ETV Bharat / state

ଘୁମୁସର ବନଖଣ୍ଡରୁ ପୁଣି ଦନ୍ତାର ମୃତଦେହ ଉଦ୍ଧାର, ଦାନ୍ତ କାଟି ନେଇଛନ୍ତି ଦୁର୍ବୃତ୍ତ

author img

By

Published : Jul 21, 2022, 11:07 AM IST

କିଛି ଦିନ ବ୍ୟବଧାନରେ ପୁଣି ଆଉ ଏକ ଦନ୍ତା ହାତୀର ମୃତ୍ୟୁ । ଭଞ୍ଜନଗରରୁ ଦନ୍ତାର ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ଘୁମୁସର ବନଖଣ୍ଡରୁ ପୁଣି ଏକ ଦନ୍ତାର ମୃତଦେହ ଉଦ୍ଧାର
ଘୁମୁସର ବନଖଣ୍ଡରୁ ପୁଣି ଏକ ଦନ୍ତାର ମୃତଦେହ ଉଦ୍ଧାର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଥମୁନି ଦନ୍ତା ମୃତ୍ୟୁ । କିଛି ଦିନ ବ୍ୟବଧାନରେ ପୁଣି ଆଉ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ବନାଞ୍ଚଳ କନ୍ଧନୂଆପଲ୍ଲି ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଗତକାଲି(ବୁଧବାର) ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି ।

ଘୁମୁସର ବନଖଣ୍ଡରୁ ପୁଣି ଏକ ଦନ୍ତାର ମୃତଦେହ ଉଦ୍ଧାର

ତେବେ ଦନ୍ତା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ଆଘାତରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି l ହାତୀର ମୃତ୍ୟୁପରେ ଦାନ୍ତକୁ କାଟି ନେଇଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି(ଗୁରୁବାର) ହାତୀର ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିପଦରେ ଗଜରାଜ: ଭଞ୍ଜନଗରରୁ ଦନ୍ତାର ମୃତଦେହ ଉଦ୍ଧାର

ଗତ ୭ ତାରିଖ ଦିନ ଏକ ଦନ୍ତା ହାତୀର ମୃତଦେହ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କାନବିନ୍ଧା ଜଙ୍ଗଲରୁ ଉଦ୍ଧାର ହୋଇଥିଲା । ପୁଣି ଥରେ ଏପରି ଘଟଣା ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି l

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.