ETV Bharat / state

Panchayat Poll: ନିହଲପ୍ରସାଦରେ ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ସାନି ମତଦାନ

author img

By

Published : Feb 23, 2022, 9:06 PM IST

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ନିହଲପ୍ରସାଦ ପଞ୍ଚାୟତର ୪ଟି ବୁଥରେ କଡା ସୁରକ୍ଷା ମଧ୍ୟରେ ସାନି ମତଦାନ ଶାନ୍ତି ଶୃଙ୍ଖଲାର ସହ ସମ୍ପନ୍ନ । ଗତ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣବେଳେ ହୋଇଥିବା ହିଂସା କାରଣରୁ ପୁଣି ସାନି ମତଦାନ ହୋଇଛି । ଅଧିକ ପଢନ୍ତୁ

Panchayat Poll: ନିହଲପ୍ରସାଦରେ ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ସାନି ମତଦାନ
Panchayat Poll: ନିହଲପ୍ରସାଦରେ ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ସାନି ମତଦାନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ନିହଲପ୍ରସାଦ ପଞ୍ଚାୟତର ୪ଟି ବୁଥରେ କଡା ସୁରକ୍ଷା ମଧ୍ୟରେ ସାନି ମତଦାନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ । ଗତ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣବେଳେ ହୋଇଥିବା ହିଂସା କାରଣରୁ ପୁଣି ସାନି ମତଦାନ ହୋଇଛି । ତେବେ ଏହି ପଞ୍ଚାୟତର ବୁଥ ନଂ ୨, ୬, ୭ ଓ ବୁଥ ନଂ ୧୧ ଏପରି ୪ଟି ବୁଥରେ ଏହି ସାନି ଭୋଟ ଗ୍ରହଣ କରାଯାଇଥିଲା ।

Panchayat Poll: ନିହଲପ୍ରସାଦରେ ଶାନ୍ତି ଶୃଙ୍ଖଳାରେ ଶେଷ ହେଲା ସାନି ମତଦାନ

ନୀଳପ୍ରସାଦ ସରକାରୀ ଉପ୍ରା ସ୍କୁଲରେ ଏହି ଚାରୋଟି ବୁଥ ହୋଇଥିବା ବେଳେ ୪ଟି ବୁଥର ମୋଟ ଭୋଟର ସଂଖ୍ୟା ୨ ହଜାର ୯୯ ଜଣ ବୋଲି ଜଣାପଡିଛି । ସକାଳ ୯ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ମତଦାନ ପ୍ରକ୍ରିୟା ଶେଷ ହୋଇଥିଲା । ପରେ କଡା ପୋଲିସ ସୁରକ୍ଷା ବ୍ୟବସ୍ଥାରେ ଭୋଟ ବାକ୍ସ ସିଲ କରାଯାଇ ଗଁନ୍ଦିଆ ବ୍ଲକ ଷ୍ଟ୍ରଙ୍ଗ ରୁମକୁ ନିଆଯାଇଛି ।

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ ସଶସ୍ତ୍ର ପୁଲିସ ମୁତୟନ କରାଯାଇଥିଲା । ଏହା ସହ ନିହଲପ୍ରସାଦ ପଞ୍ଚାୟତ ଚାରି ପାଖରେ ସାଦା ପୋଷାକଧାରୀ ପୋଲିସ ପହରା ସାଙ୍ଗକୁ ନୀଳପ୍ରସାଦ ଗାଁକୁ ଚାରିପଟୁ ସିଲ କରି ଦିଆଯାଇଥିଲା । ନିଜେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ନୀଳପ୍ରସାଦ ଭୋଟ କେନ୍ଦ୍ରରେ ଡେରା ପକାଇଥିବା ଦେଖାଯାଇଥିଲା ।

ସୂଚନା ଅନୁଯାୟୀ, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗତ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ଏହି ବୁଥ ଗୁଡି଼କ ଦୁର୍ବୃତ୍ତ କବ୍‌ଜା କରି ନେଇଥିଲେ । ଏପରିକି ଦୁର୍ବୃତ୍ତ ବୁଥ ନଂ ୧୧ରେ ପୁଲିଂ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରି ଭୋଟ ବାକ୍ସ ଉଠାଇ ନେଇଥିଲେ । ଫଳରେ ଏହି ଚାରୋଟି ବୁଥର ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ଯୋଗୁଁ ନିର୍ବାଚନ କମିଶନର ସାନି ମତଦାନ ପାଇଁ ନିର୍ଦେଶ ଦେଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.