ETV Bharat / state

୪ ଲକ୍ଷ ଟଙ୍କାର ଚୋରା ଶାଗୁଆନ କାଠ ଜବତ

author img

By

Published : Jun 13, 2021, 5:34 PM IST

ଢେଙ୍କାନାଳ ବନବିଭାଗ ତୁମୁସିଂହା ଗାଁରେ ଚଢ଼ାଉ କରି ଚାରି ଲକ୍ଷ ଟଙ୍କାର ଚୋରା ଶାଗୁଆନ କାଠ ଜବତ କରିଛି । ଅଧିକ ପଢନ୍ତୁ...

୪ ଲକ୍ଷ ଟଙ୍କାର ଚୋରା ସାଗୁଆନ କାଠ ଜବତ
୪ ଲକ୍ଷ ଟଙ୍କାର ଚୋରା ସାଗୁଆନ କାଠ ଜବତ

ଢେଙ୍କାନାଳ: ଢେଙ୍କାନାଳ ବନବିଭାଗ ଚଢ଼ାଉ କରି ପ୍ରାୟ ୨୦୦ ସିପ୍ଟି ସାଇଜ ଓ ଗଣ୍ଡି ସାଗୁଆନ କାଠ ଜବତ କରିଛି । ପଶ୍ଚିମାଞ୍ଚଳ ରେଞ୍ଜ ତୁମୁସିଙ୍ଗା ଗ୍ରାମରେ ଚଢ଼ାଉ କରିଛି ବନବିଭାଗ । ଜବତ ଶାଗୁଆନ କାଠର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି ।

୪ ଲକ୍ଷ ଟଙ୍କାର ଚୋରା ସାଗୁଆନ କାଠ ଜବତ

ସୂଚନା ଅନୁସାରେ ତୁମୁସିଙ୍ଗା ଗ୍ରାମରେ କେହି ଦୁର୍ବୃତ୍ତ ଏକ ବିଲ ନିକଟରେ ଶାଗୁଆନ କାଠ ଗଦା କରି ରଖିଥିଲା। ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଢେଙ୍କାନାଳ ଡ଼ିଏଫଓଙ୍କ ନିର୍ଦ୍ଦଶ କ୍ରମେ ରେଞ୍ଜରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଢେଙ୍କାନାଳ ମୋବାଇଲ ସ୍କ୍ୱାର୍ଡ ଓ ଅଁଳାବେରେଣୀ ଫରେଷ୍ଟ ଟିମ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ। ଏହି ଘଟଣାରେ ବନବିଭାଗ କାହାକୁ ଅଟକ ରଖିନଥିବା ବେଳେ କାଠ ଗୁଡିକ ଜବତ କରି ଅଁଳାବେରେଣୀ ବନ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ ଚାଲିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.