ETV Bharat / state

ସବୁଠି ଘାରିଛି କୋରୋନା ଭୟ: ମୃତଦେହ ପାଖ ମାଡୁନାହାନ୍ତି ଲୋକେ, ପ୍ରଶାସନ କରୁଛି ଶେଷକୃତ୍ୟ

author img

By

Published : May 19, 2021, 7:26 AM IST

କୋରୋନା ନେଗେଟିଭ୍ ରିପୋର୍ଟ ଥିଲେ ମଧ୍ୟ ମୃତଦେହ ପାଖ ମାଡିଲେନି ଗାଁ ଲୋକ । ଅନ୍ତିମ ସତ୍କାର କଲା ବ୍ଲକ ପ୍ରଶାସନ । ଅଧିକ ପଢନ୍ତୁ...

ସବୁଠି ଘାରିଛି କୋରୋନା ଭୟ: ମୃତଦେହ ପାଖ ମାଡୁନାହାନ୍ତି ଲୋକେ, ପ୍ରଶାସନ କରୁଛି ଶେଷକୃତ୍ୟ
ସବୁଠି ଘାରିଛି କୋରୋନା ଭୟ: ମୃତଦେହ ପାଖ ମାଡୁନାହାନ୍ତି ଲୋକେ, ପ୍ରଶାସନ କରୁଛି ଶେଷକୃତ୍ୟ

ଢେଙ୍କାନାଳ: ବୃଦ୍ଧଙ୍କ ମୃତଦେହ ଦାହ କଲେ ବ୍ଲକ ପ୍ରଶାସନ ଓ ଯୁବ ବିଜେଡି କର୍ମୀ । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଲୋଧଣି ପଞ୍ଚାୟତ ମେଣ୍ଢାପଦା ଗ୍ରାମର ପୁରେନ୍ଦ୍ର ସାହୁ(81)ଙ୍କ ମୃତ୍ୟୁ ହୋଇଥିଲା । ମୃତ ବୃଦ୍ଧଙ୍କ କୋଭିଡ ନେଗେଟିଭ ରିପୋର୍ଟ ଆସିଥିଲେ ମଧ୍ୟ ତାଙ୍କ ପୁଅଙ୍କ କୋଭିଡ ପଜେଟିଭ ରିପୋର୍ଟ ଆସିଥିବାରୁ ଜ୍ଞାନ୍ତିକୁଟୁମ୍ବ କିମ୍ବା ଗ୍ରାମବାସୀ ମୃତଦେହ ପାଖ ମାଡିନଥିଲେ ।

ସବୁଠି ଘାରିଛି କୋରୋନା ଭୟ: ମୃତଦେହ ପାଖ ମାଡୁନାହାନ୍ତି ଲୋକେ, ପ୍ରଶାସନ କରୁଛି ଶେଷକୃତ୍ୟ

ଗାଁ ଦାଣ୍ଡରେ ପ୍ରାୟ ୪ ଘଣ୍ଟା ଧରି ମୃତଦେହ ପଡିରହିବା ପରେ ଖବର ପାଇ ପରଜଙ୍ଗ ବ୍ଲକ ପ୍ରଶାସନ ଓ ଯୁବ ବିଜେଡି ସଦସ୍ୟ ପହଞ୍ଚି ମୃତଦେହ ସତ୍କାର କରିଛନ୍ତି । ଘଟଣାସ୍ଥଳରେ ତହସିଲଦାର ଜୟନ୍ତ କୁମାର ମାନସିଙ୍ଗ ଉପସ୍ଥିତ ଥିବା ସହ ବ୍ଲକ ଯୁବ ବିଜେଡି ସଭାପତି ସୁବ୍ରତ ଦାସ, ଲୋଧଣି ସରପଞ୍ଚ, ସମିତିସଭ୍ୟ ଓ ଗ୍ରାମର ବିଜେଡି କର୍ମୀ ପିପିଇ କୀଟ ପିନ୍ଧି ଅନ୍ତିମ ସତ୍କାର କରିଛନ୍ତି l

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.