ETV Bharat / state

5t ସଚିବଙ୍କ କାର୍ଯ୍ୟକ୍ରମରେ ଅଘଟଣ, କଲେଜ ଛାତ୍ରଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ

author img

By

Published : Jul 11, 2023, 8:55 PM IST

Updated : Jul 11, 2023, 10:30 PM IST

5T ସଚିବ ଭିକେ ପାଣ୍ଡିଆନଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ବେଳେ ଘଟିଛି ଅଘଟଣ । ଅନେକ ଛାତ୍ର ଆହତ । ଅଧିକ ପଢନ୍ତୁ

Etv Bharat
Etv Bharat

5T ସଚିବଙ୍କ କାର୍ଯ୍ୟକ୍ରମରେ ଅଘଟଣ, କଲେଜ ଛାତ୍ରଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ

ଢେଙ୍କାନାଳ: 5T ସଚିବଙ୍କ କାର୍ଯ୍ୟକ୍ରମକୁ ଯିବା ସମୟରେ ଅଘଟଣ । କଲେଜ ଛାତ୍ରଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ବସର ଆଗ ଭାଗ ଚେପା ହୋଇଯାଇଥିବା ବେଳେ ଘଟଣାରେ ୧୦ଛାତ୍ର ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି କାମାକ୍ଷାନଗର ମଠକରଗୋଲା କଲେଜର ୫୬ଜଣ ଛାତ୍ରଙ୍କୁ ନେଇ ଢେଙ୍କାନାଳ ଶରରକୁ ଯାଉଥିଲା ।

5T ସଚିବ ଭିକେ ପାଣ୍ଡିଆନଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ବେଳେ ଏହି ଅଘଟଣ ଘଟିଛି । କଲେଜ ଛାତ୍ରମାନଙ୍କୁ ନେଇ ଏକ ବସ 5T ସଚିବଙ୍କ କାର୍ଯ୍ୟକ୍ରମ ଢେଙ୍କାନାଳକୁ ଯାଉଥିବାବେଳେ ଢେଙ୍କାନାଳ ସହରର କଲ୍ୟାଣ ମଣ୍ଡପଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସର ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ବସଟି ଢେଙ୍କାନଳ ସହରର କଲ୍ୟାଣ ମଣ୍ଡପଠାରେ ଥିବା ଏକ ଦୋକାନରେ ଧକ୍କା ହୋଇଛି । ଫଳରେ ବସରେ ଥିବା ଛାତ୍ରଙ୍କ ମଧ୍ୟରୁ ୧୦ଜଣଙ୍କୁ ଆହତ ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଏହା ବି ପଢନ୍ତୁ- 5T Secretary Anugul Visit: ଶୁଣିଲେ ଲୋକଙ୍କ ଅଭିଯୋଗ, ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତା ମନ୍ତ୍ର

ସୂଚନା ମୁତାବକ ଏହି ବସଟି କାମାକ୍ଷା ନଗର ମଠକରଗୋଲା କଲେଜର ୫୬ଜଣ ଛାତ୍ରଙ୍କୁ ନେଇ ଢେଙ୍କାନାଲ ଶରରକୁ ଯାଇଥିଲା । 5T ସଚିବ ଭିକେ ପାଣ୍ଡିଆନ ଢେଙ୍କାନାଳ ସହରର ବିବି ହାଇସ୍କୁଲ ଗୋଡି ପଡିଆଠାରେ 5T ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏହି ଛାତ୍ରମାନେ ଯାଉଥିଲେ । ଆହତ ଛାତମାନେ ସମସ୍ତେ କାମାକ୍ଷାନଗର ଅଞ୍ଚଳର ବୋଲି ଜଣାପଡ଼ିଛି । ଆହତ ଛାତ୍ରମାନଙ୍କ ମଧ୍ୟରୁ ଜଣେ ଛାତ୍ର ଗୁରୁତର ଥିବା ବେକେ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟ ଆହତ ଛାତ୍ରମାନେ ଚିକିତ୍ସା ପରେ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ।

ଏହା ବି ପଢନ୍ତୁ- ପିଲାଙ୍କ ସହ ବାସ୍କେଟ୍‌ ବଲ୍‌ ଖେଳିଲେ ପାଣ୍ଡିଆନ, ଶିଖାଇଲେ ବାସ୍କେଟ୍‌ ଟେକ୍ନିକ୍‌

ଗତକାଲି 5ଟି ସଚିବ ଭିକେ ପାଣ୍ଡିଆନ ଅନୁଗୋଳ ଜିଲ୍ଲା ଗସ୍ତ କରିଥିଲେ । ଅନୁଗୋଳ ବିଜୁ ମୈଦାନରେରେ କଲେଜ ଛାତ୍ରଛାତ୍ରୀଙ୍କ ସହ ନିଜର ଅନୁଭୂତି ବଖାଣିବା ସହ ସେମାନକୁ ଶ୍ରେଷ୍ଠ ହେବାକୁ ପରାମର୍ଶ ଦେଇଛନ୍ତି । ତାଳଚେର ମା' ହିଙ୍ଗୁଳା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ୩ଟି ପର୍ଯ୍ୟାୟରେ ମନ୍ଦିରର ଉନ୍ନତିକରଣ କରିବାକୁ ପ୍ରତିଶୃତି ଦେଇଥିଲେ । ଏହାସହ ଏକ ଜନସଭାରେ ଲୋକଙ୍କ ଅଭିଯୋଗ ଶୁଣିଥିବା ଦେଖିବାକୁ ମିଳିଥିଲା । ଛେଣ୍ଡିପଦାରେ ଏକ ସାଧାରଣ ସଭାରେ ଯୋଗଦେବା ସମୟରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କଲରେ କଥା ହୋଇ ସମସ୍ୟାର ସମାଧାନ କରିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Jul 11, 2023, 10:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.