ETV Bharat / state

ବିକାଶ ଆଢୁଆଳରେ ଅଘୋରୀ ମଠ; ୩୦୦ ବର୍ଷ ପୂର୍ବେ ସ୍ଥାପନ ହୋଇଥିଲେ ଶ୍ରୀଜିଉ, ଓଳିଏ ଖାଇଲେ ଓଳିଏ ଉପାସରେ ମହାପ୍ରଭୁ

author img

By

Published : Aug 1, 2023, 3:38 PM IST

Updated : Aug 1, 2023, 5:01 PM IST

ଦିନେ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇଉଠୁଥିଲା ଏହି ଅଞ୍ଚଳ । ହେଲେ ଆଜି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ଏହି ମନ୍ଦିର । କେବଳ ଗୋଟିଏ ଓଳା ପୂଜା ପାଉଛନ୍ତି ମହାପ୍ରଭୁ । ଆଉ ରାତି ସମୟରେ ଉପବାସରେ ରହୁଛନ୍ତି । ବ୍ରହ୍ମପୁର ସହର ଉପକଣ୍ଠ ସୁକୁଣ୍ଡା ଅଞ୍ଚଳର ପାହାଡଘେରା ମଧ୍ୟରେ ଅବସ୍ଥିତ ଅଘୋରୀ ମଠ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ଅବସ୍ଥାରେ ପଡିରହିଛି । ଅଧିକ ପଢ଼ନ୍ତୁ

berhampur aghori math on verge of extinction
ବିକାଶ ଆଢୁଆଳରେ ଅଘୋରୀ ମଠ
ବିକାଶ ଆଢୁଆଳରେ ଅଘୋରୀ ମଠ

ବ୍ରହ୍ମପୁର: ସହର ଉପକଣ୍ଠ ସୁକୁଣ୍ଡା ଅଞ୍ଚଳର ପାହାଡଘେରା ମଧ୍ୟରେ ଅବସ୍ଥିତ ଐତିହ୍ୟପୂର୍ଣ୍ଣ ପୁରାତନ ଅଘୋରୀ ମଠ । ଏହି ସ୍ଥାନରେ କାହିଁ କେଉଁ କାଳରୁ ପୂଜା ପାଇଆସୁଛନ୍ତି ଶ୍ରୀଜିଉ । ପ୍ରାୟ ତିନି ଶହ ବର୍ଷର ପୁରାତନ ଏହି ମଠକୁ ମହୁରୀ ରାଜା ନିର୍ମାଣ କରିଥିବା ଜଣାପଡେ । ସେହି ସମୟରେ ବିଭିନ୍ନ ସ୍ଥାନରୁ ବହୁ ମୁନିଋଷି ଆସି ଏଠାରେ ଧ୍ୟାନତପ ସହିତ ଏଠାରେ ପୂଜା କରୁଥିଲେ । ହେଲେ ବର୍ତ୍ତମାନ ଏହି ସ୍ଥାନ ଏକ ପ୍ରକାର ପରିତ୍ୟକ୍ତ ଅବସ୍ଥାରେ । କେବଳ ଦିନରେ ଥରେ ପୂଜା ପାଇ ରାତିରେ ଉପବାସରେ ରହୁଛନ୍ତି ମହାପ୍ରଭୁ ।

ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଅଞ୍ଚଳର ପାହଡ ଘେରା ମଧ୍ୟରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ତିନି ଠାକୁର । କୁହାଯାଏ ମହୁରି ରାଜା ଏହି ସ୍ଥାନରେ ଶ୍ରୀଜିଉଙ୍କୁ ସ୍ଥାପନ କରିବା ପରେ ସେହି ଦିନରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଯାହାକି ପୁରାତନ ଅଘୋରୀ ମଠ ଭାବରେ ପରିଚିତ । ରାଜ୍ୟର ପୁରୀ ପରେ ବ୍ରହ୍ମପୁର ସହର ଉପକଣ୍ଠରେ ରହିଥିବା ସୁକୁଣ୍ଡା ଅଞ୍ଚଳର ଏହି ଅଘୋରୀ ମଠ ଏବେ ପରିତ୍ୟକ୍ତ ଅବସ୍ଥାରେ । ମଠ ସଂପୂର୍ଣ୍ଣ ରୂପେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ସେଠାରେ ପୂଜା ପାଉଥିବା ଶ୍ରୀଜିଉ ଅବହେଳିତ ଅବସ୍ଥାରେ ରହିଛନ୍ତି । ମଠର ଆଜବେଷ୍ଟସ ଆଁ କରି ରହିଥିବାରୁ ଦିନରେ ସୂର୍ଯ୍ୟକିରଣ ସାଙ୍ଗକୁ ରାତିର ଜହ୍ନ ଆଲୋକ ଏବଂ ବର୍ଷା ହେଲେ ପାଣି ଆସି ମହାପ୍ରଭୁଙ୍କ ଉପରେ ପଡୁଛି । ତିନି ଠାକୁରଙ୍କ ସେବାରେ ରହିଥିବା ଜଣେ ସେବାୟତ ଦିନରେ ଗୋଟିଏ ବେଳା ଯେନତେନ ପ୍ରକାରେ ପୂଜା କରି ଅନ୍ନ ଭୋଗ କରୁଛନ୍ତି । ରାତି ସମୟରେ ଏହି ଘଞ୍ଚ ଜଙ୍ଗଲକୁ ଆସିବାକୁ ଭୟ କରିଥିବାରୁ ମହାପ୍ରଭୁ ଉପବାସରେ ରହୁଛନ୍ତି । ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଏହି ସ୍ଥାନରେ ତିନି ଠାକୁରଙ୍କ ସହିତ ମା’ ଚଣ୍ଡୀଙ୍କୁ ମଧ୍ୟ ଏଠାରେ ପୂଜା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: Temple at Uttarkashi: ପାହାଡ ଶୀଖରରେ ଗୁପ୍ତ ଶ୍ରୀକ୍ଷେତ୍ର, ନୀଳଚକ୍ର ଉପରେ ଭାସି ବୁଲୁଛନ୍ତି ମେଘମାଳର ସମ୍ଭାର

ଏ ସମ୍ପର୍କରେ ବ୍ରହ୍ମପୁରବାସୀ କହିଛନ୍ତି, "ଏପରି ଏକ ପୁରାତନ ଐତିହ୍ୟପୂର୍ଣ୍ଣ ସ୍ଥାନଟି ଭାଙ୍ଗିରୁଜି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ସରକାର ଏବଂ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଅଢୁଆଳରେ ରହିଛି ଏହି ଅଞ୍ଚଳ । ମଠର ପୁନରୁଦ୍ଧାର କରି ଏହାର ପ୍ରଚାର ପ୍ରସାର କରାଗଲେ ନିଶ୍ଚିତ ରୂପେ ଏହା ଏକ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇପାରନ୍ତା ।"

ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ରୂପାନ୍ତରିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ପୁରାତନ ମଠ ଓ ମନ୍ଦିରର ଉନ୍ନତିକରଣ ପାଇଁ ଅନେକ ସ୍ଥାନରେ ପଦକ୍ଷେପ ନିଆଯାଉଛି । ନିକଟରେ ଉତ୍ତରରେ ଥିବା ଗୁପ୍ତ ଶ୍ରୀକ୍ଷେତ୍ରର ପୁନରୁଦ୍ଧାର ଲାଗି ଅଭିନେତା ସବ୍ୟସାଚୀ ମିଶ୍ର ଅଣ୍ଟା ଭିଡିଛନ୍ତି । ତେବେ ବ୍ରହ୍ମପୁର ସହର ଠାରୁ ମାତ୍ର ଅନତି ଦୂରରେ ରହିଥିବା ଏହି ପୁରାତନ ମଠର ବିକାଶ ପାଇଁ କେହି ଆଗକୁ ଆସିବେ କି ? କେବେ ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଏହାର ପୁନରୁଦ୍ଧାର ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 1, 2023, 5:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.