ETV Bharat / state

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ

author img

By

Published : Sep 13, 2020, 12:45 PM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ହୋଇଥିବା ମୃତ ମହିଳାଙ୍କ ପୁଅ ଅଭିଯୋଗ କରିଛନ୍ତି । ଜଣେ ଅପରାଧୀକୁ ଧରାଇବାକୁ ପୋଲିସକୁ ସୂଚନା ଦେଉଛି ଭାବି ଆଜି 2ଜଣ ଦୁର୍ବୃତ୍ତ ଛାତ ଉପରକୁ ଆସି ବିଭତ୍ସ ଭାବେ କାତିରେ ହାଣି ହତ୍ୟା କରି ଫେରାର ହୋଇଯାଇଛନ୍ତି ।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ
ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ମଳାସପଦର ଛକରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଶନିବାର ସନ୍ଧ୍ୟା ସମୟରେ ଘର ଛାତ ଉପରେ ମହିଳାଜଣଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ସେହି ମୃତ ମହିଳା ଜଣକ ହେଲେ ଜ୍ୟୋତ୍ସନା ସାହୁ ।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ

ଖବରପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ଓ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ମୃତ ମହିଳାଙ୍କ ପୁଅ ଅଭିଯୋଗ କରିଛନ୍ତି । ଜଣେ ଅପରାଧୀକୁ ଧରାଇବାକୁ ପୋଲିସକୁ ସୂଚନା ଦେଉଛି ଭାବି ଆଜି 2ଜଣ ଦୁର୍ବୃତ୍ତ ଛାତ ଉପରକୁ ଆସି ବିଭତ୍ସ ଭାବେ କାତିରେ ହାଣି ହତ୍ୟା କରି ଫେରାର ହୋଇଯାଇଛନ୍ତି । ଛାତ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଜଣକ ପଡିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.