୍ଘ ଦିନ ଧରି ସଂଘର୍ଷ ଲାଗି ରହିଥିଲା । ତେବେ ଶନିବାର ରାତିରେ ଏହି ପାରିବାରିକ କଳହ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଗ୍ରାମର ଠାକୁରାଣୀ ମନ୍ଦିର ପଛପଟେ ରହୁଥିବା ରାମ ତରେଇଙ୍କ ଘରେ ବିନୋଦ ତରେଇଙ୍କ ପରିବାର ଲୋକେ ପଶି ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ରାମ ତରେଇଙ୍କ ମୁଣ୍ଡ ଓ ବୋହୂ ଶିବାନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପୁଅ ଲିଙ୍ଗରାଜ ତରେଇଙ୍କ ବାମ ହାତ ଓ ବାମ ଗୋଡରେ ମଧ୍ୟ କ୍ଷତାକ୍ତ ହୋଇଛନ୍ତି । ଏହି ଘଟଣା ପରେ ଗ୍ରାମବାସୀ ଓ ସଂପର୍କୀୟମାନେ ଅଟୋ ଯୋଗେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି କୁ ପଠାଇ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.