ETV Bharat / state

Panchayat Poll: ଢେଙ୍କାନାଳରେ ଶାନ୍ତି ଶୃଙ୍ଖଳାରେ ସରିଲା ମତଦାନ

author img

By

Published : Feb 22, 2022, 10:32 PM IST

ଶାନ୍ତି ଶୃଙ୍ଖଳାର ସହ ଢେଙ୍କାନାଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଭୁବନ ବ୍ଲକ ମହୁଲପାଳରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

Panchayat Poll: ଢେଙ୍କାନାଳରେ ଶାନ୍ତି ଶୃଙ୍ଖଳାରେ ସରିଲା ମତଦାନ
Panchayat Poll: ଢେଙ୍କାନାଳରେ ଶାନ୍ତି ଶୃଙ୍ଖଳାରେ ସରିଲା ମତଦାନ

ଢେଙ୍କାନାଳ: ଶାନ୍ତି ଶୃଙ୍ଖଳାର ସହ ଢେଙ୍କାନାଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଭୁବନ ବ୍ଲକ ମହୁଲପାଳରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏପଟେ କଙ୍କଡାହାଡ଼ ବ୍ଲକର ବାମ ପଞ୍ଚାୟତର ପାକଟମୁଣ୍ଡା ଗ୍ରାମ ବାସୀଙ୍କ ଭୋଟ ବର୍ଜନ ଯୋଗୁଁ ଜିଲ୍ଲାର ଏହି ଗୋଟିଏ ବୁଥରୁ ଖାଲି ଖାଲି ଫେରିଲା ଭୋଟ ବାକ୍ସ ।

Panchayat Poll: ଢେଙ୍କାନାଳରେ ଶାନ୍ତି ଶୃଙ୍ଖଳାରେ ସରିଲା ମତଦାନ

ତେବେ ଢେଙ୍କାନାଳ ଜିଲ୍ଲାର ଏହି ଚତୁର୍ଥ ପର୍ଯ୍ୟାୟରେ କଙ୍କଡାହାଡ଼ର ୨୧ଟି ଓ ଭୁବନର ୧୮ଟି ମିଶି ଉଭୟ ବ୍ଲକର ମୋଟ ୩୯ଟି ପଞ୍ଚାୟତ ଓ ୬ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗ୍ରହଣ କରାଯାଇଛି । ସକାଳୁ ଭୋଟର ବେଶ ଉତ୍ସାହର ସହ ଭୋଟ ଦେବାକୁ ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାର ମୋଟ ୮ଟି ବ୍ଲକରୁ ୬ଟି ବ୍ଲକରେ ପୂର୍ବରୁ ଭୋଟ ଗ୍ରହଣ ସାରିଯାଇ ଥିବାରୁ ଏହି ଚତୁର୍ଥ ପର୍ଯ୍ୟାୟ ହିଁ ଜିଲ୍ଲାର ଭୋଟ ଗ୍ରହଣର ଅନ୍ତିମ ପର୍ଯ୍ୟାୟ ବୋଲି ଜଣାପଡିଛି ।

ଅନ୍ୟପଟ ଆଜି ଅନ୍ତିମ ପର୍ଯ୍ୟାୟରେ ଜିଲ୍ଲାର ଉଭୟ କଙ୍କଡାହାଡ଼ ଓ ଭୁବନ ବ୍ଲକର ମତଦାନ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇ ଯାଇଛି । ଫଳରେ ଉଭୟ ବ୍ଲକର ମୋଟ ୫୩୪ଟି ବୁଥରୁ ଆଜି କେବଳ ପାକଟ ମୁଣ୍ଡା ଗୋଟିଏ ବୁଥ ଛାଡିଦେଲେ ଅନ୍ୟ ସବୁ ବୁଥରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଶେଷ ହୋଇଯାଇଛି । ଏପରିକି ବୁଥ ଗୁଡିକରୁ ଭୋଟ ବାକ୍ସକୁ ସିଲ କରି ପୁଲିଙ୍ଗ ପାର୍ଟି ବ୍ଲକ ମୁଖ୍ୟ କାର୍ଯ୍ୟାଳୟକୁ ଫେରୁଥିବା ଜଣାପଡିଛି ।

ତେବେ ପାଞ୍ଚ ବର୍ଷର ପ୍ରତୀକ୍ଷା ପରେ ପଞ୍ଚାୟତ ପ୍ରତିନିଧି ବାଛିବାର ସୁଯୋଗ ଆସିଥିବାରୁ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.