ETV Bharat / state

ଟ୍ରେନ ଲାଇନରୁ ଅଜଣା ମୃତଦେହ ଉଦ୍ଧାର

author img

By

Published : Apr 23, 2021, 6:41 AM IST

ଢେଙ୍କାନାଳ ସହର ଉପକଣ୍ଠ କାଠଗଡା ନିକଟସ୍ଥ ଟ୍ରେନ ଲାଇନ ପାର୍ଶ୍ଵରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ । ପୋଲିସର ତଦନ୍ତ ଆରମ୍ଭ, ମିଳିନି ବ୍ୟକ୍ତିଙ୍କ ପରିଚୟ । ଅଧିକ ପଢନ୍ତୁ...

ଟେନ ଲାଇନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ
ଟେନ ଲାଇନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ଢେଙ୍କାନାଳ: ସହର ଉପକଣ୍ଠ କାଠଗଡା ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ପୂର୍ବତଟ ରେଳପଥର ଶ୍ୟାମଚରଣପୁର ଓ ଜୋରନ୍ଦା ରୋଡ଼ ପାସେଞ୍ଜର ହଲଟ ମଧ୍ୟରେ ଏହି ମୃତଦେହ ପଡିଥିବା ଦେଖାଯାଇଛି । ରେଳ ଧାରଣା ପାର୍ଶ୍ଵ ଏକ ବୁଦାରେ ଏହି ମୃତଦେହ ଗଳିତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥଲା ।

ଟେନ ଲାଇନରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ସନ୍ଧ୍ୟାରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଫଳରେ ଘଟଣାସ୍ଥଳକୁ ଟାଉନ ପୋଲିସ ପହଞ୍ଚି ମୃତଦେହ ଯାଞ୍ଚ କରି ରେଳ ବିଭାଗ ପୋଲିସକୁ ଖବର ଦେଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡିନଥିବା ବେଳେ ମୃତଦେହଟି ପଚି ଯାଇଥିବାରୁ ଚିହ୍ନଟ କରିବାରେ ପୋଲିସ ଅକ୍ଷମ ହୋଇଛି । ତେବେ ରେଳ ବିଭାଗର ପୋଲିସ ପହଞ୍ଚବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.