ETV Bharat / state

Panchayat Election: ବାଉଁଶଲୁଣ୍ଡି ପଞ୍ଚାୟତରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର

author img

By

Published : Feb 19, 2022, 11:38 AM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରେ ସରଗରମ ରାଜନୀତି । କିଏ କେମିତି ଲୋକମତ ହାତେଇବେ ତାକୁ ନେଇ ଆରମ୍ଭ ହୋଇ ଗଲାଣି କଳ୍ପନାଜଳ୍ପନା । ଆଉ ମାତ୍ର ଚାରି ଦିନ ନିର୍ବାଚନ ପ୍ରଚାର ଥିବାରୁ ବାଉଁଶଲୁଣ୍ଡି ପଞ୍ଚାୟତରେ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିବାରେ ଲାଗିଛି । ଅଧିକ ପଢନ୍ତୁ

Panchayat Election: ବାଉଁଶଲୁଣ୍ଡି ପଞ୍ଚାୟତରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର
Panchayat Election: ବାଉଁଶଲୁଣ୍ଡି ପଞ୍ଚାୟତରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର

ଭଞ୍ଜନଗର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରେ ସରଗରମ ରାଜନୀତି । କିଏ କେମିତି ଲୋକମତ ହାତେଇବେ ତାକୁ ନେଇ ଆରମ୍ଭ ହୋଇ ଗଲାଣି କଳ୍ପନାଜଳ୍ପନା । ଆସନ୍ତା ୨୪ ତାରିଖରେ ଭଞ୍ଜନଗର ବ୍ଲକରେ ବ୍ଳକରେ ନିର୍ବାଚନ ଅନୁଷ୍ଠିତ ହେବ ।‌ ଭୋଟର ମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ପ୍ରସ୍ତୁତ ହେଉଛି ରଣକୌଶଳ । କିଏ ବିକାଶର କଥା କହି ଭୋଟରଙ୍କ ମନ ଜିଣୁଛି ତ ଆଉ କିଏ ଦୁର୍ନୀତିକୁ ପ୍ରସଙ୍ଗ କରି ଭୋଟରଙ୍କ ନିକଟତର ହେବା ପାଇଁ ଉଦ୍ୟମ କରୁଛନ୍ତି ।

Panchayat Election: ବାଉଁଶଲୁଣ୍ଡି ପଞ୍ଚାୟତରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର

ଆଉ ମାତ୍ର ଚାରି ଦିନ ନିର୍ବାଚନ ପ୍ରଚାର ଥିବାରୁ ବାଉଁଶଲୁଣ୍ଡି ପଞ୍ଚାୟତରେ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିବାରେ ଲାଗିଛି । ସବୁଦଳର ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟଭିକ୍ଷାରେ ଲାଗିପଡିଛନ୍ତି । ବାଉଁଶଲୁଣ୍ଡି ପଞ୍ଚାୟତରେ ଏଥର ସରପଞ୍ଚ ପ୍ରାର୍ଥୀ ଲିଙ୍ଗରାଜ ପ୍ରଧାନ ଓ ତାଙ୍କ ପ୍ରତିଦ୍ବନ୍ଦୀ ଉଦ୍ଧବ ମିଶ୍ରଙ୍କ ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଇଛି ।

ସେହିପରି ୫୧ ନଂ ଜୋନର ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ଜିତେନ୍ଦ୍ର କେଶରୀ ଆରୁଖ ବିଜେଡି ସପକ୍ଷରେ ଲଢୁଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ବିଜେପି ଜିଲ୍ଲାପରିଷଦ ପାର୍ଥୀ ରବୀନ୍ଦ୍ର କୁମାର ଗୌଡ଼ ବିଜେପି ସପକ୍ଷରେ ଲଢେଇ କରୁଛନ୍ତି । ପଞ୍ଚାୟତରେ ସବୁ ସାହିକୁ ପକ୍କା ରାସ୍ତା, ପାନୀୟ ଜଳର ବ୍ୟବସ୍ଥା, ବିଜୁ ପକ୍କାଘର, ଆଦର୍ଶ ଗୁହାଳ, ବାର୍ଦ୍ଧକ୍ୟ ଭତ୍ତା ଆଦି ଯୋଗାଇ ଦିଆଯାଇଛି ତଥାପି ଆଉ ଯାହା ବାକି ରହିଯାଇଛି ଚଳିତ ନିର୍ବାଚନରେ ବିଜୟ ହେଲାପରେ ସେସବୁକୁ ପୁରଣ କରିବି ଏହି ମୁଦ୍ଦା ନେଇ ପ୍ରାର୍ଥୀ ପ୍ରଚାର ଚଳାଇଛନ୍ତି ।

ଏପଟେ ଗାମୁଣ୍ଡି ଗ୍ରାମରେ ବହୁ ସମସ୍ୟା ଥିବାବେଳେ ଚାଷୀଙ୍କ ଦୁଖଃ କେହି ବୁଝୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ପଞ୍ଚାୟତରେ ୭ହଜାର ୭୨୮ ଲୋକସଂଖ୍ୟା ବସବାସ କରୁଥିବା ବେଳେ ଭୋଟରଙ୍କ ସଂଖ୍ୟା ହେଉଛି ୫ହଜାର ୯୪୫ । ସେଥିମଧ୍ୟରୁ ପୁରୁଷ ଭୋଟ ୩ହଜାର ୬୮ ରହିଥିହା ବେଳେ ମହିଳା ଭୋଟର ହେଉଛନ୍ତି ୨ହଜାର ୮୭୭ । ବାଉଁଶଲୁଣ୍ଡି ପଞ୍ଚାୟତରେ ପ୍ରାର୍ଥୀଙ୍କ ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.