ETV Bharat / state

ତେଲେଙ୍ଗାନାକୁ ଅକ୍ସିଜେନ ପଠାଇଲା ଟାଟା ଷ୍ଟିଲ

author img

By

Published : Apr 25, 2021, 6:53 AM IST

ଢେଙ୍କାନାଳରେ ଥିବା ଟାଟାଷ୍ଟିଲ ତେଲେଙ୍ଗାନାକୁ ଅକ୍ସିଜେନ ଯୋଗାଇଛି । ଅଧିକ ପଢନ୍ତୁ...

ତେଲେଙ୍ଗାନାକୁ ଅକ୍ସିଜେନ ପଠାଇଲା ଟାଟା ଷ୍ଟିଲ
ତେଲେଙ୍ଗାନାକୁ ଅକ୍ସିଜେନ ପଠାଇଲା ଟାଟା ଷ୍ଟିଲ

ଢେଙ୍କାନାଳ: କୋରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ଡାକ୍ତରଖାନା ଗୁଡିକରେ ଅକ୍ସିଜେନ ଅଭାବ ଜଟିଳ ସମସ୍ୟା ସୃଷ୍ଟି କରିଛି । ଏପରି ଜଟିଳ ସ୍ଥିତିରେ ଅତ୍ୟାବଶ୍ୟକ ଅକ୍ସିଜେନ ଅଭାବ ଦୂର କରିବାକୁ ଅଣ୍ଟା ଭିଡ଼ିଛି ଢେଙ୍କାନାଳର ଟାଟା ଷ୍ଟିଲ ବିଏସଏଲ କାରଖାନା ।

ଏହି କାରଖାନା ପକ୍ଷରୁ ୫୬ ଟନ ଲିକ୍ୟୁଡ଼ ମେଡ଼ିକାଲ ଅକ୍ସିଜେନ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଉଦ୍ଦେଶ୍ୟରେ ପଠାଇଥିବା ଜଣାପଡିଛି । ସେହିପରି ଶନିବାର ତେଲେଙ୍ଗାନାକୁ ଏହି କାରଖାନା ପକ୍ଷରୁ ୧୮୫ ଟନ ଲିକ୍ୟୁଡ଼ ମେଡ଼ିକାଲ ଅକ୍ସିଜେନ ୧୦ଟି ଟ୍ୟାଙ୍କର ଯୋଗେ ପଠାଇଥିବା ଜଣାପଡିଛି । ଅପରପକ୍ଷରେ ରାଜ୍ୟରେ କୋଭିଡ ପରି ମହାମାରୀ ରୋକିବାକୁ ଚାଲିଥିବା ସଂଗ୍ରାମରେ ଟାଟା ଷ୍ଟିଲ ବିଏସଏଲ ନିଜକୁ ସାମିଲ କରିଛି ।

ଅକ୍ସିଜେନ ଲାଗି କାହାର ପ୍ରାଣ ହାନି ନହେଉ ଏଥିପ୍ରତି ଟାଟା ଷ୍ଟିଲ ଯଥା ସମ୍ଭବ ଅକ୍ସିଜେନ ଯୋଗାଇବାର ପ୍ରୟାସ ଜାରି ରଖିଛି । ରାଜ୍ୟର ଡାକ୍ତରଖାନା ଓ ଅନ୍ୟରାଜ୍ୟକୁ ମଧ୍ୟ ଆହୁରି ଅକ୍ସିଜେନ ପଠାଇବା ପାଇଁ ପ୍ରସ୍ତୁତି ଚାଲିଥିବା ଟାଟା ଷ୍ଟିଲ ବିଏସଏଲ୍ କରପୋରେଟ କମ୍ୟୁନିକେସନ ପରିଚାଳକ ଶୁଭ୍ରାଂଶୁ ଶେଖର ପଣ୍ଡା ସୂଚନା ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.