ETV Bharat / state

ପୋଲିସର ନିସ୍କ୍ରିୟତାରୁ ଜୀବନ ହାରିଲା ନାବାଳିକା

author img

By

Published : Jul 31, 2020, 7:02 AM IST

ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ଦିନବନ୍ଧୁପୁର ଗ୍ରାମରେ ବାରମ୍ବାର ଜଣେ ଯୁବକଙ୍କ ଅଶାଳୀନ ବ୍ୟବହାରର ଶିକାର ହେବାପରେ ଓ ପୋଲିସର ନିସ୍କ୍ରିୟତା ଯୋଗୁଁ ଜଣେ ନାବାଳିକାଙ୍କ ବିଷ ପିଇ ଆତ୍ମହତ୍ୟା । ଅଧିକ ପଢନ୍ତୁ...

minor girl of Dhenkanal district cummit suicide after harassed  and negligence of police
ପୋଲିସ ନିସ୍କ୍ରିୟତାରୁ ଜୀବନ ହାରିଲା ନାବାଳିକା

ଢେଙ୍କାନାଳ: ପୋଲିସର ନିସ୍କ୍ରିୟତାରୁ ଚାଲିଗଲା ଏକ ନିରୀହ ଜୀବନ । ବାରମ୍ଭାର ଜଣେ ଯୁବକଙ୍କ ଅଶାଳୀନ ବ୍ୟବହାରର ଶିକାର ହେବାପରେ ପରିବାର ଲୋକେ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଜଣେ ନାବାଳିକା ।

ପୋଲିସ ନିସ୍କ୍ରିୟତାରୁ ଜୀବନ ହାରିଲା ନାବାଳିକା

ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି, ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ଦିନବନ୍ଧୁପୁର ଗ୍ରାମରେ । ମୃତ ନାବାଳିକା ଜଣଙ୍କ ଦିନବନ୍ଧୁପୁର ଗ୍ରାମର ମଙ୍ଗୁଳୁ ସେନାପତିଙ୍କ ୧୭ବର୍ଷର ଝିଅ ମାମୁନି ବୋଲି ଜଣାପଡିଛି । ପରିବାରର ଗରିବୀ ଓ ଅସହାୟତାର ସୁଯୋଗ ନେଇ ମାମୁନିଙ୍କୁ ତାଙ୍କ ଗ୍ରାମର ସୁବାଷ ମୁଦୁଲି ନାମକ ଜଣେ ବିବାହିତ ଯୁବକ ବାରମ୍ବାର ଅସଦାଚରଣ କରିଆସୁଥିଲା । ଏପରିକି ଗତ 1 ତାରିଖରେ ଘରେ କେହି ନଥିବାବେଳେ, ଘରେ ପଶି ଏହି ନାବାଳିକା ଜଣଙ୍କୁ ଆପତ୍ତିଜନକ ଅସଦାଚରଣ କରିଥିଲା ସୁବାଷ ।

ଏ ସମ୍ପର୍କରେ ପୀଡିତା ପରିବାର ପକ୍ଷରୁ ଗତ ୬ ତାରିଖରେ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲା । ମାତ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୁକ୍ତକୁ ଫାଣ୍ଡିକୁ ଡାକି ମାମଲାର ରଫାଦଫା କରିଦେଇଥିଲା । ଫଳରେ ଅଭିଯୁକ୍ତ ଜଣଙ୍କ ପୀଡିତାକୁ ମାନସିକ ନିର୍ଯ୍ୟାତନା ଓ ଧମକ ଦେବା ସହ ଗତ ୨୮ ତାରିଖରେ ପୁନର୍ବାର ଅସଦାଚରଣ କରିଥିଲା ।

ଯାହାକି ପୀଡିତାକୁ ଅସହ୍ୟ କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରିବାରର ଅସହାୟତା ଓ ପୁଲିସ ଉପରୁ ଆସ୍ଥା ତୁଟାଇ ପୀଡିତା ନାବାଳିକା ଗତ ରାତ୍ରିରେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଏନେଇ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଗୁରୁବାର ଢେଙ୍କାନାଳ ପୋଲିସ ଏସଡ଼ିପିଓଙ୍କ ପାଖରେ ଅଭିଯୋଗ କରିବା ପରେ ଢେଙ୍କାନାଳ ପୁଲିସର ଚେତା ପଶିଛି । ସଦର ଥାନା ପୁଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଏ ସମ୍ପର୍କରେ ପୁଲିଆ ତଦନ୍ତ କରୁଛି ଓ ତଦନ୍ତ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ଢେଙ୍କାନାଳ ଏସଡ଼ିପିଓ ଶ୍ରୀହର୍ଷ ମିଶ୍ର ।

ପୋଲିସ ନିଷ୍କ୍ରିୟତାରୁ ଜଣେ ନାବାଳିକା ଏପରି ଆତ୍ମହତ୍ୟା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ଅଭିଯୁକ୍ତ ଯୁବକ ଓ ଫାଣ୍ଡି ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.