ETV Bharat / state

ବ୍ରହ୍ମପୁର ITI ଛାତ୍ରଙ୍କ କମାଲ: କବାଡି ଜିନିଷରୁ ଆକର୍ଷଣୀୟ ବାଇକ, ମନକିଣୁଛି KTM Duke ମଡେଲ୍

author img

By

Published : Jul 20, 2023, 4:18 PM IST

Updated : Jul 20, 2023, 4:29 PM IST

ଆଇଟିଆଇ ବ୍ରହ୍ମପୁର ଛାତ୍ରମାନଙ୍କ କମାଲ । କବାଡି ଜିନିଷରୁ ତିଆରି କରୁଛନ୍ତି ଆକର୍ଷଣୀୟ ବାଇକ ମଡେଲ । ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ପଡିରହୁଥିବା ଗାଡିର ଚେନ, ବୋଲ୍‌ଟ ଭଳି ପାର୍ଟ ବ୍ୟବାହର ନାମୀଦାମୀ ବାଇକ ମଡେଲ ପ୍ରସ୍ତୁତ କରୁଛନ୍ତି । ଯାହାକି ପୁଣିଥରେ ଏହି ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କୁ ଚର୍ଚ୍ଚାକୁ ଆଣିଛି । ଅଧିକ ପଢନ୍ତୁ

କବାଡି ଜିନିଷରୁ ଆକର୍ଷଣୀୟ ବାଇକ
କବାଡି ଜିନିଷରୁ ଆକର୍ଷଣୀୟ ବାଇକ

ମନକିଣୁଛି KTM Duke ମଡେଲ୍

ବ୍ରହ୍ମପୁର: ଅଦରକାରୀ ସାମଗ୍ରୀରୁ ସୁନ୍ଦର କଳାକୃତି । କବାଡି ଜିନିଷରୁ ପ୍ରସ୍ତୁତ ହେଉଛି ନାମୀଦାମୀ ମଡେଲରେ ଆକର୍ଷଣୀୟ ବାଇକ । କେଟିଏମଠୁ ଆରମ୍ଭ କରି ଡ୍ୟୁକ, ୟାମହା, ବୁଲେଟ ଭଳି ବାଇକ ମଡେଲ ପ୍ରସ୍ତୁତ କରୁଛନ୍ତି ଛାତ୍ର । ଯାହାକି ଅବିକଳ ମୋଟର ସାଇକେଲ ଭଳି ଦିଶୁଛି । 'ନଷ୍ଟରୁ ଶ୍ରେଷ୍ଠ' ବାର୍ତ୍ତା ନେଇ ସ୍କ୍ରାପ ମାଟେରିଆଲରୁ ଏଭଳି ଆକର୍ଷଣୀୟ ବାଇକ ପ୍ରସ୍ତୁତ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁର ଆଇଟିଆଇ ଛାତ୍ର । ଅବ୍ୟବହୃତ ସାମଗ୍ରୀକୁ ବ୍ୟବହାର ଯୋଗ୍ୟ କରିବା କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନ ଅତୀତରେ କେବଳ ରାଜ୍ୟ କାହିଁକ ସମଗ୍ର ଦେଶରେ ପ୍ରଶଂସା ସାଉଣ୍ଟିଥିବା ବେଳେ ପୁଣିଥରେ କବାଡି ସାମଗ୍ରୀରୁ ଚମତ୍କାର କଳାକୃତି ପାଇଁ ଚର୍ଚ୍ଚାକୁ ଆସିଛି ।

ଗ୍ୟାରେଜ, କବାଡି ଦୋକାନ ଓ ରାସ୍ତାକଡରେ ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ପଡି ରହୁଥିବା ବିଭିନ୍ନ ମୋଟର ସାଇକେଲରୁ ଚେନ୍, ବୋଲଟ୍, ସିଟ୍ ମେଟାଲ, ବେରିଙ୍ଗ୍ ଭଳି ପାର୍ଟକୁ ବ୍ୟବହାର କରି ଆଇଟିଆଇ ଛାତ୍ରମାନେ ଏଭଳି ସୁନ୍ଦର ସୁନ୍ଦର ବାଇକ ମଡେଲ ପ୍ରସ୍ତୁତ କରିଛନ୍ତି । ଶିକ୍ଷାନୁଷ୍ଠାନର ୱେଲଡର , ଫିଟର୍ , ପେଇଣ୍ଟର ଟେର୍ଡର ବିଦ୍ୟାର୍ଥୀମାନେ ମାତ୍ର ୧୫ ଦିନ ଭିତରେ ସ୍କାପ ମାଟେରିଆଲରୁ ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି । ଗ୍ୟାରେଜ, ରାସ୍ତାକଡ ଓ କବାଡିଖାନାରେ ଅବ୍ୟବହୃତ ବାଇକ ଦେଖିଲେ, ଏହି ଛାତ୍ରମାନେ ସେଥିରୁ ଚେନ, ବୋଲ୍ଟ, ବେରିଙ୍ଗ, ସିଟ ମେଟାଲ ଇତ୍ୟାଦି ସଂଗ୍ରହ କରିଥାନ୍ତି । ତାହାକୁ ବ୍ୟବହାର କରି ଭଳିକି ଭଳି ନାମୀଦାମୀ ବାଇକ ମଡେଲର ପ୍ରସ୍ତୁତ କରନ୍ତି । ଏହି କାର୍ଯ୍ୟରେ ପିଲାଙ୍କୁ ଶିକ୍ଷାନୁଷ୍ଠାନର ଶିକ୍ଷକମାନେ ସହାୟତା କରିଛନ୍ତି । ବର୍ତ୍ତମାନ ଏହି ବାଇକ ମଡେଲଗୁଡିକୁ ଶିକ୍ଷାନୁଷ୍ଠାନରେ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: Creative Work From Unused Tires: ଅଦରକାରୀ ଟାୟାରରେ ଆଖି ଖୋସି ହେଲା ଭଳି ଡିଜାଇନ

ବ୍ରହ୍ମପୁର ଆଇଟିଆଇ ଅଧ୍ୟକ୍ଷ କହିଛନ୍ତି, ''ଏହା ପାଠ୍ୟକ୍ରମର ଏକ ଅଂଶ । ଅବ୍ୟବହୃତ ସାମଗ୍ରୀରୁ ବାଇକ ମଡେଲ ପ୍ରସ୍ତୁତ କରିବା ପାଇଁ ପିଲାମାନଙ୍କୁ ଏକ ପ୍ରୋଜେକ୍ଟ ଦିଆଯାଇଥିଲା । ମୁଖ୍ୟତଃ ବର୍ଷ ତମାମ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀମାନଙ୍କ ପାଠପଢା ଶେଷ ପରେ, ନିଜର ଶିକ୍ଷା ଓ ଜ୍ଞାନ କୌଶଳ ପ୍ରୟୋଗ କରି କରି କେମିତି ସେମାନଙ୍କୁ ଅଧିକ ମାତ୍ରାରେ ଆତ୍ମନିର୍ଭର କରାଯାଇପାରିବ ସେହି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି ।''

ଅଦରକାରୀ ସାମଗ୍ରୀକୁ ବ୍ୟବହାର କରି ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଜ୍ଞାନକୌଶଳର ବିକାଶ ସହିତ ଆତ୍ମନିର୍ଭରଶୀଳ ଏବଂ ରୋଜଗାର ସୃଷ୍ଟି କରାଇବା କ୍ଷେତ୍ରରେ କେବଳ ଆମ ରାଜ୍ୟ କାହିଁକି ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ(ITI) ଏବଂ ଅନ୍ୟ ଶିକ୍ଷାନୁଷ୍ଠାନ ପାଇଁ ଉଦାହରଣ ପାଲଟିଛି । ବର୍ତ୍ତମାନର ଅବ୍ୟବହୃତ ସାମଗ୍ରୀକୁ ବ୍ୟବହାର କରି ଅବିକଳ ବାଇକ ମଡେଲ ପ୍ରସ୍ତୁତ କରିବା କଳାକୃତିକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jul 20, 2023, 4:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.