ETV Bharat / state

ନୂଆ ରୂପ ନେବ ମା' ବୁଢୀ ଠାକୁରାଣୀ ମନ୍ଦିର; ଖର୍ଚ୍ଚ ହେବ ୧୮କୋଟି, ଦୁଇଟି ପର୍ଯ୍ୟାୟରେ ସରିବ କାମ

author img

By

Published : Jul 7, 2023, 8:31 PM IST

5T ଅଧନୀରେ ନୂଆ ରୂପ ନେବ ମା' ବୁଢୀ ଠାକୁରାଣୀ ମନ୍ଦିର । ବୁଢୀ ଠାକୁରାଣୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଏଥିପାଇଁ ମୋଟ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଦୁଇଟି ପର୍ଯ୍ୟାୟରେ ସରିବ କାମ । ଅଧିକ ପଢ଼ନ୍ତୁ

ନୂଆ ରୂପ ନେବ ମା' ବୁଢୀ ଠାକୁରାଣୀ ମନ୍ଦିର
ନୂଆ ରୂପ ନେବ ମା' ବୁଢୀ ଠାକୁରାଣୀ ମନ୍ଦିର

ଭୁବନେଶ୍ବର/ବ୍ରହ୍ମପୁର: 5T ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁରର ମା' ବୁଢୀ ଠାକୁରାଣୀ ମନ୍ଦିର । ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଦୁଇଟି ପର୍ଯ୍ୟାୟରେ ଏହି କାମ କରାଯିବ । ଏଥିପାଇଁ ମୋଟ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମପୁରର ଆରାଧ୍ୟ ଦେବୀ ମା' ବୁଢୀ ଠାକୁରାଣୀ । କେବଳ ଗଞ୍ଜାମ ବା ଓଡିଶା ନୁହେଁ, ପଡୋଶୀ ଆନ୍ଧ୍ର ପ୍ରଦେଶରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି ମା' ବୁଢୀ ଠାକୁରାଣୀ । ମା'ଙ୍କ ପୂଜା ପାଇଁ ପ୍ରତିଦିନ ଓଡିଶା ଓ ଆନ୍ଧ୍ର ପ୍ରଦେଶରୁ ବହୁ ଭକ୍ତ ଆସିଥାନ୍ତି । ତେଣୁ ଭକ୍ତ ମାନଙ୍କ ସୁବିଧା ତଥା ମନ୍ଦିରର ବିକାଶ ତଥା ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ମୁଖ୍ୟ ମନ୍ଦିରର ବିକାଶ ସହ ମନ୍ଦିର କାନ୍ଥ ତଥା ଚଟାଣରେ ପଥର ବିଛାଯିବ । ଯଜ୍ଞ କୁଣ୍ଡ, ମନ୍ଦିର କାର୍ଯ୍ୟାଳୟର ପୁନଃନିର୍ମାଣ, ପାଚେରୀ, ଉଦ୍ୟାନ, ସୁସଜ୍ଜିତ ପ୍ରବେଶ ଚିତ୍ର ସହିତ ମନ୍ଦିରକୁ କଳିଙ୍ଗ ସ୍ଥାପତ୍ୟରେ ସୁଶୋଭିତ କରାଯିବ ।

ସେହିପରି ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ହାତ ଓ ପାଦ ଧୋଇବା ପାଇଁ ପାଣିର ବ୍ୟବସ୍ଥା, ପ୍ରେକ୍ଷାଳୟ ଆଦି ନିର୍ମାଣ କରାଯିବ । ଏହା ସହିତ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ପାଇଁ ହଲ୍‌, ପୂଜକ ମାନଙ୍କ ପାଇଁ ଗୃହ, ମନ୍ଦିର ରୋଷଘର ଓ ଭୋଗମଣ୍ଡପ ମଧ୍ୟ ନିର୍ମାଣ କରାଯିବ । ମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆଲୋକ ସଜ୍ଜା ମଧ୍ୟ କରାଯିବ । ମନ୍ଦିରକୁ ଯାଇଥିବା ରାସ୍ତାର ଉନ୍ନତୀକରଣ, ପାର୍କିଂ ବ୍ୟବସ୍ଥା, ଶୌଚାଳୟ, ଲ୍ୟାଣ୍ଡ୍‌ ସ୍କେପିଙ୍ଗ ସହିତ ବୃକ୍ଷ ରୋପଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଭିକେ ପାଣ୍ଡିଆନ କିଛିଦିନ ତଳେ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ଏହା ସହିତ ମନ୍ଦିରର ବିକାଶ ସମ୍ପର୍କରେ ପୂଜକ, ସ୍ଥାନୀୟ ଜନତା, ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ 5T ସଚିବ ।

ଏହା ମଧ୍ୟ ପଢ଼ନ୍ତୁ...୨ଟି ପର୍ଯ୍ୟାୟରେ ହେବ ବିକାଶ, ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ

ଏହା ମଧ୍ୟ ପଢ଼ନ୍ତୁ...5T Secy in Jagatsinghpur: ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା, ବିଭିନ୍ନ ସ୍ଥାନ ପରିଦର୍ଶନ

ଇଟିଭି ଭାରତ, ଭୁବନେଶ୍ବର/ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.