ETV Bharat / state

ବିଜେପି କର୍ପୋରେଟରଙ୍କୁ ଆକ୍ରମଣ ଘଟଣା, ଏସପିଙ୍କୁ ଭେଟିଲେ କର୍ପୋରେଟର

author img

By

Published : May 31, 2023, 12:30 PM IST

ସ୍ଥାନୀୟ କର୍ପୋରେଟରଙ୍କୁ ଆକ୍ରମଣ ଘଟଣା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କର୍ପୋରେଟର । ଅଧିକ ପଢନ୍ତୁ

corporator attack case
corporator attack case

corporator attack case

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ କାଳିମାଡ ଓ ସ୍ଥାନୀୟ କର୍ପୋରେଟରଙ୍କୁ ଆକ୍ରମଣ ଘଟଣା । ନିରପେକ୍ଷ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କର୍ପୋରେଟର । ତେବେ ୨୭ ନଂ ୱାର୍ଡର ବିଜେପି ଦଳରୁ ନିର୍ବାଚନରେ ବିଜୟୀ ହୋଇଥିବା କର୍ପୋରେଟର ନୀଳକଣ୍ଠ ସାହୁଙ୍କୁ ଏକାଧିକ ବିଜେପି କର୍ମୀ ଓ ନେତା ମାଡ଼ ମାରିଥିବା ଘଟଣାକୁ ଗୁରୁତର ନେଇଛନ୍ତି ବ୍ରହ୍ମପୁର ମହାନଗର ନିଗମର ଅନ୍ୟ କର୍ପୋରେଟର ।

ଦଳ ମତ ନିର୍ବିଶେଷରେ ସହରରେ ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ ସର୍ବସାଧାରଣରେ ଆକ୍ରମଣ କରାଯିବା ଘଟଣାକୁ ନେଇ ମହାନଗର ନିଗମର ବହୁ କର୍ପୋରେଟର ଥାନାରେ ଏତଲା ଦେଇଥିଲେ । ଯାହାର ନିରପେକ୍ଷ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ସହରର ବରିଷ୍ଠ କର୍ପୋରେଟର ମଳୟ କୁମାର ବିଷୋୟୀଙ୍କ ସମେତ ବହୁ ବିଜେଡି ଦଳର କର୍ପୋରେଟର ଏହି ଅବସରରେ ଉପସ୍ଥିତ ରହିଥିଲେ । ହେଲେ ବିଜେପି ଦଳର ରହିଥିବା ଅନ୍ୟ କୌଣସି କର୍ପୋରେଟରଙ୍କ ଉପସ୍ଥିତି ଦେଖିବାକୁ ମିଳିନଥିଲା । ଅନ୍ୟପଟେ କର୍ପୋରେଟରଙ୍କ ସହିତ ଆଲୋଚନା ପରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଉକ୍ତ ଘଟଣାରେ ଦୁଇଟି ମାମଲା ରୁଜ ହୋଇଥିବା ବେଳେ ଜଣେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ କରିବେ ଏବଂ ଏହାପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବିଜେପି କର୍ପୋରେଟରଙ୍କୁ ଆକ୍ରମଣ ଘଟଣା, ଥାନାରେ ଏତଲା

ରାଜ୍ୟ ବିଜେପି ସଭାପତି ଭାବରେ ମନମୋହନ ସାମଲ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ରବିବାର ଗଞ୍ଜାମ ଜିଲ୍ଲା ଏବଂ ବ୍ରହ୍ମପୁର ଗ୍ରସ୍ତରେ ଆସିଥିଲେ । ଆଉ ଏହି ସମୟରେ ଦଳର ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଥିଲା । ଜିଲ୍ଲାର ଭାଜପା ସଭାପତି ବିଭୂତି ଜେନାଙ୍କ ଉପରକୁ କାଳିମାଡ ହୋଇଥିଲା । ଏହି ଘଟଣା ସ୍ଥାନୀୟ ଦଳୀୟ କର୍ପୋରେଟରଙ୍କ ଇଙ୍ଗିତରେ ହୋଇଥିବା ନେଇ ଅନ୍ୟ କେତେକ ବିଜେପି କର୍ପୋରେଟରଙ୍କୁ ଠେଲାପେଲା କରାଯାଇଥିଲା । ସେହି ସମୟରେ କର୍ପୋରେଟର ନୀଳକଣ୍ଠ ସାହୁ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ହେଲେ ଏହାର ଗୋଟିଏ ଦିନ ପରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବା ସତ୍ତ୍ବେ ବର୍ତ୍ତମାନ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଦେଖିବାକୁ ମିଳିଛି । ତେବେ ଆଗାମୀ ଦିନରେ କଣ ପଦକ୍ଷେପ ନିଆଯାଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।


ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.