ETV Bharat / state

ଲୁଡୁ ଖେଳକୁ ନେଇ ବଡ ଭାଇକୁ ହତ୍ୟାକଲା ସାନ ଭାଇ

author img

By

Published : Sep 11, 2020, 6:33 PM IST

ଲୁଡୁ ଖେଳରେ ଦୁଇ ଶହ ଟଙ୍କାକୁ ନେଇ ବଚସା ପରେ ବଡ ଭାଇକୁ ଛୁରୀ ଭୁଷୀ ହତ୍ୟା କଲା ସାନ ଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ...

ଲୁଡୁ ଖେଳକୁ ନେଇ ଭାଇକୁ ହତ୍ୟା କଲା ଭାଇ
ଲୁଡୁ ଖେଳକୁ ନେଇ ଭାଇକୁ ହତ୍ୟା କଲା ଭାଇ

ଭଞ୍ଜନଗର: ଲୁଡୁ ଖେଳକୁ ନେଇ ଭାଇକୁ ହତ୍ୟା କଲା ଭାଇ । ଏଭଳି ଅଭାବନୀୟ ଘଟଣା ଗଞ୍ଜମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଘଟିଛି । ଦୁଇ ଶହ ଟଙ୍କାକୁ ନେଇ ବଚସା ହେବା ପରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

ଲୁଡୁ ଖେଳକୁ ନେଇ ଭାଇକୁ ହତ୍ୟା କଲା ଭାଇ

ସୂଚନା ଥାଉକି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଚମ୍ପେଇତପୁର ଗ୍ରାମରେ ଗତ 5 ତାରିଖ ଦିନ ଦିନ ଲୁଡୁ ଖେଳକୁ ନେଇ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଲୁଡୁ ଖେଳରେ ଦୁଇ ଶହ ଟଙ୍କାକୁ ନେଇ ଗୋଣ୍ଡଗୋଳ ହୋଇଥିଲା ଏବଂ ଏହାପରେ ଦାଦା ପୁଅ ବଡ ଭାଇକୁ ଉତ୍ତ୍ୟକ୍ତ ହୋଇ ଛୁରୀ ଭୁଷି ଅତି ଜଘନ୍ୟ ଭାବେ ହତ୍ୟା କରିଥିଲା ବଡ ବାପା ପୁଅ ସାନ ଭାଇ ।

ଏହାପରେ ହତ୍ୟାକାରୀ ଭାଇ ଫେରାର ହୋଇଯାଇଥିଲା । ତେବେ ମୃତ ବ୍ୟକ୍ତି ଜଣକ ବାବୁଲା ଗୌଡ ବୋଲି ଜଣାପଡିଛି । ଶୁକ୍ରବାର ହତ୍ୟାକାରୀ ଭାଇ ନୃସିଂହ ଗୌଡକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.