Temple at Uttarkashi: ପାହାଡ ଶୀଖରରେ ଗୁପ୍ତ ଶ୍ରୀକ୍ଷେତ୍ର, ନୀଳଚକ୍ର ଉପରେ ଭାସି ବୁଲୁଛନ୍ତି ମେଘମାଳର ସମ୍ଭାର

By

Published : Jul 8, 2023, 4:52 PM IST

Updated : Jul 8, 2023, 4:59 PM IST

thumbnail

ଭୁବନେଶ୍ବର: ଉତ୍ତରକାଶୀର ଗୁପ୍ତ ଶ୍ରୀକ୍ଷେତ୍ରର ଝଲକ ସେୟାର କଲେ ଓଲିଉଡ ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର । ଯାହାକି କୌଣସି ସ୍ବର୍ଗପୁରୀଠାରୁ କମ ଦିଶୁନାହିଁ । ଭିଡିଓରେ ଦୃଶ୍ୟମାନ ମନ୍ଦିରର ଶୋଭାକୁ ବର୍ଣ୍ଣିତ କରିବା ଲାଗି ଶବ୍ଦ ବି କମ ପଡୁଛି । ଏଠାରେ ପ୍ରକୃତି କୋଳରେ ରହିଛି ଭାବର ଠାକୁର କାଳିଆ । ଉତ୍ତରାଖଣ୍ଡ ଉତ୍ତରକାଶୀର ସବୁଜିମା ଭରା ପରିବେଶ ମଧ୍ୟରେ ରହିଛି ପ୍ରଭୁ ଜଗନ୍ନାଥଙ୍କ ଏହି ଗୁପ୍ତ ମନ୍ଦିର । ଉପରେ ମନ୍ଦିରର ନୀଳଚକ୍ରକୁ ଖଣ୍ଡ ଖଣ୍ଡ ଭସା ବାଦଲ ସ୍ପର୍ଶ କରୁଥିବା ବେଳେ ସେପଟେ ପାହାଡ଼ ପାଦଦେଶରେ ଭରି ରହିଛି ସବୁଜିମା । ଏମିତି ଏକ ଅଜଣା ସ୍ଥାନରେ ଭକ୍ତଙ୍କଠୁ ଦୂରେଇ ରହିଛି ଭକ୍ତ ପ୍ରିୟ କାଳିଆ । ଏହି ଗୁପ୍ତ ମନ୍ଦିରର ସନ୍ଧାନ କରିବା ପରେ ଅଭିନେତା ସବ୍ୟସାଚୀ ମନ୍ଦିରରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଲାଗି ସମସ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି ।  ଏହାରି ମଧ୍ୟରେ ସେ ଉତ୍ତରକାଶୀର ଗୁପ୍ତ ଶ୍ରୀକ୍ଷେତ୍ରର ଦ୍ବିତୀୟ ଭିଡିଓ ସେୟାର କରିଛନ୍ତି । ଭିଡିଓ ମାଧ୍ୟମରେ ମନ୍ଦିରର ଶୋଭାକୁ ଦେଖି ବିଭୋର ହୋଇଛନ୍ତି ଜଗନ୍ନାଥପ୍ରେମୀ ଓ ଅନେକ ଓଡ଼ିଆ । ଜଙ୍ଗଲ ଘେରା ପାହାଡ ଉପରେ ଥିବା ଏହି ମନ୍ଦିର ସମ୍ପର୍କରେ ଅଜ୍ଞ ଥିଲେ ଲୋକେ । ମାତ୍ର ଏହି ମନ୍ଦିର ସମ୍ପର୍କରେ ଖବର ପାଇବା ପରେ ଏହାର ପ୍ରଚାର ପ୍ରସାର ଲାଗି ଅଣ୍ଟା ଭିଡ଼ିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ଓ ପତ୍ନୀ ଅର୍ଚ୍ଚିତା । ଦେଖନ୍ତୁ ସ୍ବର୍ଗର ଠିକଣା ସାଜିଥିବା ଗୁପ୍ତ ଜଗନ୍ନାଥ ମନ୍ଦିରର ଅପୂର୍ବ ସୌନ୍ଦର୍ଯ୍ୟଭରା ଦୃଶ୍ୟ

Last Updated : Jul 8, 2023, 4:59 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.