ETV Bharat / state

ସୀମାନ୍ତ ଅଞ୍ଚଳରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା, ଆନ୍ଧ୍ର ମୁହାଁ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Sep 27, 2023, 8:21 PM IST

ବାତ୍ୟା ଆଶ୍ରୟସ୍ଥଳୀରେ ଚାଲିଛି ସ୍କୁଲ ସହ ହଷ୍ଟେଲ । ପିଲାଙ୍କୁ ପାଠ ପଢ଼ାଇବା ଆନ୍ଧ୍ରପ୍ରଦେଶ ମୁହାଁ ହେବାରେ ଲାଗିଛନ୍ତି ସୀମାନ୍ତବାସୀ । ଅଧିକ ପଢନ୍ତୁ

ବାତ୍ୟା ଆଶ୍ରୟସ୍ଥଳୀରେ ଚାଲିଛି ସ୍କୁଲ
ବାତ୍ୟା ଆଶ୍ରୟସ୍ଥଳୀରେ ଚାଲିଛି ସ୍କୁଲ

ବାତ୍ୟା ଆଶ୍ରୟସ୍ଥଳୀରେ ଚାଲିଛି ସ୍କୁଲ

ଗଜପତି: ସୀମାନ୍ତ ଅଞ୍ଚଳରେ ଭୁଶୁଡି ପଡିଛି ଶିକ୍ଷାବ୍ୟବସ୍ଥା । ଓଡିଶା ସ୍କୁଲ ଛାଡି ଆନ୍ଧ୍ର ସ୍କୁଲ ମୁହାଁ ଛାତ୍ରଛାତ୍ରୀ । ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ଭିତ୍ତି ଭୂମି ଅଭାବ ଯୋଗୁଁ ଚଳିତବର୍ଷ ଓଡ଼ିଶାର 24ଟି ପିଲା ଆନ୍ଧ୍ର ସ୍କୁଲରେ ନାମ ଲେଖାଇଛନ୍ତି । ଏକଥା ଆମେ କହୁନାହୁଁ, ଆନ୍ଧ୍ର ସୀମାରେ ଥିବା ଓଡିଶାର ଗଙ୍ଗାବାଡ ପଞ୍ଚାୟତବାସୀ ଏଭଳି ଅଭିଯୋଗ କରିଛନ୍ତି । ଗଙ୍ଗାବାଡର ବିଦ୍ୟାଳୟ ହଷ୍ଟେଲ କାନ୍ଥ ଭୁଶୁଡି ପଡିଥିବା ବେଳେ 40 ଜଣ ପିଲା ଅଳ୍ପକେ ବର୍ତ୍ତି ଯାଇଥିଲେ । କାନ୍ଥ ଭୁଶୁଡି ଯିବା ପରେ ହଷ୍ଟେଲରେ ରହୁଥିବା ପିଲାଙ୍କୁ ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

ଗଙ୍ଗାବାଡ ସରପଞ୍ଚ ହରିବନ୍ଧୁ କାର୍ଯୀ କହିଛନ୍ତି, ‘‘ସରକାର ଶିକ୍ଷାର ବିକାଶ ନେଇ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ସୀମାନ୍ତ ଅଞ୍ଚଳରେ ଏହା ସମ୍ପର୍ଣ୍ଣ ଫେଲମାରିଛି । ନୂତନ ଭାବେ ତିଆରି ହେଉଥିବା ୫-ଟି ସ୍କୁଲ ପାଇଁ ଟଙ୍କା ଆସିଥିଲା । ହେଲେ ପିଲା ନଥିବା ଦର୍ଶାଇ କାମ ବନ୍ଦ କରିଛନ୍ତି ଜିଲ୍ଲାପାଳ । ହେଲେ ସ୍କୁଲ ଘର ନଥିବା କାରଣରୁ ବାତ୍ୟା ଆଶ୍ରୟସ୍ଥଳୀରେ ଚାଲିଛି କ୍ଲାସ ସହ ହଷ୍ଟେଲ । ଗୋଟିଏ କ୍ଲାସରେ ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀ ପଡୁଛନ୍ତି । ଏହି ବିଦ୍ୟାଳୟ ଉପରେ ବଡ଼ପାଚିଡ଼ିଆ, ମାଣିକପାଟଣା, ଚମ୍ପାପୁର, ବୁରୁସିଂ, ବାରଘର, ଶଗଡ଼ିଆ, ସମେତ ଆଖପାଖ ଗ୍ରାମର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ସ୍କୁଲ ନଥିବା କାରଣରୁ ପିଲା ପାଠପଢରୁ ବଞ୍ଚିତ ହେଉଛନ୍ତି । ଛାତ୍ରାବାସ ଅସୁବିଧା ଯୋଗୁଁ ଅଞ୍ଚଳରେ ବସବାସ କରୁଥିବା ଲୋକେ ଆନ୍ଧ୍ରପ୍ରଦେଶ ମଞ୍ଜୁଷା ମଣ୍ଡଳର ବିଭିନ୍ନ ସ୍କୁଲ ଉପରେ ନିର୍ଭରଶୀଳ । ପିଲାଙ୍କୁ ପାଠ ପଢ଼ାଇବା ପାଇଁ ହେଲେ ଆନ୍ଧ୍ରପ୍ରଦେଶର ବାସିନ୍ଦା ପ୍ରମାଣପତ୍ର ଆବଶ୍ୟକ ପଡୁଛି । ତେଣୁ ଲୋକମାନେ ମଧ୍ୟ ଆନ୍ଧ୍ରପ୍ରଦେଶ ମୁହାଁ ହେବାରେ ଲାଗିଛନ୍ତି ।’’

ସମିତିସଭ୍ୟା ସୁମିତ୍ରା ଶବର କହିଛନ୍ତି, ‘‘ ୨୦୧୯ ମସିହା ଫେବୃଆରୀ ମାସ ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ସ୍କୁଲର ଭିତ୍ତିପ୍ରସ୍ତର ଉଦଘାଟନ କରିଥିଲେ । ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠା ଭୂତକୋଠିରେ ପରିଣତ ହୋଇଛି । ଗତ କିଛି ଦିନ ତଳେ ୫-ଟି ସଚିବ ଭିଡିଓ କନଫରେନ୍ସ ମାଧ୍ୟମରେ ଗଙ୍ଗାବାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ କରିବା ପ୍ରତିଶୃତି ଦେଇଥିଲେ । କିନ୍ତୁ ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି କାମକୁ ବନ୍ଦ କରିଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ...ସୁଦୃଢ ହେବ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା, ପ୍ରଶାସନର ଉଦ୍ୟମ ଆରମ୍ଭ

ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି, ‘‘ଗତକାଲି (ମଙ୍ଗଳବାର) ଗଙ୍ଗାବାଡ଼ ଗସ୍ତରେ ଯାଇ ସ୍କୁଲର ସ୍ଥିତିକୁ ଅନୁଧ୍ୟାନ କରିଛି । ସ୍କୁଲର କାମ ମନ୍ଥର ଗତିରେ ଚାଲିଛି । ଘଟଣା ସ୍ଥଳରେ ହିଁ ସ୍ଥାନୀୟ ବିଡିଓଙ୍କୁ ଯଥା ଶିଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଇଛି । କାମ ଯଥାଶୀଘ୍ର ଶେଷ ହେବ । 5-ଟି ସ୍କୁଲ କାର୍ଯ୍ୟବନ୍ଦ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ।’’

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.