ETV Bharat / state

ଢେଙ୍କାନାଳ ବନ ବିଭାଗର ଚଢାଉ, 2 ଶିକାରୀ ଗିରଫ

author img

By

Published : May 2, 2021, 8:13 PM IST

ଢେଙ୍କାନାଳ ଜିଲ୍ଲା ବନ ଖଣ୍ଡରେ ଚଢାଉ କରି 2 ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଅଧିକ ପଢନ୍ତୁ....

ଢେଙ୍କାନାଳ ବନ ବିଭାଗରେ ଚଢାଉ, 2 ଶିକାରୀ ଗିରଫ
ଢେଙ୍କାନାଳ ବନ ବିଭାଗରେ ଚଢାଉ, 2 ଶିକାରୀ ଗିରଫ

ଢେଙ୍କାନାଳ: ଜିଲ୍ଲା ବନଖଣ୍ଡସ୍ଥିତ କପିଳାଶ ଅଭୟାରଣ୍ୟରେ ବନ ବିଭାଗର ଚଢାଉ । ଏହି ସମୟରେ ବନ ବିଭାଗ 2 ଜଣ ଶିକାରୀଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରିଛି ବନବିଭାଗ ।

ତେବେ ଗିରଫ 2 ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, ବାଇକ ଓ ୧୦ କେଜି ହରିଣ ମାଂସ ଜବତ କରାଯାଇଛି । ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ କପିଳାଶ ବନ କର୍ମଚାରୀମାନେ ଆଜି(ରବିବାର) କପିଳାଶ ଅଭୟାରଣ୍ୟର କମ୍ପାଟମେଣ୍ଟ ୧୦ ଅଞ୍ଚଳରେ ଅଚାନକ ଚଢ଼ାଉ କରିଥିଲେ । ଏହି ଚଢ଼ାଉବେଳେ ହରିଣ ଶିକାର କରି ମାଂସ କାଟି ବିକ୍ରି କରିବାକୁ ନେଉଥିବା ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଅଭିଯୁକ୍ତ ଦ୍ବୟ ଗଁନ୍ଦିଆ ଥାନା ଅନ୍ତର୍ଗତ ଆରୁଁଆ ଗ୍ରାମର ରବି ନାରାୟଣ ବେହେରା ଓ ରଜତ ବେହେରା ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.