ETV Bharat / state

ବିଷାକ୍ତ ଛତୁ ଖାଇ ପୃଥକ ପୃଥକ ସ୍ଥାନରେ 11 ଗୁରୁତର, ମେଡିକାଲରେ ଭର୍ତ୍ତି

author img

By

Published : Jun 22, 2020, 1:56 PM IST

ବିଷାକ୍ତ ଛତୁ ଖାଇ ପୃଥକ ପୃଥକ ସ୍ଥାନରେ 11 ଗୁରୁତର, ମେଡିକାଲରେ ଭର୍ତ୍ତି
ବିଷାକ୍ତ ଛତୁ ଖାଇ ପୃଥକ ପୃଥକ ସ୍ଥାନରେ 11 ଗୁରୁତର, ମେଡିକାଲରେ ଭର୍ତ୍ତି

ଭଞ୍ଜନଗର ସୋରଡ଼ା ଓ ବେଲଗୁଣ୍ଠା ବ୍ଲକରେ ବିଷାକ୍ତ ଛତୁଖାଇ 11 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଭଞ୍ଜନଗର: ବିଷାକ୍ତ ଛତୁ ଖାଇ 11 ଗୁରୁତର । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସିଆରିମାଳ ଗ୍ରାମ ନିକଟ ନୁଆଁଗାରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର 5 ଜଣ ଗୁରୁତର ହୋଇ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ବିଷାକ୍ତ ଛତୁ ଖାଇ ପୃଥକ ପୃଥକ ସ୍ଥାନରେ 11 ଗୁରୁତର, ମେଡିକାଲରେ ଭର୍ତ୍ତି

ସୂଚନାନୁସାରେ, ରବିବାର ରାତିରେ ରବି ସେଠୀଙ୍କ ବାପା ବିଲରୁ ଛତୁ ଆଣିଥିଲେ । ତାକୁ ରୋଷେଇ କରି ପରିବାରର ସମସ୍ତେ ଖାଇବାପରେ, କିଛି ସମୟ ବ୍ୟବଧାନରେ ସମସ୍ତଙ୍କୁ ବାନ୍ତି ହୋଇ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ଜଣାପଡିଛି ।

ସେହିପରି, ବେଲଗୁଣ୍ଠା ବ୍ଲକର ତନରଡା ଗ୍ରାମରେ ସମାନ ଘଟଣା ଦେଖିବାକୁ ମିଳିଛି । ରବିବାର ରାତିରେ ବିଷାକ୍ତ ଛତୁ ଖାଇ 6 ଜଣ ଗୁରୁତର ହୋଇ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ ସମସ୍ତେ ଏବେ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.