ETV Bharat / state

ବଦଳିବ ପାରଳାଖେମୁଣ୍ଡି ରେଳ ଷ୍ଟେସନ ରୂପରେଖ

author img

By

Published : Jun 30, 2022, 7:30 AM IST

Updated : Jun 30, 2022, 1:23 PM IST

ଆସନ୍ତା ୨ମାସ ମଧ୍ୟରେ ବଦଳିବ ପାରଳାଖେମୁଣ୍ଡି ଷ୍ଟେସନର ପ୍ଲାଟଫର୍ମ ଉଚ୍ଚତା । ଏଥିପାଇଁ ପ୍ରକଳ୍ପ ମଞ୍ଜୁରୀ ହୋଇସାରି ଟଙ୍କା ଆସିସାରିଛି । ଅଧିକ ପଢ଼ନ୍ତୁ

ବଦଳିବ ପାରଳାଖେମୁଣ୍ଡି ରେଳ ଷ୍ଟେସନ ପ୍ଲାଟଫର୍ମର ଉଚ୍ଚତା
ବଦଳିବ ପାରଳାଖେମୁଣ୍ଡି ରେଳ ଷ୍ଟେସନ ପ୍ଲାଟଫର୍ମର ଉଚ୍ଚତା

ଗଜପତି: ଆସନ୍ତା ୨ମାସ ମଧ୍ୟରେ ପାରଳାଖେମୁଣ୍ଡି ଷ୍ଟେସନର ପ୍ଲାଟଫର୍ମ ଉଚ୍ଚତା ବୃଦ୍ଧି ସହ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯିବ । ଏଥିପାଇଁ ପ୍ରକଳ୍ପ ମଞ୍ଜୁରୀ ହୋଇସାରି ଟଙ୍କା ଆସିସାରିଛି । ଅତିଶୀଘ୍ର ଏହାର ଟେଣ୍ଡର ପ୍ରକ୍ରିୟା ସରିବା ପରେ କାମ ଆରମ୍ଭ କରାଯିବ । ଯେତେ ଶୀଘ୍ର ସମ୍ଭବ ଏହା ସମ୍ପୂର୍ଣ୍ଣ କରାଯିବ । ବୁଧବାର ଗସ୍ତ ସମୟରେ ପାରଳାଖେମୁଣ୍ଡି ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଶାଖପାଟଣା ରେଳ ଡିଭିଜନର ଡିଆରଏମ୍ ଅନୁପ ଶତପଥୀ ।

ବଦଳିବ ପାରଳାଖେମୁଣ୍ଡି ରେଳ ଷ୍ଟେସନ ପ୍ଲାଟଫର୍ମର ଉଚ୍ଚତା

ଡିଆରଏମଙ୍କ ଗସ୍ତ ଖବର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ପାରଳଖେମୁଣ୍ଡି ରେଳଷ୍ଟେସନରେ ଅପେକ୍ଷା କରି ରହିଥିଲେ । ବୁଧବାପ ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ସ୍ବତନ୍ତ୍ର ରେଳ ଯୋଗେ ପାରଳାଖେମୁଣ୍ଡିରେ ସେ ପହଞ୍ଚିଥିଲେ । ପାରଳାଖେମୁଣ୍ଡି ଷ୍ଟେସନରେ ଓହ୍ଲାଇ ଏଠାକାର ଭଲମନ୍ଦ କଥା ପଚାରି ବୁଝିବା ସହ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ ।

ଏହି ସମୟରେ ସ୍ଥାନୀୟ ଲୋକେ ରେଳଯାତ୍ରା ସମୟରେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେନେଇ ତିଆରଏମଙ୍କୁ ଅବଗତ କରାଇବା ସହ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଡିଆରଏମ ଅନୁପ ଶତପଥୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ , ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ଏଠାକାର ମୁଖ୍ୟ ସମସ୍ୟା ହେଉଛି ପ୍ଲାଟଫର୍ମ ।

ତେଣୁ ଏହାର ସମାଧାନ ପାଇଁ ଲୋକେ ଦାବି କରିଛନ୍ତି । ଏଥିପାଇଁ ରେଳ ବିଭାଗ ମଧ୍ୟ ସଚେତନ ରହିଛି । ତେଣୁ ଏହାର ଉଚ୍ଚତା ବୃଦ୍ଧି ପାଇଁ ବର୍ତ୍ତମାନ ଟଙ୍କା ଆସି ସାରିଛି । ଏହାର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି । ଏହା ସରିବା ପରେ ୨ମାସ ମଧ୍ୟରେ କାମ ଆରମ୍ଭ ହେବ ଏବଂ ଯଥା ଶୀଘ୍ର ତାହା ସରିବା ପାଇଁ ପ୍ରୟାସ କରାଯିବ । ଏହି ସମୟରେ ଷ୍ଟେସନରେ ପାନୀୟ ଜଳ, ବିଦ୍ୟୁତ ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଗଜପତି

Last Updated : Jun 30, 2022, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.