ETV Bharat / state

ଜମି ବାଡି ବିବାଦରୁ ହତ୍ୟା, ଅଭିଯୁକ୍ତ ଫେରାର

author img

By

Published : Oct 29, 2021, 1:50 PM IST

ଜମି ବାଡି ବିବାଦରୁ ଜଣଙ୍କୁ ହତ୍ୟା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଜମି ବାଡି ବିବାଦରୁ ହତ୍ୟାକାଣ୍ତ ; ଅଭିଯୁକ୍ତ ଫେରାର
ଜମି ବାଡି ବିବାଦରୁ ହତ୍ୟାକାଣ୍ତ ; ଅଭିଯୁକ୍ତ ଫେରାର

ଭଞ୍ଜନଗର: ଜମି ବାଡି ବିବାଦରୁ ଜଣଙ୍କୁ ହତ୍ୟା । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଫରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲା ତାରସିଂଙ୍ଗି ଥାନା ଗାୟଗଣ୍ଡା ପଞ୍ଚାୟତରେ ଘଟିଯାଇଛି ଏ ହତ୍ୟାକାଣ୍ତ ।

ଜମି ବାଡି ବିବାଦରୁ ହତ୍ୟାକାଣ୍ତ ; ଅଭିଯୁକ୍ତ ଫେରାର

ସୂଚନା ଅନୁସାରେ, ଗଞ୍ଜାମ ମହୁଲପାଟଣା ଗାଁର କୃଷ୍ଣ ଖିଲାର ଓ ସୁବାସ ବିଷୋୟୀଙ୍କ ମଧ୍ଯରେ ଦୀର୍ଘଦିନ ଧରି ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା । ହେଲେ ଗୁରୁବାର ସନ୍ଧ୍ୟା ସମୟରେ ସୁବାସ ମଦ୍ୟପାନ କରି କୃଷ୍ଣଙ୍କ ଘର ଆଗରେ ଗାଳିଗୁଲଜ କରିଥିଲା । କୃଷ୍ଣଙ୍କୁ ଜୀବନରେ ମାରି ଦେଵେ ବୋଲି କହିଥିଲା l କୃଷ୍ଣ ଗାଈଗୋଠ ନେଇ ଫେରୁଥିବା ବେଳେ ସୁବାଷ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.