ETV Bharat / state

ଆନ୍ଧ୍ରକୁ ଜବାବ, ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତରେ ଆମ୍ବୁଲାନ୍ସ ସେବା ଆରମ୍ଭ କଲେ ଓଡ଼ିଶା ସରକାର

author img

By

Published : Oct 19, 2022, 9:37 PM IST

ଆନ୍ଧ୍ରକୁ ଜବାବ । ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତରେ ଆମ୍ବୁଲାନ୍ସ ସେବା ଆରମ୍ଭ । ଗଜପତି ଜିଲ୍ଲାର ଓଡିଶା- ଆନ୍ଧ୍ର ସୀମାନ୍ତବର୍ତ୍ତୀ ରାୟଗଡ଼ ବ୍ଲକ ଅଧିନ ଗଙ୍ଗାବାଡ ପଞ୍ଚାୟତରେ ଆରମ୍ଭ ହୋଇଛି ଆମ୍ବୁଲାନ୍ସ ସେବା । ଦୀର୍ଘଦିନ ହେବ ସ୍ବାସ୍ଥ୍ୟକ୍ଷେତ୍ରରେ ଅବହେଳିତ ହୋଇ ଏହି ଅଞ୍ଚଳର ଲୋକେ ଆନ୍ଧ୍ର ଉପରେ ନିର୍ଭର କରୁଥିଲେ । ଆମ୍ବୁଲାନ୍ସ ସେବା ଆରମ୍ଭ କଲେ ଓଡ଼ିଶା ସରକାର । ଅଧିକ ପଢ଼ନ୍ତୁ

ଆନ୍ଧ୍ରକୁ ଜବାବ, ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତରେ ଆମ୍ବୁଲାନ୍ସ ସେବା ଆରମ୍ଭ କଲେ ଓଡ଼ିଶା ସରକାର
ଆନ୍ଧ୍ରକୁ ଜବାବ, ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତରେ ଆମ୍ବୁଲାନ୍ସ ସେବା ଆରମ୍ଭ କଲେ ଓଡ଼ିଶା ସରକାର

ପାରଳାଖେମୁଣ୍ଡି: ଆନ୍ଧ୍ରକୁ ଜବାବ । ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତରେ ଆମ୍ବୁଲାନ୍ସ ସେବା ଆରମ୍ଭ କଲେ ଓଡ଼ିଶା ସରକାର । ଗଜପତି ଜିଲ୍ଲା ଓଡିଶା- ଆନ୍ଧ୍ର ସୀମାନ୍ତବର୍ତ୍ତୀ ରାୟଗଡ଼ ବ୍ଲକ ଅଧିନ ଗଙ୍ଗାବାଡ ପଞ୍ଚାୟତରେ ଆରମ୍ଭ ହୋଇଛି ଆମ୍ବୁଲାନ୍ସ ସେବା । ଫଳରେ ଦୀର୍ଘଦିନ ହେବ ସ୍ବାସ୍ଥ୍ୟକ୍ଷେତ୍ରରେ ଅବହେଳିତ ହୋଇ ରହିଥବା ଏହି ଅଞ୍ଚଳର ଲୋକେ ଉପକୃତ ହେବେ । ଏହି ଅଞ୍ଚଳକୁ ଲୋଲୁପ ଦୃଷ୍ଟି ପକାଉଥିବା ଆନ୍ଧ୍ର ପାଇଁ ଏହା ସଠିକ ଜବାବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ତେବେ ଏହି ଅଞ୍ଚଳରେ ମୋବାଇଲ ସେବା ଏବେବି ଅପହଞ୍ଚ ହୋଇ ରହିଥିବା ବେଳେ ଏଥିରେ ସୁଧାର ଆଣାଗଲେ ଲୋକେ ଏହାର ଲାଭ ପାଇପାରିବେ ବୋଲି କୁହାଯାଉଛି ।

ଆନ୍ଧ୍ରକୁ ଜବାବ, ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତରେ ଆମ୍ବୁଲାନ୍ସ ସେବା ଆରମ୍ଭ କଲେ ଓଡ଼ିଶା ସରକାର

ଆନ୍ଧ୍ର ରଚୁଥିଲା ଷଡ଼ଯନ୍ତ୍ର

ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତର ବିଭିନ୍ନ ଗାଁ ଓଡିଶା- ଆନ୍ଧ୍ର ସୀମାନ୍ତବର୍ତ୍ତୀ ହୋଇଥିବାରୁ ଏଗୁଡ଼ିକୁ ନିଜ କବଜାକୁ ନେବା ପାଇଁ ଆନ୍ଧ୍ର ପ୍ରଶାସନ ସବୁବେଳେ ପ୍ରୟାସ କରିଆସୁଛି । ଗଙ୍ଗାବାଡ କିମ୍ବା କେରାଣ୍ଡି ପଞ୍ଚାୟତର କୌଣସି ଲୋକଙ୍କ ସାମାନ୍ୟ ଦେହ ଖରାପ ହେଲେ ଆନ୍ଧ୍ରର ମନ୍ଦସା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ପଡୁଥିଲା । ଏଥିରୁ ଫାଇଦା ନେଇ ଆନ୍ଧ୍ର ଏହି ଅଞ୍ଚଳର ଲୋକଙ୍କୁ ନିଜ ପକ୍ଷକୁ ଟାଣିବା ପାଇଁ ପ୍ରୟାସ କରୁଥିଲା । ଏହି ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥ୍ୟ ଠାରୁ ଶିକ୍ଷା ଯାଏଁ ସବୁକିଛି ପାଇଁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଥିବା ଯୋଗୁଁ ଏହାର ଫାଇଦା ନେଇ ଏଠିକାର ଲୋକଙ୍କୁ ରାସନ୍ କାର୍ଡ, ଭତ୍ତା ଭଳି ବିଭିନ୍ନ ଯୋଜନାରେ ସାମିଲ କରି ନିଜ ପଟକୁ ଆକର୍ଷିତ କରିବା ପାଇଁ ଆନ୍ଧ୍ର ପ୍ରଶାସନ ବାରମ୍ବାର ପ୍ରୟାସ କରିଆସୁଛି । ତେବେ ଏହାର ଜବାବ ଦେବା ପାଇଁ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ଅଣ୍ଟା ଭିଡିଛି ।

ଓଡ଼ିଶା ସରକାର ନେଲେ ପଦକ୍ଷେପ

କିଛିଦିନ ତଳେ ଏହି ଅଞ୍ଚଳର ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଏବେ ଏହି ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଆମ୍ବୁଲାନ୍ସ ସେବା । ଏହାଦ୍ବାରା ଲୋକେ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି କିମ୍ବା ବ୍ରହ୍ମପୁର ଯାଇପାରିବେ । ପୂର୍ବଭଳି ଆଉ ଏଠିକାର ଲୋକଙ୍କୁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏଠାରେ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଲୋକେ ଦାବି କରିଆସୁଥିଲେ । ତେବେ ପ୍ରଶାସନ ଗଙ୍ଗାବାଡ ଠାରେ ଏକ ସ୍ବାସ୍ଥ୍ୟ ଉପକେନ୍ଦ୍ର ପ୍ରତିଷ୍ଠା କରିବା ସହ ବର୍ତ୍ତମାନ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏହାକୁ ନେଇ ଅଞ୍ଚଳବାସୀ ଖୁସି ପ୍ରକାଶ କରିବା ସହ ଏଭଳି ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିଥିବାରୁ ସରକାର ଏବଂ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

ଏବେବି ଅପହଞ୍ଚ ମୋବାଇଲ ସେବା

ତେବେ ଏହି ଅଞ୍ଚଳ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ମୋବାଇଲ୍ ଫୋନ ନେଟୱାର୍କ । ଅଧିକାଂଶ ଅଞ୍ଚଳରେ ମୋବାଇଲ୍ ନେଟୱାର୍କ ନଥିବାରୁ ବର୍ତ୍ତମାନ ଚମ୍ପାପୁର ନିକଟରେ ଆମ୍ବୁଲାନ୍ସକୁ ରଖାଯାଉଛି । କାରଣ ଏଠାରେ ନେଟୱାର୍କ ଆସୁଥିବାରୁ ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରେ ସୁବିଧା ହେଉଛି । ତେବେ ବର୍ତ୍ତମାନ ପ୍ରଶାସନ ଏହି ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡିବା ନିଶ୍ଚିତ ଭାବରେ ସୀମାସୁରକ୍ଷା ପାଇଁ ଶୁଭଙ୍କର । କିନ୍ତୁ ଏଭଳି ଅଞ୍ଚଳକୁ ନିତି ଦିନିଆ ରାସ୍ତା ନିର୍ମାଣ ଓ ମୋବାଇଲ ସେବା ଅପେକ୍ଷାରେ ରହିଛନ୍ତି ଲୋକେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.