ETV Bharat / state

10 ବର୍ଷ ହେଲା ମେଣ୍ଟୁନାହିଁ ସହରିଆଙ୍କ ଶୋଷ

author img

By

Published : Jul 9, 2020, 2:02 PM IST

ପିଇବା ପାଣି ଟୋପାଏ ପାଇଁ ଡହଳବିକଳ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ଢେଙ୍କାନାଳ ପୌରାଞ୍ଚଳରେ । ଏମିତି ଅବସ୍ଥାର ସମ୍ମୁଖୀନ ହେଉଛନ୍ତି ୭ନମ୍ବର ୱାର୍ଡର ଦଣ୍ଡା ସାହି ବସ୍ତିବାସିନ୍ଦା । ଅଧିକ ଖବର ପଢନ୍ତୁ...

10 ବର୍ଷ ହେଲା ମେଣ୍ଟୁନାହିଁ ସହରିଆଙ୍କ ଶୋଷ
10 ବର୍ଷ ହେଲା ମେଣ୍ଟୁନାହିଁ ସହରିଆଙ୍କ ଶୋଷ

ଢେଙ୍କାନାଳ: ପିଇବା ପାଣି ଟୋପାଏ ପାଇଁ ଡହଳବିକଳ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ଢେଙ୍କାନାଳ ପୌରାଞ୍ଚଳରେ । ଏମିତି ଅବସ୍ଥାର ସମ୍ମୁଖୀନ ହେଉଛନ୍ତି ୭ନମ୍ବର ୱାର୍ଡର ଦଣ୍ଡା ସାହି ବସ୍ତିବାସିନ୍ଦା । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୦ବର୍ଷ ହେଲା ଏମିତି ସମସ୍ୟା ଘେରରେ ରହିଛନ୍ତି ଏଠାକାର ଲୋକେ ।

10 ବର୍ଷ ହେଲା ମେଣ୍ଟୁନାହିଁ ସହରିଆଙ୍କ ଶୋଷ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ । ଦୀର୍ଘ ୧୦ ବର୍ଷର ଏ ଜଳ କଷ୍ଟ । ରାତି ପାହିଲେ ପିଇବା ପାଣି ଟୋପାଏ ପାଇଁ ଏମିତି ଲାଗେ ଲମ୍ବା ଲାଇନ । ଆଉ ଜନସ୍ଵାସ୍ଥ୍ୟ ବିଭାଗର ଏହି ପାଣି ଟାଙ୍କି ଆସିଲେ ଯାଇ ଶୋଷ ମେଣ୍ଟେ । ନ ହେଲେ ଶୋଷ ଶୋଷରେ ହିଁ ମରିଯାଏ । ଅପହଞ୍ଚ ଇଲାକାର ଦୃଶ୍ୟ ଠୁ ବଳିଯାଇଛି ଏହି ସହରୀ ଲୋକଙ୍କ କଥା । ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୭ନମ୍ବର ୱାର୍ଡର ଏହି ଦଣ୍ଡାସାହି ବାସୀଙ୍କର ଏପରି ଦୁର୍ଦ୍ଦଶା ଦୀର୍ଘ ୧୦ ବର୍ଷ ହେଲା ଲାଗି ରହିଛି ।

୨ଶହରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ପାଇପ ଲାଇନ ପାଣି ଏବେ ସ୍ବପ୍ନ ପାଲଟିଯାଇଛି । କେବଳ ବସ୍ତିରେ ରହିଛି ଏହି ଗୋଟିଏ ନଳକୂପ । ତାହା ପୁଣି ଦୀର୍ଘ ଦିନ ହେଲା ଅଚଳ । ଦିନେ ଠିକ କଲେ ମାସ ମାସ ଧରି ଖରାପ । ସମସ୍ୟାର ସମାଧାନ ପାଇଁ ପୌର କାର୍ଯ୍ୟାଳୟ ଓ ପିଏଚଡି ଅଫିସକୁ ଧାଇଁ ଧାଇଁ ନୟାନ୍ତ । ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ପାଣି ମିଳିବ କହି ସରକାରୀ ବାବୁମାନେ ବର୍ଷ ବର୍ଷ ଗଡାଇ ଚାଲିଛନ୍ତି । ତଥାପି ପ୍ରତିଶ୍ରୁତି ଦେବାକୁ ଭୁଲୁ ନାହାଁନ୍ତି ବିଭାଗୀୟ ଅଧିକାରୀ

ପିଇବା ପାଣି ମୁନ୍ଦାଏ ପାଇଁ ବର୍ଷ ବର୍ଷର କଷ୍ଟ ସହୁଛନ୍ତି ଦଣ୍ଡାସାହିବାସୀ । ଆଉ ପିଇବା ପାଣି ଟୋପେ ପାଇଁ ସରକାରୀ ବାବୁଙ୍କ ପ୍ରତିଶୃତି ସରକାରୀ ଫାଇଲରେ ରହି ଯାଉଛି । ତେବେ ଏହି ଖବର ପ୍ରସାରଣ ପରେ କଣ ପଦକ୍ଷେପ ନିଆଯାଉଛି ତାହାକୁ ହିଁ ଅପେକ୍ଷା ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.