ETV Bharat / state

ମିଳିଲାନି ମହାପ୍ରୟାଣ, ଷ୍ଟ୍ରେଚରରେ ମୃତଦେହ ବୋହିଲେ ପରିବାର ଲୋକେ

author img

By

Published : May 3, 2022, 2:22 PM IST

ମିଳିଲାନି ମହାପ୍ରୟାଣ ଗାଡି, ଷ୍ଟ୍ରେଚରରେ ବୋହି ମୃତଦେହ ନେଲେ ପରିବାର ଲୋକେ । ଅଧିକ ପଢନ୍ତୁ

ମିଳିଲାନି ମହାପ୍ରୟାଣ, ଷ୍ଟ୍ରେଚରରେ  ମୃତଦେହ ନେଲେ ପରିବାର ଲୋକେ
ମିଳିଲାନି ମହାପ୍ରୟାଣ, ଷ୍ଟ୍ରେଚରରେ ମୃତଦେହ ନେଲେ ପରିବାର ଲୋକେ

ଗଜପତି: ମିଳିଲାନି ମହାପ୍ରୟାଣ ଗାଡି, ଶେଷ ମୁହୁର୍ତ୍ତରେ ଷ୍ଟ୍ରେଚରରେ ବୋହି ମୃତଦେହ ନେଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ମୃତକ ଜଣଙ୍କ ହେଉଛନ୍ତି ନୂଆଗଡ ବ୍ଲକ କେ.ଝାଲରସିଂ ଗ୍ରାମର ବିଜିଟ ବୀର ।

ମିଳିଲାନି ମହାପ୍ରୟାଣ, ଷ୍ଟ୍ରେଚରରେ ମୃତଦେହ ନେଲେ ପରିବାର ଲୋକେ

ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ହେଲା ବିଜିଟ ପକ୍ଷାଘାତ ରୋଗରେ ପିଡୀତ ଥିଲେ । ଆଜି ସକାଳୁ ସେ ଗୁରୁତର ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସକାଳ ୬ଟାରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହ ନେବାକୁ ମହାପ୍ରୟାଣ ଗାଡ଼ି ପାଇଁ ଅପେକ୍ଷା କରି ରହିଥିଲେ । କିନ୍ତୁ ୯ଟା ଯାଏଁ ମହାପ୍ରୟାଣ ନପହଞ୍ଚିବାରୁ ପରିବାର ଲୋକେ ବାଧ୍ୟ ହୋଇ ମୃତଦେହକୁ ଷ୍ଟ୍ରେଚରରେ ନେଇଥିଲେ ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ରାସ୍ତାରୋକ କରିଥିଲେ । ତେବେ ଖଜୁରୀପଦା ଫାଣ୍ଡି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ତେବେ ଖଜୁରୀପଦାରେ ମହାପ୍ରୟାଣ ନଥିବା ଯୋଗୁଁ ଚନ୍ଦ୍ରଗିରିରୁ ମଗାଯାଇଥିଲା। ହେଲେ ସେ ପହଞ୍ଚିବା ଯାଏଁ ଲୋକେ ଅପେକ୍ଷା ନକରି ମୃତ ଦେହ ଲୋକେ ନେଇଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ନିବେଦିତା ସାହୁ ସଫେଇ ଦେଇଛନ୍ତି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.