ETV Bharat / state

ପୋଖତ ନାଟ୍ୟକାର ପ୍ରବୀଣ ପଣ୍ଡାଙ୍କ ବିୟୋଗ

author img

By

Published : Oct 18, 2020, 9:05 AM IST

ଆଉ ନାହାଁନ୍ତି ପାରଳାଖେମୁଣ୍ଡି ତଥା ଦକ୍ଷିଣ ଓଡ଼ିଶାର ପୋଖତ ନାଟୁଆ ନାଟ୍ୟକାର ନିର୍ଦ୍ଦେଶକ ଓ କ୍ରିଏଟିଭ ଆର୍ଟସ୍ ର ପ୍ରତିଷ୍ଠାତା ସଭ୍ୟ ପ୍ରବୀଣ ପଣ୍ଡା । ଶନିବାର ତାଙ୍କର ପରଲୋକ ହୋଇଛି । ଅଧିକ ପଢନ୍ତୁ..

ପୋଖତ ନାଟ୍ୟକାର ପ୍ରବୀଣ ପଣ୍ଡାଙ୍କ ବିୟୋଗ
ପୋଖତ ନାଟ୍ୟକାର ପ୍ରବୀଣ ପଣ୍ଡାଙ୍କ ବିୟୋଗ

ଗଜପତି: ପାରଳାଖେମୁଣ୍ଡି ତଥା ଦକ୍ଷିଣ ଓଡ଼ିଶାର ପୋଖତ ନାଟୁଆ ନାଟ୍ୟକାର ନିର୍ଦ୍ଦେଶକ ଓ କ୍ରିଏଟିଭ ଆର୍ଟସ୍ ର ପ୍ରତିଷ୍ଠାତା ସଭ୍ୟ ପ୍ରବୀଣ ପଣ୍ଡାଙ୍କ ଶନିବାର ପରଲୋକ ହୋଇଛି । ଯାହାକି ନାଟ୍ୟ ପ୍ରେମୀଙ୍କ ପାଇଁ ଏକ ମର୍ମାହତ ଖବର ।

ପ୍ରବୀଣ ପଣ୍ଡା ଏକାଧାରରେ ଜଣେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ସହ ନାଟ୍ୟକାର, ନାଟ୍ୟ ସଙ୍ଗଠନ, କଳାକାର ଓ ଶିକ୍ଷକ ପବଣ ଥିଲେ । ଗତ କିଛି ଦିନ ସେ ଅସୁସ୍ଥ ଥିଲାବେଳେ ସେ ଶନିବାର ବ୍ରହ୍ମପୁର ଏମ.କେ.ସି.ଜି. ମେଡିକାଲରେ ପ୍ରାଣ ହରାଇଛନ୍ତି ।

ନାଟକ ପାଇଁ ଜୀବନ ଉତ୍ସର୍ଗ କରିଦେଇଥିଲେ ପ୍ରବୀଣ । ନିଜ ଜୀବନ କାଳରେ ୫୦ରୁ ଊର୍ଦ୍ଧ୍ବ ନାଟକରେ ଅଭିନୟ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସେ । ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ନାଟ୍ୟ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଗଲା ବୋଲି ନାଟ୍ୟ ପ୍ରେମୀମାନେ ମତ ଦେଇଛନ୍ତି ।

ଏହି ପ୍ରବୀଣ ବହୁ ପ୍ରତିଭାଧାରୀ ବ୍ୟକ୍ତିଙ୍କ ବିୟୋଗରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ନାଟ୍ୟକାର ଦେବେନ୍ଦ୍ର ଦାସ, ଗୁରୁ ରଘୁନାଥ ପାତ୍ର, ଆଇନଜୀବି ଏମ୍.ପୃଥିବୀରାଜ, ଯୁବନେତା କେ.ରାମସ୍କାମୀ, ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ପୂର୍ବତନ ବିଧାୟକ କେ.ସୁରିୟା ରାଓ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ସେହିଭଳି କ୍ରିଏଟିଭ ଆର୍ଟସ, ତରଂଗରଂଗ, ସମଲେଇ ନୃତ୍ୟ କଳାପରିଷଦ, ମୂନା କଳା ପରିଷଦ, ଭକ୍ତି ସଂଗୀତ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରାଯାଇଛି । ସେ ଗୋଷାଣୀ ବ୍ଳକ ଭିନ୍ନଳା ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରୂପେ କାର୍ଯ୍ୟ କରୁଥିଲେ । ତେଣୁ ଶିକ୍ଷକ ମହଲରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.