ETV Bharat / state

ବିଜେପି କର୍ମୀଙ୍କୁ BeMC କମିଶନରଙ୍କ ଦୁର୍ବ୍ୟବହାର ଅଭିଯୋଗ, କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

author img

By

Published : Dec 8, 2022, 1:07 PM IST

ବିଜେପି ନେତୃବୃନ୍ଦଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ଦୁର୍ବ୍ୟବହାର ଅଭିଯୋଗ । ଏନେଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ

ବିଜେପି ନେତୃବୃନ୍ଦଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ଦୁର୍ବ୍ୟବହାର  ଅଭିଯୋଗ, କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବିଜେପି ନେତୃବୃନ୍ଦଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ଦୁର୍ବ୍ୟବହାର ଅଭିଯୋଗ, କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର: ବିଜେପି ନେତୃବୃନ୍ଦଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ଦୁର୍ବ୍ୟବହାର ଅଭିଯୋଗ । ଏନେଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନାନୁସାରେ ଗତ କିଛି ମାସ ମଧ୍ୟରେ ବ୍ରହ୍ମପୁର ସହରରେ ମଶା ସଂଖ୍ୟା ବୃଦ୍ଧି ପାଇଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ବିଜେପିର ପ୍ରତିନିଧି ଦଳ ନିଗମ କମିଶନରଙ୍କ ନିକଟକୁ ସାକ୍ଷାତ କରିବାକୁ ଯାଇଥିଲେ । ହେଲେ ନିଗମ କାର୍ଯ୍ୟାଳୟକୁ ଆସିଥିବା ଜିଲ୍ଲାର ବିଜେପି ନେତୃବୃନ୍ଦଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର ଦୁର୍ବ୍ୟବହାର କରିଥିଲେ ।

ବିଜେପି ନେତୃବୃନ୍ଦଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ଦୁର୍ବ୍ୟବହାର ଅଭିଯୋଗ, କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନିଗମ କମିଶନରଙ୍କୁ ସାକ୍ଷାତ କରିବାକୁ ଗଲା ବେଳେ ୪ ଜଣଙ୍କୁ ଅନୁମତି ଦେବାସହ ତା ଠାରୁ ଅଧିକ ସଂଖ୍ୟା ଆସିଲେ ଦଫା ସହ ପୋଲିସ ଲଗାଇବେ ବୋଲି କମିଶନର ଧମକ ଦେଇଥିଲେ । ଏନେଇ ନାରାବାଜି କରିଥିଲା ବିଜେପି । ଏହାପରେ ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ ଏବଂ ଡେପୁଟି ମେୟର କେ.ବିବେକ ରେଡିଙ୍କ ସମେତ କେତେକ କର୍ପୋରେଟର ପହଞ୍ଚି ଧାରଣାରେ ବସି ରହିଥିବା ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ସହ ସମସ୍ତଙ୍କୁ ଉଠାଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.