ETV Bharat / state

ଦୁଇ ଦିନିଆ ଗଜପତି ସଟଡାଉନ, ପରିବା ଦର ଆକାଶ ଛୁଆଁ

author img

By

Published : Jul 3, 2020, 8:54 PM IST

ଭେଣ୍ଡି କିଲୋ ପିଛା ୪୦ଟଙ୍କା, ବିନ୍ସ କିଲୋ ପିଛା ୮୦ଟଙ୍କା, ବାଇଗଣ କିଲୋ ପିଛା ୫୦ ଟଙ୍କା, ଟମାଟ କିଲୋ ପିଛା ୫୦ ଟଙ୍କା, ଜହ୍ନି କିଲୋ ପିଛା ୫୦ଟଙ୍କା । କେବଳ ଏତିକି ନୁହେଁ ଯେଉଁ ପରିବାରେ ହାତ ମାରିଲେ କୌଣସି ଜିନିଷ ୪୦ ଟଙ୍କାରୁ କମ୍ ନୁହେଁ ।

shutdown-from-tomorrow-market-jam-with-customers-vegetable-price-high
ଆସନ୍ତାକାଲିଠୁ ସଟଡାଉନ: ବଜାରେ ହାଉ ଯାଉ ଗ୍ରାହକ, ଆକାଶ ଛୁଆଁ ପରିବା ଦର

ଗଜପତି: କୋରୋନା କଟକଣା ଯୋଗୁଁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି । ପାରଳାଖେଣୁଣ୍ଡିର ମୁନାଫା ଖୋର ଏବଂ କଳା ବେରାରୀଙ୍କୁ କିନ୍ତୁ ଏହା ବେଶ୍ ସୁହାଇଛି । କୋରେନା ପାଇଁ ଗତ କିଛି ମାସ ହେଲା କେତେବେଳେ ଲକଡାଉନ୍ ତ କେତେ ସଟଡାଉନ୍ ପୁଣି ଆଉ କେତେବେଳେ ଯାତାୟତ ଉପରେ କଟକଣା ଲାଗୁ ହେଉଥିବା ଯୋଗୁଁ ଗମନାଗମନ ମଧ୍ୟ ଏକ ପ୍ରକାର ବନ୍ଦ ହୋଇଛି । ଫଳରେ ବାହାରକୁ ଯାଉଥିବା ଏହି ଅଞ୍ଚଳର ପନିପରିବା ଆଉ ଯିବା ସମ୍ଭବ ହେଉନାହିଁ । ତେଣୁ ଚାଷୀମାନେ ସ୍ଥାନୀୟ ବେପାରୀଙ୍କୁ ନିଜର ଅମଳ ପନିପରିବା ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା ବେଳେ ସେ ପରିବାକୁ ମୁନାଫା ଖୋର ବ୍ୟବସାୟୀମାନେ ଗ୍ରାହକଙ୍କୁ ଚଢା ଦରରେ ଏହାକୁ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

ଆସନ୍ତାକାଲିଠୁ ସଟଡାଉନ: ବଜାରେ ହାଉ ଯାଉ ଗ୍ରାହକ, ଆକାଶ ଛୁଆଁ ପରିବା ଦର

ଗଜପତି ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ କଥା ଦୂରେ ଥାଉ ଖୋଦ୍ ପାରଳାଖେମୁଣ୍ଡି ସହରରେ ପ୍ରଶାସନର ନାକତଳେ ଏଭଳି କରାଯାଉଥିଲେ ମଧ୍ୟ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭେଣ୍ଡି କିଲୋ ପିଛା ୪୦ଟଙ୍କା, ବିନ୍ସ କିଲୋ ପିଛା ୮୦ଟଙ୍କା, ବାଇଗଣ କିଲୋ ପିଛା ୫୦ ଟଙ୍କା, ଟମାଟ କିଲୋ ପିଛା ୫୦ ଟଙ୍କା, ଜହ୍ନି କିଲୋ ପିଛା ୫୦ଟଙ୍କ । କେବଳ ଏତିକି ନୁହେଁ ଯେଉଁ ପରିବାରେ ହାତ ମାରିଲେ କୌଣସି ଜିନିଷ ୪୦ ଟଙ୍କାରୁ କମ୍ ନୁହେଁ । ମନ ପାଇଲେ କିଣ, ନ ହେଲେ ଚାଲ, ଏଭଳି ପରିସ୍ଥିତି । ତାହାବି ତୁମେ ବାଛିପାରିବ ନାହିଁ । ସେମାନେ ଯାହା ଦେବେ ଆଣିବାକୁ ବାଧ୍ୟ । କେବଳ ପନିପରିବା ନୁହେଁ, ଆମିଷ ବଜାରରେ ବି ସମାନ ଅବସ୍ଥା । ମାଛ କିଲୋ ପିଛା ୧୮୦ରୁ ୨ ଶହ, ଛେଳି ମାଂସ କିଲୋ ପିଛା ୭ଶହ, ଦେଶୀ କୁକୁଡା କିଲୋ ପିଛା ୬ଶହ, ଚିଙ୍ଗୁଡି କିଲୋପିଛା ୪ ଶହ ଟଙ୍କା ।

ତେଣୁ ଯେଉଁ ଭଳି ଜିନିଷ ମଧ୍ୟ ବଜାରରେ ବିକ୍ରି କରାଯାଉଛି । ଏଭଳି ସ୍ଥିତି ବର୍ତ୍ତମାନ ଜାରି ରହିଛି ପାରଳାଖେମୁଣ୍ଡି ବଜାରରେ । ଆଗରୁ ଦର ସମାନ୍ୟ ଅଧିକ ରହିଥିଲେ ମଧ୍ୟ ଲୋକଙ୍କୁ ଏତେଟା ବାଧୁନଥିଲା । କିନ୍ତୁ କୋରୋନା କଟକଣା ଆରମ୍ଭ ହେବା ପରଠାରୁ ବିଶେଷ କରି ଗତ ୨୮ ତାରିଖରୁ ୩୦ ତାରିଖ ଯାଏଁ ୩ଦିନିଆ ସଟଡାଉନ୍ ପୂର୍ବରୁ ବଜାରର ସ୍ଥିତି ଅସମ୍ଭାଳ ହୋଇପଡିଛି । ଗତ ଶୁକ୍ରବାର ଠାରୁ ରବିବାର ଦିନ ବନ୍ଦ ରହିବା ପାଇଁ ପ୍ରଶାସନ ଘୋଷଣା କରିବା ପରେ ୨୭ ତାରିଖ ଦିନ ବଜାରରେ ଲୋକଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା । ସେହିପରି ରବିବାର ସଟଡାଉନ ସରିବା ପରେ ସୋମବାର ବଜାର ଭିଡ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା ।

ପାରଳାଖେମୁଣ୍ଡି ବଜାରକୁ ଗତ କିଛି ବର୍ଷ ହାତଗଣତି କିଛି ବ୍ୟବସାୟୀ ନିୟନ୍ତ୍ରଣ କରିଆସୁଛନ୍ତି । ସେମାନେ ସକାଳୁ ଯାହା ଦର ଧାର୍ଯ୍ୟ କରିବେ ସମସ୍ତେ ସେହି ଦରରେ ବିକ୍ରି କରିବାକୁ ବାଧ୍ୟ । ନଚେତ୍ ସେମାନଙ୍କ ଦ୍ଵାରା ନିର୍ଯ୍ୟାତନା ହେବା ଥୟ । ପାରଳାଖେମୁଣ୍ଡି ବଜଦାରରେ ଏଭଳି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରୁନାହିଁ । ନା ଏହି ବାବସାୟୀଙ୍କ ଉପରେ ରୋକ ଲଗାଇ ପାରୁଛି ନା ନୂତନ ବଜାର ସୃଷ୍ଟି କରି ନୂତନ ବ୍ୟବସାୟୀଙ୍କୁ ଉତ୍ସାହିତ କରୁଛି । ଯାହା ଫଳସ୍ବରୂପ ପାରଳାଖେମୁଣ୍ଡି ବଜାରର ସ୍ଥିତି ବିଗିଡିବାରେ ଲାଗିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଖୋଦ୍ ପାରଳାଖେମୁଣ୍ଡି ସହରରେ ପ୍ରଶାସନର ନାକତଳେ ଏଭଳି ହେଉଥିଲେ ମଧ୍ୟ ପ୍ରଶାସନ ହାତବାନ୍ଧି ବସିବା ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ ଏନେଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅତିଶୀଘ୍ର ବ୍ୟବସାୟୀମାନଙ୍କ ସହ ବୈଠକ କରି ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ସେଭଳି କୌଣସି ପରିବା ଉତ୍ପାଦନ ହେଉନଥିବାରୁ ବାହାର ଆଣିବାକୁ ପଡୁଛି । ତେଣୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି ।

ଗୋଟି୍ଏ ପଟେ କୋରୋନା ପାଇଁ ଲୋକଙ୍କ ନିକଟରେ କାମଧନ୍ଦା ନାହିଁ, ଅନ୍ୟପଟେ ବଜାର ଦର ହୁ ହୁ ହୋଇ ବଢିବା ଲୋକଙ୍କୁ ନୟାନ୍ତ କରିପକାଇଲାଣି । ତେଣୁ ପ୍ରଶାସନ ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ଜୁରୁରୀ ହୋଇପଡିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.