ETV Bharat / state

ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଜାରି ହେଲା ହେଲ୍ପ ଲାଇନ ନମ୍ବର

author img

By

Published : Jun 23, 2022, 10:48 PM IST

ଏଣିକି ସବୁ ଲୋକଙ୍କ ସମସ୍ୟାର ହେବ ସମାଧାନ । କାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପୌରପରିଷଦ ପକ୍ଷରୁ ଜାରି ହୋଇଛି ହେଲ୍ପ ଲାଇନ ନମ୍ବର । ଅଧିକ ପଢ଼ନ୍ତୁ

ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଜାରି  ହେଲା ହେଲପ-ଲାଇନ ନମ୍ବର
ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଜାରି ହେଲା ହେଲପ-ଲାଇନ ନମ୍ବର

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଲୋକଙ୍କୁ ସେବା ଯୋଗାଇବା ପାଇଁ ପୌରପରିଷଦ ସବୁବେଳେ ତପ୍ତର ରହିଛି । ବର୍ତ୍ତମାନ ଏଥିରେ ଆଉ ପାଦେ ଆଗକୁ ଯାଇ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପୌରପରିଷଦ ପକ୍ଷରୁ ହେଲ୍ପ ଲାଇନ ଜାରି କରାଯାଇଛି । ଏଥିପାଇଁ ସ୍ଵତନ୍ତ୍ର ଭାବେ ଏକ ମୋବାଇଲ୍ ନମ୍ବର ( ୭୭୩୫୮୩୪୪୮୦ ) ଜାରି କରାଯାଇଛି ।

ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଜାରି ହେଲା ହେଲପ-ଲାଇନ ନମ୍ବର

ଗୁରୁବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ପ୍ରଦାନ କରିଛନ୍ତି । କେବଳ ସେତିକି ନୁହେଁ, ମାସର ପ୍ରଥମ ମଙ୍ଗଳବାର ଦିନ ଜନଶୁଣାଣି ମଧ୍ୟ କରାଯିବ । ଏହି ଦିନ ସକାଳ ୧୦ଟାରୁ ୧୨ଟା ଯାଏଁ ଲୋଲଙ୍କ ସମସ୍ୟା ଶୁଣିବା ସହ ଏହାର ସମାଧାନ କିଭଳି ଶୀଘ୍ର ହୋଇପାରିବ ସେଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୌରାଧ୍ୟକ୍ଷା ନିର୍ମଳା ସେଠୀ କହିଛନ୍ତି ।

ସହରରେ ଜଳ ନିଷ୍କାସନ, ସଫେଇ, ଆଲୋକ ଆଦି ବିଭିନ୍ନ ସମସ୍ୟା ଲାଗି ରହୁଥିବା ବେଳେ ଏହାର ସମାଧାନ ପାଇଁ ଲୋକେ ବାରମ୍ବାର ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ତେଣୁ ଏହି ପଦକ୍ଷେପ ସେମାନଙ୍କ ପାଇଁ ନିଜର ଆପତ୍ତି ଅଭିଯୋଗ କରିବା ପାଇଁ ସହାୟକ ହେବ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୌରପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ ଏବଂ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଉପସ୍ଥିତ ଥିଲେ ।


ଇଟିଭି ଭାରତ, ପାରଳାଖେମୁଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.