ETV Bharat / state

ଢେଙ୍କାନାଳରେ ଅଜଣା ଜନ୍ତୁ ଆତଙ୍କ, ୪୦ରୁ ଊର୍ଦ୍ଧ୍ବ ମେଣ୍ଢା ମୃତ

author img

By

Published : Jul 15, 2023, 2:25 PM IST

ଢେଙ୍କାନାଳ ସଦର ରେଞ୍ଜର ଆରଦା ଗ୍ରାମରେ ଅଜଣା ଜୀବ ଆତଙ୍କ । ୪୦ରୁ ଊର୍ଦ୍ଧ୍ବ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

mysterious animal
mysterious animal

mysterious animal

ଢେଙ୍କାନାଳ: ଢେଙ୍କାନାଳରେ ଅଜଣା ଜନ୍ତୁ ଆତଙ୍କ । ଗୁହାଳରେ ପଶି ମେଣ୍ଢାଙ୍କ ଜୀବନ ନେଉଛି ଅଜଣା ଜନ୍ତୁ । ୪୦ରୁ ଊର୍ଦ୍ଧ୍ବ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଢେଙ୍କାନାଳ ସଦର ରେଞ୍ଜର ଆରଦା ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ । ମୃତ ମେଣ୍ଢାଙ୍କ ବେକ ଓ ଦେହରେ ରହିଛି ଗଭୀର କ୍ଷତ ।

ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ବନାଞ୍ଚଳ ଅନ୍ତର୍ଗତ ଆରଦା ଗ୍ରାମରେ ଅଜଣା ଜୀବ ଆତଙ୍କ ସୃଷ୍ଟି କରିଛି । ଗ୍ରାମର ମେଣ୍ଢା ଚାଷୀ ସାଧୁ ଚରଣ ରାଉତଙ୍କ ଗୁହାଳ ଘରେ ଥିବା ୪୦ରୁ ଊର୍ଦ୍ଧ୍ବ ମେଣ୍ଢାଙ୍କର ମୃତ୍ୟୁ ଘଟିଛି । ମୃତ ମେଣ୍ଢା ମାନଙ୍କର ବେକ ଓ ଦେହରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି । ଗତ ରାତିରେ କୌଣସି ଅଜଣା ଜୀବ ଗୁହାଳରେ ପଶି ମେଣ୍ଢା ମାନଙ୍କୁ ଆକ୍ରମଣ କରି ମାରି ଦେଇଥିବା ପ୍ରକାଶ କରିଛନ୍ତି ମେଣ୍ଢାର ମାଲିକ । ତେବେ ଅଚାନକ ଗୋଟିଏ ରାତିରେ ଏତେ ମାତ୍ରାରେ ମେଣ୍ଢା ଏପରି ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଥିବା ଘଟଣାକୁ ନେଇ ଅଜଣା ଜନ୍ତୁ ଗାଁରେ ପଶି ଆତଙ୍କ ଘଟାଇଥିବା ନିଆଳିର ପୁନରାବୃତ୍ତି ଢେଙ୍କାନାଳରେ ଘଟୁଥିବା ଗ୍ରାମବାସୀ ଆଶଙ୍କା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ମହାକାଳପଡ଼ାରେ ଅଜଣା ଜନ୍ତୁ ଆତଙ୍କ, ୪ ଦିନରେ ମଲେଣି ୪୦ ମେଣ୍ଢା

ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଗ୍ରାମବାସୀ ମାନେ ଅଜଣା ଜୀବକୁ ନେଇ ଭୟଭୀତ ହୋଇ ପଡିଛନ୍ତି । ସେପଟେ ଖବର ପାଇ ଢେଙ୍କାନାଳ ରେଞ୍ଜ ଅଫିସର ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରେ କୌଣସି ଜୀବ ଜନ୍ତୁଙ୍କର ପାଦ ଚିହ୍ନ ନ ଥିବା ଓ ଏହି ଅଞ୍ଚଳରେ ହେଟା ବାଘର ଉପସ୍ଥିତି ସେପରି ନଥିବା ପ୍ରକାଶ କରିଛନ୍ତି ସଦର ରେଞ୍ଜର । ତେବେ ଗତ ରାତିରୁ ବର୍ଷା ଲାଗି ରହିଥିବାରୁ ଆକ୍ରମଣକାରୀ ଜନ୍ତୁର ପାଦଚିହ୍ନ ନଥିବା ଆଶଙ୍କା କରାଯାଇଛି । ତେବେ ଏକା ଥରକେ ଜଣଙ୍କର ଏତେ ମାତ୍ରାରେ ମେଣ୍ଢା ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଥିବାରୁ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ବନବିଭାଗ । ତୁରନ୍ତ ଏହି ଘଟଣାର ପ୍ରକୃତ ରହସ୍ୟ କଣ ଜାଣିବାକୁ ଅପେକ୍ଷା କରିଥିବା ବେଳେ କ୍ଷତିଗ୍ରସ୍ତ ମେଣ୍ଢା ମାଲିକ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ କ୍ଷତି ପୁରାଣ ପ୍ରଦାନ ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି ।


ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.