ETV Bharat / city

Creative Work From Unused Tires: ଅଦରକାରୀ ଟାୟାରରେ ଆଖି ଖୋସି ହେଲା ଭଳି ଡିଜାଇନ

author img

By

Published : Dec 23, 2021, 8:11 PM IST

Updated : Dec 24, 2021, 3:02 PM IST

ରାସ୍ତା କଡରୁ ହେଉ କିମ୍ବା ଗ୍ୟାରେଜ, ସାଇକେଲ-ମୋଟର ସାଇକେଲ ଟାୟାରକୁ ନେଇ ଏବେ ପ୍ରସ୍ତୁତ କରାଯାଉଛି ସୁନ୍ଦର ସୁନ୍ଦର ପ୍ରତିକୃତି । ଏହି ପ୍ରତିକୃତି କୌଣସି କୋରିଗର ନୁହେଁ ବରଂ ଏହାକୁ କରିଛନ୍ତି ବ୍ରହ୍ମପୁରର ସରକାରୀ ଶିଳ୍ପ ପ୍ରତିଷ୍ଠାନର ବିଦ୍ୟାର୍ଥୀମାନେ । ଅଧିକ ପଢ଼ନ୍ତୁ

Creative Work From Unused Tires: ଅଦରକାରୀ ଟାୟାରରେ ଆଖି ଖୋସି ହେଲା ଭଳି ଡିଜାଇନ
ସୌନ୍ଦର୍ଯ୍ୟ ବୃଦ୍ଧି କରିବ ଅଦରକାରୀ ଟାୟାର, ତିଆରି ହେଉଛି ଅନେକ ପ୍ରତିକୃତି

ବ୍ରହ୍ମପୁର: ଆପଣ କାଠ, ମାଟି, ଲୁହା, ପଥରରେ ତିଆରି ଅନେକ କଳାକୃତି ଦେଖିଥିବେ । ହେଲେ କେବେ ଟାୟାରରେ (tyre) ତିଆରି କୌଣସି କଳାକୃତି (sculpture) ଦେଖିଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାସ୍ତା କଡରୁ ହେଉ କିମ୍ବା ଗ୍ୟାରେଜ, ସାଇକେଲ-ମୋଟର ସାଇକେଲ ଟାୟାରକୁ ନେଇ ଏବେ ପ୍ରସ୍ତୁତ କରାଯାଉଛି ସୁନ୍ଦର ସୁନ୍ଦର ପ୍ରତିକୃତି । ତେବେ ଏହି ପ୍ରତିକୃତି କୌଣସି କୋରିଗର ନୁହେଁ ବରଂ ଏହାକୁ କରିଛନ୍ତି ବ୍ରହ୍ମପୁରର ସରକାରୀ ଶିଳ୍ପ ପ୍ରତିଷ୍ଠାନର ବିଦ୍ୟାର୍ଥୀମାନେ (govt ITI Berhampur students) ।

ସବୁ ଅସମ୍ଭବକୁ ସମ୍ଭବ କରିବା ଲକ୍ଷ୍ୟ ନେଇ ଉଦ୍ୟମ ଜାରି ରଖିଛନ୍ତି ଏହି ITI ଛାତ୍ରମାନେ (ITI students) । ଯାହାକୁ ନେଇ ଇତି ମଧ୍ୟରେ ପ୍ରସ୍ତୁତ ସରିଲାଣି ଦୁଇଟି ହାତୀ ପ୍ରତିକୃତି ସହିତ ଗୋଟିଏ ଘୋଡା ଏବଂ ଗୋଟିଏ କାଉ । ଏହା ଶେଷ ହେଲେ ଟାୟାରରେ ପ୍ରସ୍ତୁତ ହେବ ଡାଇନେସୋର । ତେବେ ଏହାକୁ ପ୍ରସ୍ତୁତ କରି ବେଶ ଖୁସି ଅନୁଷ୍ଠାନର ବିଦ୍ୟାର୍ଥୀ ମାନେ ।

Creative Work From Unused Tires: ଅଦରକାରୀ ଟାୟାରରେ ଆଖି ଖୋସି ହେଲା ଭଳି ଡିଜାଇନ



ଗୋଟିଏ ଗୋଟିଏ ଟାୟାରକୁ ଯୋଡି ଏହି ସୁନ୍ଦର ସୁନ୍ଦର କଳାକୃତିମାନ ତିଆରି କରିଛନ୍ତି ଛାତ୍ରମାନେ । ପ୍ରଥମେ ଅଦରକାରୀ ଲୁହା ରଡକୁ ନେଇ ବିଦ୍ୟାର୍ଥୀମାନେ ପ୍ରସ୍ତୁତ କରିଥାନ୍ତି ପ୍ରତିକୃତିର ଡିଜାଇନ । ଏହାପରେ ଅବ୍ୟବହୃତ ଟାୟରକୁ କାଟି ଲୁହାର ତାର ସାହାର୍ଯ୍ୟରେ ଏହି ପିରତିକୃତି ତିଆରି କରାଯାଇଥାଏ । ତେବେ ଗୋଟିଏ ଲେଖାଏଁ ମୋଡେଲ ପ୍ରସ୍ତୁତ କରିବାକୁ ଏମାନଙ୍କୁ ଲାଗିଥାଏ ଦେଢରୁ ଦୁଇ ମାସ ସମୟ। ଆଗକୁ ଡାଇନେସୋର ବନାଇବାର ରହିଛି ଯୋଜନା । ଏହା ପ୍ରସ୍ତୁତ କରିବାକୁ ଅନୁଷ୍ଠାନର ବିଭିନ୍ନ ଟ୍ରେଡର ବିଦ୍ୟାର୍ଥୀମାନେ ଅନେକ ପରିଶ୍ରମ କରୁଛନ୍ତି ।



ଏପଟେ ନଷ୍ଟ ଦ୍ରବ୍ୟରୁ ଏଭଳି ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପ୍ରତିକୃତି ପ୍ରସ୍ତୁତ ହେବା ପରେ ତାହାକୁ ରଙ୍ଗ ଦିଆଯାଇ ବିଭିନ୍ନ ସ୍ଥାନରେ ରଖାଯିବାକୁ ସ୍ଥିର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସଂଗୃହିତ ହୋଇଥିବା ଟାୟାରରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଏହାକୁ ବହୁ ମାତ୍ରାରେ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ସ୍କିଲ୍ ପାର୍କରେ ନୂଆ ପ୍ରତିକୃତି ଯୋଡ଼ି ଦେଶ ବିଦେଶରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବ୍ରହ୍ମପୁର ଆଇଟିଆଇ । ଆଉ ଏବେ ସ୍କାର୍ପ ଓ ଇ-ୱେଷ୍ଟରେ ଅନେକ ସୁନ୍ଦର କଳାକୃତି ସହରରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ନୂତନ କାର୍ଯ୍ୟ ପାରିପାର୍ଶ୍ବକ ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହେବା ସହ ରଚିବ ଏକ ନୂତନ ଇତିହାସ ।



ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 24, 2021, 3:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.