ETV Bharat / state

ସାମ୍ବାଦିକ ସଙ୍ଘ ପକ୍ଷରୁ କେ.କୃଷ୍ଣ ପ୍ରସାଦଙ୍କ ବିୟୋଗରେ ଶୋକସଭା

author img

By

Published : Jun 8, 2021, 9:04 PM IST

ମଙ୍ଗଳବାର କେ.କୃଷ୍ଣ ପ୍ରସାଦଙ୍କ ଆତ୍ମାର ସଦଗତି ପାଇଁ ଶୋକ ସଭା ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ...

କେ.କୃଷ୍ଣ ପ୍ରସାଦ ରାଓଙ୍କ ମୃତ୍ୟୁରେ ଶୋକ ସଭା ଆୟୋଜିତ କଲେ ସାମ୍ବାଦିକ ବନ୍ଧୁ
କେ.କୃଷ୍ଣ ପ୍ରସାଦ ରାଓଙ୍କ ମୃତ୍ୟୁରେ ଶୋକ ସଭା ଆୟୋଜିତ କଲେ ସାମ୍ବାଦିକ ବନ୍ଧୁ

ଗଜପତି: ଜିଲ୍ଲା ଗୋଷାଣୀ ବ୍ଲକ୍ ତେଲୁଗୁ ଖବରକାଗଜ ଇନାଡୁ ପ୍ରତିନିଧି କେ.କୃଷ୍ଣ ପ୍ରସାଦ ରାଓଙ୍କ ଗତ 5 ତାରିଖରେ ପରଲୋକ ହୋଇଥିଲା। ଗତ ମେ ୧୮ ତାରିଖରୁ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଅଧିକ ଗୁରୁତର ହେବାରୁ ଅଶ୍ବିନୀ କୋଭିଡ ହସ୍ପିଟାଲ ପୁଣି ତାଙ୍କୁ ଆନ୍ଧ୍ରର ବିଶାଖାପାଟନମର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ଜୀବନ ସହ ଲଢେଇରେ ସେ ଗତ ୫ ତାରିଖରେ ହାରି ଯାଇଥିଲେ । ତାଙ୍କ ବିୟୋଗରେ ସାମ୍ବାଦିକ ଜଗତ ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।

ମଙ୍ଗଳବାର ତାଙ୍କ ବିୟୋଗରେ ଗଜପତି ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ପାରଳାଖେମୁଣ୍ଡି ନଗର ଭବନ ପରିସରରେ ଏକ ଶୋକ ସଭା ଆୟୋଜିତ ହୋଇଯାଇଛି। ପ୍ରସାଦ ଜଣେ ଶାନ୍ତ ସରଳ ବନ୍ଧୁବତ୍ସଳ ବ୍ୟକ୍ତିତ୍ଵ ଥିବା ଯୋଗୁଁ ତାଙ୍କ ସହକର୍ମୀ ସାମ୍ବାଦିକମାନେ ସ୍ମୁତିଚାରଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବସନ୍ତ ପଣ୍ଡା, ଅମିତ୍ ପଟ୍ଟନାୟକ, ବିବେକା ନନ୍ଦ ବେହେରା, ବାସୁଦେବ ଦାସ, ପି. ଅନିଲ, ଗିରିଧାରୀ ପରିଛା, ହରିହର ପଟ୍ଟନାୟକ , ସିତାନାଥ ପଣ୍ଡା, ସୁଜିତ ବିଷୋୟୀ, ଶ୍ରୀକାନ୍ତ ମହାରଣା, ଏସ. ଋଷି, ଏମ. ଶେଖର, ଆଦର୍ଶ ଦାସ, ଶ୍ୟାମ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପ୍ରାସାଦଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା କରିଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.