ETV Bharat / state

ଅଭିନବ ପ୍ରତିବାଦ, ରାହାଗିରିରେ ଧାନ ଧରି ପହଞ୍ଚିଲେ ଚାଷୀ

author img

By

Published : Jan 6, 2020, 4:24 PM IST

ଅଭିନବ ଉପାୟରେ ପ୍ରତିବାଦ । ପାରଳାଖେମୁଣ୍ଡିରେ ଆୟୋଜିତ ହୋଇଥିବା ରାହାଗିରିରେ ଜଣେ ଚାଷୀ ଗଙ୍ଗା ଖଡ଼ଗରାୟ ଧାନ ଧରି ଉତ୍ସବସ୍ଥଳରେ ପହଞ୍ଚିଥିଲେ । ଏହା ଜାଣିବା ପରେ ଜିଲ୍ଲାପାଳ ସେଠାରେ ପହଞ୍ଚି ତାଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Farmer protest in rahagiri at gajapati
ଅଭିନବ ପ୍ରତିବାଦ, ରାହାଗିରିରେ ଧାନ ଧରି ପହଞ୍ଚିଲେ ଚାଷୀ

ଗଜପତି: କିଛିଦିନ ତଳେ ପାରଳାଖେମୁଣ୍ଡିରେ ଅଦିନିଆ ବର୍ଷା ଚାଷୀମାନଙ୍କୁ ହତାଶ କରିଛି । ଚାଷ ଜମିରେ ନିଜ ନିଜର ଅମଳ କରିଥିବା ଧାନ ସବୁ ମଣ୍ଡିକୁ ନେବା ପାଇଁ ସାଇତି ରଖିଥିବାବେଳେ ଅଦିନିଆ ବର୍ଷାରେ କିଛି କିଛି ଧାନ ଗଜା ହୋଇ ନଷ୍ଟ ହୋଇଯାଇଛି । ତେଣୁ କୃଷକମାନେ ଏହି ସମସ୍ୟାକୁ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ଫଳ ମିଳିନଥିଲା ।

ଅଭିନବ ପ୍ରତିବାଦ, ରାହାଗିରିରେ ଧାନ ଧରି ପହଞ୍ଚିଲେ ଚାଷୀ

ମଣ୍ଡିରେ ଧାନ କିଣାଯାଉନାହିଁ । ଋଣ କିଭଳି ପରିଶୋଧ କରିବେ ସେନେଇ ଚିନ୍ତାରେ ଚାଷୀକୂଳ । ସେମାନଙ୍କ କଥା ପ୍ରଶାସନ ଶୁଣୁନଥିବା ଅଭିଯୋଗ ଉଠୁଛି । ରବିବାର ପାରଳାଖେମୁଣ୍ଡିରେ ଆୟୋଜିତ ହୋଇଥିଲା ରାହାଗିରି । ଯେଉଁଠି ଜଣେ ଚାଷୀ ଗଙ୍ଗା ଖଡ଼ଗରାୟ ଧାନ ଧରି ଉତ୍ସବସ୍ଥଳରେ ପହଞ୍ଚିଥିଲେ। ଏହା ଜାଣିବା ପରେ ଜିଲ୍ଲାପାଳ ସେଠାରେ ପହଞ୍ଚି ତାଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

SLUG-- CROP PROBLEM
FORMAT--AVB
REPORT--HARIHARA PATNAIK
PLACE--GAJAPATI
DATE-- 06.01.20
କିଛିଦିନ ତଳେ ପାରଳାଖେମୁଣ୍ଡି ରେ ଅଦିନିଆ ବର୍ଷା ଚାଷୀ ମାନଙ୍କୁ ହତାଶ କରିଛି ।ଚାଷ ଜମି ରେ ନିଜ ନିଜ ର ଅମଳ କରିଥିବା ଧାନ ସବୁ ମଣ୍ଡି କୁ ନେବା ପାଇଁ ସାଇତି ଥିବା ବେଳେ ଅଦିନିଆ ବର୍ଷା ରେ କିଛି କିଛି ଧାନ ଗଜା ହୋଇ ନଷ୍ଟ ହୋଇଯାଇଛି । ତେଣୁ କୃଷକ ମନେ ଏହି ସମସ୍ୟାକୁ ନେଇ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ଫଳ ମିଳି ନଥିଲା । ତେବେ ଗତ କାଲି ପାରଳାଖେମୁଣ୍ଡି ରେ ଆୟୋଜନ ହୋଇଯାଇଥିବା ରାହା ଗିରି ରେ ଅଦିନିଆ ବର୍ଷାରେ ଧାନ ନଷ୍ଟ ହୋଇଥିବା ବେଳେ ମଣ୍ଡିରେ ଧାନ କିଣାଯାଉନାହିଁ ।ନାହିଁନଥିବା ଅସୁବିଧା ଭୋଗୁଛି ଚାଷୀ। ରଣ କିଭଳି ପରିଶୋଧ କରିବେ ସେନେଇ
ଚିନ୍ତିତ ସେ । ସେମାନଙ୍କ କଥା ପ୍ରଶାସନ ଶୁଣୁ ନଥିବା ଅଭିଯୋଗ ଉଠୁଛି ।ତେବେ ଧାନ ଧରି ଉତ୍ସବସ୍ଥଳରେ ପହଞ୍ଚିଥିଲେ ଜଣେ ଚାଷୀ ଗଙ୍ଗା ଖଡ଼ଗରାୟ । ଏହା ଜାଣିବା ପରେ ଜିଲ୍ଲାପାଳ ସେଠାରେ ପହଞ୍ଚି ତାଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ 
Byte -ଗଙ୍ଗା ଖଡ଼ଗରାୟ(ଚାଷି )
Visual byte sent by ftp
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.