ETV Bharat / state

ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ସମେତ ଦୁଇ ଆହତ

author img

By

Published : Apr 29, 2022, 4:21 PM IST

ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ଆହତ । ଆହତ ଛାତ୍ର ହେଲେ କଙ୍କିଳି ହାଇସ୍କୁଲର ଅମରେଶ ପ୍ରଧାନ । ଆହତ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ଆମ୍ବୁଲାନ୍ସ ଧକାରେ ଦଶମ ଶ୍ରେଣୀ ଛାତ୍ର ସମେତ ଦୁଇ ଆହତ
ଆମ୍ବୁଲାନ୍ସ ଧକାରେ ଦଶମ ଶ୍ରେଣୀ ଛାତ୍ର ସମେତ ଦୁଇ ଆହତ

ଢେଙ୍କାନାଳ: ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ଆହତ । ଆହତ ଛାତ୍ର ହେଲେ କଙ୍କିଳି ହାଇସ୍କୁଲର ଅମରେଶ ପ୍ରଧାନ । ଆହତ ଅବସ୍ଥାରେ ଛାତ୍ରଜଣଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଅମରେଶ ତାଙ୍କ ବାପା କ୍ଷୀରୋଦ ପଧାନ ଓ ସମ୍ପର୍କୀୟ ଭାଇ ପବିତ୍ର ସାହୁ ଏକ ବାଇକ ଯୋଗେ ମୁକ୍ତାପଶି ସ୍କୁଲରୁ ପରୀକ୍ଷା ସାରି ନିଜ ଗ୍ରାମ କଙ୍କିଳିକୁ ଫେରୁଥିଲେ ।

ଆମ୍ବୁଲାନ୍ସ ଧକାରେ ଦଶମ ଶ୍ରେଣୀ ଛାତ୍ର ସମେତ ଦୁଇ ଆହତ

ଘରକୁ ଫେରୁଥିବାବେଳେ ରେଙ୍ଗାଳି ବାମ କେନାଲ ନିକଟ ରାସ୍ତାରେ ରାଉରକେଲାରୁ ଭୁବନେଶ୍ବର ଯାଉଥିବା ଏକ ଆମ୍ବୁଲାନ୍ସ ସହିତ ଦୁର୍ଘଟଣା ହୋଇଥିଲା । ଆହତ ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ସେହି ଆମ୍ବୁଲାନ୍ସରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.